ଶ୍ରୀମନ୍ଦିର ସେବାୟତ ଦି’ଫାଳ: ଦଳେ ନବୀନଙ୍କୁ, ଆଉ ଦଳେ ଶାହଙ୍କୁ ଭେଟିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ଦୁଇ ଦଳ ବିଜେଡି ଓ ବିଜେପି ନିଜ ନିଜର ରାଜନୀତିକ ପ୍ରଭାବ ବିସ୍ତାର କରିବା ଆରମ୍ଭ କରିଛନ୍ତି। ଜାତୀୟ ଐତିହ୍ୟ ପ୍ରାଧିକରଣ (ଏନଏମଏ)ର ପ୍ରସ୍ତାବିତ ଉପନିୟମ(ବାଇ-ଲ)କୁ କେନ୍ଦ୍ର ସରକାର ପ୍ରତ୍ୟାହାର କରି ନେଇଥିବାବେଳେ ତା’ର ଶ୍ରେୟ ନେବାକୁ ଉଭୟ ବିଜେଡି ଓ ବିଜେପି ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି। ପୁରୀ ଶ୍ରୀମନ୍ଦିରର ସେବାୟତଙ୍କ ଗୋଟିଏ ଗୋଷ୍ଠୀ ଆଜି ଭୁବନେଶ୍ୱରରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିବାବେଳେ ଅନ୍ୟ […]

PuriTemple

PuriTemple

Manoranjan Sial
  • Published: Tuesday, 09 February 2021
  • Updated: 09 February 2021, 09:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ଦୁଇ ଦଳ ବିଜେଡି ଓ ବିଜେପି ନିଜ ନିଜର ରାଜନୀତିକ ପ୍ରଭାବ ବିସ୍ତାର କରିବା ଆରମ୍ଭ କରିଛନ୍ତି। ଜାତୀୟ ଐତିହ୍ୟ ପ୍ରାଧିକରଣ (ଏନଏମଏ)ର ପ୍ରସ୍ତାବିତ ଉପନିୟମ(ବାଇ-ଲ)କୁ କେନ୍ଦ୍ର ସରକାର ପ୍ରତ୍ୟାହାର କରି ନେଇଥିବାବେଳେ ତା’ର ଶ୍ରେୟ ନେବାକୁ ଉଭୟ ବିଜେଡି ଓ ବିଜେପି ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି। ପୁରୀ ଶ୍ରୀମନ୍ଦିରର ସେବାୟତଙ୍କ ଗୋଟିଏ ଗୋଷ୍ଠୀ ଆଜି ଭୁବନେଶ୍ୱରରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିବାବେଳେ ଅନ୍ୟ ଏକ ଗୋଷ୍ଠୀ ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ସାକ୍ଷାତ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ପୁରୀର ସେବାୟତମାନଙ୍କର ଏକ ପ୍ରତିନିଧି ଦଳ ଆଜି ସନ୍ଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଯୋଗୁ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ଜାତୀୟ ଐତିହ୍ୟ ପ୍ରାଧିକରଣଙ୍କ ଉପନିୟମକୁ କେନ୍ଦ୍ର ସରକାର ବାତିଲ କରିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ମହାପ୍ରଭୁଙ୍କ ଆଶୀର୍ବାଦରୁ ହିଁ ସବୁକିଛି ସମ୍ଭବପର ହେଲା। ଶ୍ରୀମନ୍ଦିର ବିକାଶ ପାଇଁ ପୁରୀବାସୀଙ୍କ ତ୍ୟାଗ କେବେ ବ୍ୟର୍ଥ ହେବ ନାହିଁ। ଶ୍ରୀମନ୍ଦିରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏହି ଆଲୋଚନାବେଳେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି ସଦସ୍ୟ ଓ ଶ୍ରୀମନ୍ଦିର ସେବାୟତମାନେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଭେଟି ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ପ୍ରସ୍ତାବିତ ଏନଏମଏର ଐତିହ୍ୟ ଉପନିୟମକୁ ପ୍ରତ୍ୟାହାର କରିଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ଶାହ କହିଥିଲେ ଯେ, ପୁରୀ ଶ୍ରୀମନ୍ଦିର ଓ ତା’ର ନୀତିକାନ୍ତି, ପରମ୍ପରା, ସେବାୟତ ଓ ଭକ୍ତ ସମସ୍ତଙ୍କର ଭାବାବେଗ ଓ ଆବଶ୍ୟକତାକୁ ଅକ୍ଷୂଣ୍ଣ ରଖିବା ପାଇଁ ମୋଦି ସରକାର ସଂକଳ୍ପବଦ୍ଧ। ମୋଦି ସରକାର ଥିବା ଯାଏ ଶ୍ରୀଜଗନ୍ନାଥ ମନ୍ଦିର ଉପରେ କୌଣସି ଆଂଚ ଆସିବ ନାହିଁ ଗୃହମନ୍ତ୍ରୀ ଶ୍ରୀ ଶାହ କହିଛନ୍ତି।

ଏହି ପ୍ରତିନିଧି ଦଳ ଆଜି ପ୍ରଥମେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଭେଟି ଧନ୍ୟବାଦ ଜଣାଇଥିଲେ। ପୁରୀ ଶ୍ରୀମନ୍ଦିର ଓ ତା’ର ଚତୁଃପାଶ୍ୱର୍କୁ ସୌନ୍ଦର୍ଯ୍ୟକରଣ ଓ ସଂରକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଯାହା ବ୍ୟବସ୍ଥା କରାଯିବ ତାହା ସମସ୍ତ ନିଯୋଗ, ସେବାୟତ, ସ୍ଥାନୀୟ ବାସିନ୍ଦା ଓ ଷ୍ଟେକ ହୋଲଡରଙ୍କ ସହ ଚର୍ଚ୍ଚା କରି ନିଷ୍ପତ୍ତି ନିଆଯିବ ଓ ସେ ନିଜେ ପୁରୀ ଆସିବେ ବୋଲି ଶ୍ରୀ ପଟେଲ କହିଛନ୍ତି। ସେବାୟତମାନେ ଉଭୟ କେନ୍ଦ୍ର ଗୃହମନ୍ତ୍ରୀ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ପୁରୀ ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି।

ଏହି ପ୍ରତିନିଧି ଦଳରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପୁରୀରୁ ବିଜେପିର ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର, ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ବସନ୍ତ ପତି, ଭୀମସେନ ଚନ୍ଦନ ହଜୁରୀ, ମଧୁସୂଦନ ସିଂହାରୀ, ରାମଚନ୍ଦ୍ର ସୁଆର, ଭବାନୀ ଶଙ୍କର ଦାସମହାପାତ୍ର ଓ ସୋମନାଥ ଖୁଣ୍ଟିଆ ପ୍ରମୁଖ ସାମିଲ ଥିଲେ।

ତେବେ ଶ୍ରୀମନ୍ଦିର ପ୍ରସଙ୍ଗକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଚାଲିଥିବା ରାଜନୀତି ଓ ଛକାପଞ୍ଝାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story