ସୌମ୍ୟଙ୍କୁ ଫେରାଇ ଆଣିବା, ନିରଞ୍ଜନଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦାବି ପରେ କଂଗ୍ରେସ୍ ରାଜନୀତି ଉଷ୍ମ

ଭୁବନେଶ୍ୱର: କଂଗ୍ରେସରୁ ବହିଷ୍କୃତ ନେତା ସୌମ୍ୟରଂଜନ ପଟ୍ଟନାୟକ କ’ଣ ପୁଣି ଦଳକୁ ଫେରିବେ ? ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କୁ କ’ଣ ଦଳରେ ଗୁରୁତ୍ୱପୂର୍ଣ୍ଣ ପଦ ମିଳିବ ?  କିଛି କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ପରେ ଏମିତି ଚର୍ଚ୍ଚା ଜୋର୍ ଧରିଛି। ଦଳର ସଂଗଠନକୁ ମଜଭୁତ୍ ପାଇଁ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପାଖରେ ଏମିତି ପ୍ରସ୍ତାବ ରଖିଛନ୍ତି କିଛି ବିଧାୟକ। ସୌମ୍ୟ ରଂଜନଙ୍କୁ କଂଗ୍ରେସରୁ ବହିଷ୍କାର ନିଷ୍ପତ୍ତି ଭୁଲ ଥିଲା। ରାହୁଲଙ୍କୁ ଭେଟି ଏହା କହିଛନ୍ତି […]

NIRANJAN_and_Soumya_pattanayak

Rakesh Mallick
  • Published: Thursday, 15 October 2015
  • , Updated: 15 October 2015, 03:31 PM IST

ଭୁବନେଶ୍ୱର: କଂଗ୍ରେସରୁ ବହିଷ୍କୃତ ନେତା ସୌମ୍ୟରଂଜନ ପଟ୍ଟନାୟକ କ'ଣ ପୁଣି ଦଳକୁ ଫେରିବେ ? ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କୁ କ'ଣ ଦଳରେ ଗୁରୁତ୍ୱପୂର୍ଣ୍ଣ ପଦ ମିଳିବ ?  କିଛି କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ପରେ ଏମିତି ଚର୍ଚ୍ଚା ଜୋର୍ ଧରିଛି। ଦଳର ସଂଗଠନକୁ ମଜଭୁତ୍ ପାଇଁ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପାଖରେ ଏମିତି ପ୍ରସ୍ତାବ ରଖିଛନ୍ତି କିଛି ବିଧାୟକ।

ସୌମ୍ୟ ରଂଜନଙ୍କୁ କଂଗ୍ରେସରୁ ବହିଷ୍କାର ନିଷ୍ପତ୍ତି ଭୁଲ ଥିଲା। ରାହୁଲଙ୍କୁ ଭେଟି ଏହା କହିଛନ୍ତି ବିଧାୟକ ଯୋଗେଶ ସିଂହ। ସୌମ୍ୟଙ୍କୁ ପୁଣି ଦଳକୁ ଫେରାଇ ଆଣିବାକୁ ହାଇକମାଣ୍ଡଙ୍କ ପାଖରେ ସେ ପ୍ରସ୍ତାବ ରଖିଛନ୍ତି। ସେହିପରି ସଂଗଠନ ମଜଭୁତ ପାଇଁ ନିରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବା ସପକ୍ଷରେ ମତ ରଖିଛନ୍ତି ଯୋଗେଶ। ହାଇକମାଣ୍ଡଙ୍କ ପାଖରୁ ଡାକରା ପାଇଁ ଯୋଗେଶଙ୍କ ସମେତ ବିଧାୟକ ନବଦାସ, ଅଂଶୁମାନ ମହାନ୍ତି, ସୁବଳ ସାହୁ, କୃଷ୍ଣଚନ୍ଦ୍ର ସଗରିଆ ଅଲଗା ଅଲଗା ରାହୁଲଙ୍କୁ ଭେଟିଥିବା ଜଣାପଡିଛି।

ଯୋଗେଶଙ୍କ ମନ୍ତବ୍ୟକୁ ନେଇ ସୌମ୍ୟ ରଂଜନ କହିଛନ୍ତି, ଯେଉଁମାନେ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି ସେମାନେ ପ୍ରଥମେ ଅନୁଭବ କରିବା ଦରକାର ଯେ ସେମାନେ ଭୁଲ କରିଥିଲେ। ସେ ଦଳକୁ ମଜଭୁତ କରିବା ପାଇଁ ଉଦ୍ୟମ ଚଳାଇଥିଲା ବେଳେ ତାଙ୍କୁ ବହିଷ୍କାର କରଯାଇଥିଲେ। ସେ ନିଜେ ବି ଜାଣି ନାହାନ୍ତି ତାଙ୍କୁ କେଉଁ କାରଣରୁ କଂଗ୍ରେସରୁ ବହିଷ୍କାର କରାଯାଇଥିଲେ। ଦଳ ଭୁଲ୍ ମାନିଲେ ବିଚାର କରିବି ବୋଲି କହିଛନ୍ତି ସେ କହିଛନ୍ତି।

ଦିଲ୍ଲୀରେ ବିଧାୟକମାନେ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦ ଦେବା ନେଇ କରିଥିବା ଦାବି ସଂପର୍କରେ ସେ କିଛି ଜାଣି ନାହାଁନ୍ତି ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ରାହୁଲ ଗାନ୍ଧିଙ୍କୁ ଭେଟି ତାଙ୍କ ବିଷୟରେ କିଏ କ’ଣ କହିଛନ୍ତି ସେ ଖବର ତାଙ୍କ ପାଖରେ ନାହିଁ । ତେବେ କଂଗ୍ରେସକୁ ସୁଦୃଢ କରିବାର ସମୟ ଆସିଛି। ଏଥିପାଇଁ ସମସ୍ତଙ୍କୁ ଏକଜୁଟ ହେବାକୁ ପଡିବ ବୋଲି ସେ କହିଛନ୍ତି।

ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତିଙ୍କୁ ପଦରୁ ହଟାଇବା ପାଇଁ ୧୨ ବିଧାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ କିଛି ଦିନ ତଳେ ଦଳରେ ତୁମ୍ୱିତୋଫାନ ହୋଇଥିଲା। ଏବେ ବିଧାୟକଙ୍କ ପର୍ଯ୍ୟାୟ କ୍ରମେ ଦିଲ୍ଲୀ ଗସ୍ତ ଦଳର ଆଭ୍ୟନ୍ତରୀଣ ରାଜନୀତିକୁ ଉଷ୍ଣ କରିଛି।

Related story