'ସୁପ୍ରିମକୋର୍ଟଙ୍କୁ ମିଥ୍ୟା ସତ୍ୟପାଠ ଦେଇଛନ୍ତି ରାଜ୍ୟ ସରକାର'

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଇନଶୃଙ୍ଖଳା ଭୁଷୁଡ଼ି ପଡ଼ିଛି। ରାଜ୍ୟ ସରକାରଙ୍କ ଗୃହ ବିଭାଗ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଉଛି। ଗୋଟିଏ ମିଛକୁ ସତ କରିବାକୁ ବାରମ୍ବାର ସୁପ୍ରିମକୋର୍ଟରେ ରାଜ୍ୟ ସରକାର ମିଛ କହୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିବା ସହ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଶ୍ୱେତପତ୍ର ଜାରି ନିମନ୍ତେ ଦାବି କରିଛି। କେଉଁ କାରଣରୁ ସୁପ୍ରିମକୋର୍ଟରେ ମିଥ୍ୟା ସତ୍ୟପାଠ ଦାଖଲ ହୋଇଛି ସେ ନେଇ ଗୃହ ବିଭାଗର ମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖନ୍ତୁ ବୋଲି କଂଗ୍ରେସ ଦାବି […]

congress

congress

Ranjit Kumar Jena
  • Published: Monday, 04 January 2021
  • Updated: 04 January 2021, 07:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଇନଶୃଙ୍ଖଳା ଭୁଷୁଡ଼ି ପଡ଼ିଛି। ରାଜ୍ୟ ସରକାରଙ୍କ ଗୃହ ବିଭାଗ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଉଛି। ଗୋଟିଏ ମିଛକୁ ସତ କରିବାକୁ ବାରମ୍ବାର ସୁପ୍ରିମକୋର୍ଟରେ ରାଜ୍ୟ ସରକାର ମିଛ କହୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିବା ସହ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଶ୍ୱେତପତ୍ର ଜାରି ନିମନ୍ତେ ଦାବି କରିଛି। କେଉଁ କାରଣରୁ ସୁପ୍ରିମକୋର୍ଟରେ ମିଥ୍ୟା ସତ୍ୟପାଠ ଦାଖଲ ହୋଇଛି ସେ ନେଇ ଗୃହ ବିଭାଗର ମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖନ୍ତୁ ବୋଲି କଂଗ୍ରେସ ଦାବି କରୁଛି।

କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ଯେ, ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ। ରାଜ୍ୟରେ ଦଣ୍ଡ ହାର ଜାତୀୟ ଦଣ୍ଡହାର ଠାରୁ ସର୍ବନିମ୍ନ। ଲକ୍‌ଡାଉନ୍ ସମୟରେ ନାରୀ ନିର୍ଯାତନା ଶୀର୍ଷରେ। ନିଖୋଜ ଶିଶୁଙ୍କୁ ଖୋଜିବାରେ ରାଜ୍ୟ ପୁଲିସର ସଫଳତା ହାର ମାତ୍ର ୨୭ ପ୍ରତିଶତ, ଯାହା ଜାତୀୟ ସ୍ତର ଠାରୁ ସର୍ବନିମ୍ନ। ଏହି ପରିପ୍ରେକ୍ଷୀରେ ରାଜ୍ୟ ପୁଲିସ ସଂସ୍କାର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କୁ ରାଜ୍ୟ ସରକାର ବାରମ୍ବାର ମିଥ୍ୟା ସତ୍ୟପାଠ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କେବଳ ସୁପ୍ରିମକୋର୍ଟଙ୍କୁ ମିଛ କହିନାହାନ୍ତି, ରାଜ୍ୟର ସାଢ଼େ ଚାରି କୋଟି ଜନତାଙ୍କୁ ଭୁଆଁ ବୁଲାଇଛନ୍ତି ବୋଲି ତଥ୍ୟପ୍ରମାଣ ସହ ସେ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି ଯେ ସୁପ୍ରିମକୋର୍ଟ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ୨୦୦୬ ସେପ୍ଟେମ୍ବର ୨୨ ତାରିଖରେ କେନ୍ଦ୍ର ସରକାର ଓ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ସରକାରଙ୍କୁ ପୁଲିସ ସଂସ୍କାର ପାଇଁ ଏକ ମାର୍ଗଦର୍ଶିକା ଜାରି କରିବା ସହିତ ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ଓ ଆଇନଶୃଙ୍ଖଳାକୁ ପୃଥକ୍ କରିବା ନିମନ୍ତେ ମଧ୍ୟ ସୁପ୍ରିମକୋର୍ଟ କହିଥିଲେ।

ଏହାର ଜବାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧୀନରେ ଥିବା ଗୃହ ବିଭାଗ ୨୦୦୭ ଏପ୍ରିଲ ୧୧, ୨୦୦୮ ଜାନୁୟାରୀ ୨୫ ଓ ୨୦୧୩ ଏପ୍ରିଲ ପହିଲାରେ ତିନି ତିନି ଥର ସୁପ୍ରିମ୍‌କୋର୍ଟଙ୍କ ନିକଟରେ ସତ୍ୟପାଠ ଦାଖଲ କରି କହିଥିଲେ ଯେ, ୨୦୦୭ ଏପ୍ରିଲ ୬ତାରିଖରେ ଗୃହ ବିଭାଗର ବିଜ୍ଞପ୍ତି ସଂଖ୍ୟା – ୧୮୪୧୫ ମାଧ୍ୟମରେ ରାଜ୍ୟ ସରକାର ରାଜ୍ୟର ପ୍ରମୁଖ ଦୁଇଟି ସହର ଭୁବନେଶ୍ୱର ଓ କଟକ କମିଶନରେଟ୍ ପୁଲିସରେ ଆଇନ୍‌ଶୃଙ୍ଖଳା ଏବଂ ତଦନ୍ତ ସଂସ୍ଥାକୁ ପୃଥକ୍ ପୃଥକ୍ କରି ସାରିଛନ୍ତି ବୋଲି ସତ୍ୟପାଠ ମାଧ୍ୟମରେ ଜଣାଇଥିଲେ। କିନ୍ତୁ ସୂଚନା ଅଧିକାର ଆଇନର ତଥ୍ୟ ଅନୁସାରେ ଏବେବି କମିଶନରେଟ ପୁଲିସରେ କୌଣସି ଗୋଟିଏ ଥାନାରେ ବି ଆଇନଶୃଙ୍ଖଳା ଓ ତଦନ୍ତ ପୃଥକ ହୋଇନାହିଁ।

ତେଣୁ ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କୁ ବାରମ୍ବାର ମିଛ କହିବା ସହିତ ରାଜ୍ୟର ସାଢ଼େ ଚାରି କୋଟି ଲୋକଙ୍କୁ ମଧ୍ୟ ଅନ୍ଧାରକୁ ଠେଲି ଦେଇଛନ୍ତି ବୋଲି ସେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମନୋରଞ୍ଜନ ଦାଶ, ରଜନୀ ମହାନ୍ତି, ଅମୀୟ ପାଣ୍ଡବ ଓ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story