ଅଶୋକଙ୍କୁ ବାଧିଲା ଅପରାଜିତାଙ୍କ କଥା ! ଦେଲେ ପୂରା ତଥ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ ହୋଇଥିବା ବେଳେ ଏହି ଅବସରରେ ଉଭୟ କେନ୍ଦ୍ର ଓ ରାଜ୍ୟର ବରିଷ୍ଠ ମନ୍ତ୍ରୀ ଓ ଅଧିକାରୀ ଉପସ୍ଥିତ ଥିଲେ। ଏହି ଅବସରରେ ସାଂସଦ ଅପରାଜିତା ଷଡଙ୍ଗୀ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ, ନବୀନ ପଟ୍ଟନାୟକ ୨୦ ବର୍ଷ କ୍ଷମତାରେ ରହିବା ପରେ ବି ଏକାମ୍ର କ୍ଷେତ୍ରରେ ବହୁ ପୁଷ୍କରଣୀ ଏବେ ବି ଶୋଚନୀୟ ହୋଇପଡ଼ିଛି।  ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ସତ୍ତ୍ୱେ ଫଳ […]

aparajita TH

aparajita TH

Niharika Rout
  • Published: Saturday, 09 January 2021
  • Updated: 09 January 2021, 04:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ ହୋଇଥିବା ବେଳେ ଏହି ଅବସରରେ ଉଭୟ କେନ୍ଦ୍ର ଓ ରାଜ୍ୟର ବରିଷ୍ଠ ମନ୍ତ୍ରୀ ଓ ଅଧିକାରୀ ଉପସ୍ଥିତ ଥିଲେ। ଏହି ଅବସରରେ ସାଂସଦ ଅପରାଜିତା ଷଡଙ୍ଗୀ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ, ନବୀନ ପଟ୍ଟନାୟକ ୨୦ ବର୍ଷ କ୍ଷମତାରେ ରହିବା ପରେ ବି ଏକାମ୍ର କ୍ଷେତ୍ରରେ ବହୁ ପୁଷ୍କରଣୀ ଏବେ ବି ଶୋଚନୀୟ ହୋଇପଡ଼ିଛି।  ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ସତ୍ତ୍ୱେ ଫଳ କିଛି ଦିଶୁ ନ ଥିବା ଅଭିଯୋଗ ଆଣିଥିଲେ। ଏହାର ଉତ୍ତରରେ ମନ୍ତ୍ରୀ ଅଶୋକ ପଣ୍ଡା ରାଜ୍ୟ ସରକାର ଏକାମ୍ର କ୍ଷେତ୍ରର ଉନ୍ନତି ପାଇଁ ନେଇଥିବା ବିଭିନ୍ନ ପଦକ୍ଷେପ ତଥା ଖର୍ଚ୍ଚ କରିଥିବା ଅନୁଦାନର ଲମ୍ବା ତାଲିକା ରଖିଥିଲେ। ଫଳରେ ଉଭୟ ସାଂସଦ ଓ ମନ୍ତ୍ରୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିବା ଆଲୋଚନା ହେଉଛି।

ଏକାମ୍ର କ୍ଷେତ୍ରରେ ଆଜି ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ ହୋଇଯାଇଛି।  ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ସାମିଲ ହୋଇଥିବା ବେଳେ ଉପସ୍ଥିତ ଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର ଓ  ବିଜ୍ଞାନ, ପ୍ରୟୁକ୍ତି, ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । OCL ପକ୍ଷରୁ ୭୦ ଲକ୍ଷ ଟଙ୍କା ବିନିଯୋଗରେ ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପକୁ ୪ ମାସରେ ସମ୍ପୂର୍ଣ୍ଣ କରାଯିବ । ଆଇସିଟି, ଆଇଓସି, ଓବିସିସିର ମିଳିତ ଉଦ୍ୟମରେ ହେବ ଏହି ସଫେଇ କାର୍ଯ୍ୟକ୍ରମ ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସାଂସଦଙ୍କ  କହିବାନୁଯାୟୀ, ବହୁତ ପୁରୁଣା ସ୍ୱପ୍ନ ପୂରଣ ହେବାକୁ ଯାଉଛି। ଏକାମ୍ର କ୍ଷେତ୍ରରେ ବହୁ ଜଳାଶୟ ଥିବା ବେଳେ ଏହାର ପୁନରୁଦ୍ଧାର ହେଉ ନ ଥିଲା। କୁହାଯାଉଥିଲା ଟଙ୍କା ଖର୍ଚ୍ଚ ହେଉଛି, କିନ୍ତୁ ଦିଶୁ ନ ଥିଲା। ଇଣ୍ଡିଆନ ଅଏଲ ତରଫରୁ ଏହି ପ୍ରୋଜେକ୍ଟ ହେଉଛି। କେଦାରଗୌରି ଜଳାଶୟ ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡ଼ିଛି । ବିନ୍ଦୁସାଗର ଜଳାଶୟ ସ୍ୱଚ୍ଛତାର କାର୍ଯ୍ୟ ୪ ମାସରେ ଶେଷ ହେବ। ସବୁ କାର୍ଯ୍ୟର ନିର୍ଦ୍ଦିଷ୍ଟ ସମୟସୀମା ରହିବା ଦରକାର। ଯେପରି ଦେଖିଲେ ହିଁ ବିଶ୍ୱାସ କରିହେବ।

ଏଥିସହ ସାଂସଦ ଷଡଙ୍ଗୀ କହିଛନ୍ତି, ଭୁବନେଶ୍ୱରର ସବୁଠୁ ବଡ଼ ଜଳାଶୟ ବିନ୍ଦୁସାଗରକୁ କାହିଁକି ସଫା ରଖାଯାଉନି। ପୁଣି କାହିଁକି ୭୦ ଲକ୍ଷ ଅନୁଦାନର ଆବଶ୍ୟକତା ପଡ଼ିଲା। ବାରମ୍ବାର ସେହି ଜଳାଶୟକୁ କାହିଁକି ଟଙ୍କା ଦରକାର ପଡ଼ୁଛି। ଆମକୁ କିଛି ବିକାଶ ଦିଶୁନି। ଯାହା ଦିଶିବ ତାହା ଉପରେ ହିଁ ସମସ୍ତେ ବିଶ୍ୱାସ କରିବେ। କାମ ହେଲେ ହିଁ ସମସ୍ତେ ପ୍ରଶଂସା କରିବେ। ଆଉ ପରିବେଶ ସୁନ୍ଦର ହେବ।

ଏହାବ୍ୟତୀତ ସାଂସଦ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି, ୨୦ ବର୍ଷ ହେଲା ନବୀନ ସରକାର କ୍ଷମତାରେ ଅଛନ୍ତି। ବାରମ୍ବାର ବିନ୍ଦୁ ସାଗର ସଫେଇ ପାଇଁ ଟଙ୍କା ଦିଆଯାଇଛି। ଏକାତ୍ର କ୍ଷେତ୍ରର ଉନ୍ନତି ପାଇଁ ବି ଟଙ୍କା ଦିଆଯାଇଛି। କିନ୍ତୁ ଫଳାଫଳ କିଛି ନଜର ଆସୁନି। କିନ୍ତୁ ବର୍ତ୍ତମାନ କେତେ ଟଙ୍କା ଆସିଲା, କିପରି ଖର୍ଚ୍ଚ ହେଲା, ଏହାପରେ ପୂର୍ବ ଓ ପର ଅବସ୍ଥାରେ କ’ଣ ତଫାତ ଦେଖାଗଲା ତାହାର ଜବାବ ମାଗିବା  ଉଚିତ ।

ଏହାର ଜବାବ ଦେବାକୁ ଯାଇ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, ମୁଁ ହେଉଛି ଲିଙ୍ଗରାଜ ସେବାୟତ ପରିବାରର ପୁଅ। ୫ଶହ କୋଟି ଟଙ୍କା ପ୍ରକଳ୍ପରେ ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ୬ କୋଟି ଦେଇଥିଲେ ପର୍ଯ୍ୟଟନ ବିଭାଗରୁ। ୩ କୋଟିର  ପାଇପ ଭୁଆଶୁଣି ପର୍ଯ୍ୟନ୍ତ ଆସି ପହଞ୍ଚିଛି। ଦୟା ନଦୀରୁ ପାଣି ପଡ଼ିବ । ୪ ମାସରେ ନୁହେଁ ୪ ସପ୍ତାହରେ ଶେଷ ହେବ। କେଦାରଗୌରିରେ କଲଭର୍ଟ ୯୩ ଲକ୍ଷ ଟଙ୍କାରେ ହୋଇଛି। ଏହା ବି ସାଂସଦ ଜାଣିବା ଉଚିତ।

୧୯୫୪ ମସିହାର ଜଗନ୍ନାଥ ଆଇନ ପରେ ଲିଙ୍ଗରାଜ ଆଇନ ହେଲା।  ସେବାୟତଙ୍କ ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଗଲା । ଗୋଦାବରୀ କୁଣ୍ଡ, କୋଟି ତୀର୍ଥ ପୋଖରୀ, ଗଙ୍ଗାଯମୁନା, ଦେବୀ ପାଦହରା, ପାପନାଶିନୀ, ଗୋଡ଼ି ପୋଖରୀ, କେଦାର ଗୌରି ସବୁର ରକ୍ଷଣାବେକ୍ଷଣ ଲିଙ୍ଗରାଜ ଆଇନ୍‌ ଅନ୍ତର୍ଗତ ରହିଛି। ଏହାବ୍ୟତୀତ ଡି ଅଣ୍ଡର ୱାଟରିଂ ପ୍ରୋସେସ, ଡି ସଲଟି,  ମାଇନର ରିପାୟର, ଡ୍ରେନ, ସାଇକୋ ମେଡିଏସନ ଅଫ ବିନ୍ଦୁ ସାଗର କାର୍ଯ୍ୟକ୍ରମ ମଧ୍ୟ ହେଉଛି ।

ଏହାବ୍ୟତୀତ ମନ୍ତ୍ରୀ ପଣ୍ଡା କହିଛନ୍ତି, ବିନ୍ଦୁସାଗରରେ ଲାଇଟ ଆଣ୍ଡ ସାଉଣ୍ଡ, ଏକାମ୍ର ବନ, ଲିଙ୍ଗରାଜ ହେରିଟେଜ ହାଟ, ନୂଆ ମାର୍କେଟ କମ୍ପ୍ଲେସ, ନୂଆ ରୋଡ଼, ରଥରୋଡ ଲାଇଟିଂ, ଅଣ୍ଡରଗ୍ରାଉଣ୍ଡ କେବୁଲ, ମେଗେଶ୍ୱର ରବି ଟକିଜ ଲାଇଟିଂ, ଖଣ୍ଡଗିରି-ଜୟଦେବବାଟିକା,  ଧଉଲି ଏନଏଚ ଲାଇଟିଂ କାମ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ହେଉଛି।

ଏହାବ୍ୟତୀତ ପୁରୀ-ବାଇପାସ ରୋଡ ଲାଇଟିଂ ହେବ। ଧଉଳି ଲାଇଟ ଆଣ୍ଡ ସାଉଣ୍ଡ ପାଇଁ କେନ୍ଦ୍ର ସରକାର ୬ କୋଟି ଦେବେ ବୋଲି କହିଥିଲେ। ୫ କୋଟି ଦେଲେନି। ମୁଖ୍ୟମନ୍ତ୍ରୀ ଷ୍ଟେଟ ପ୍ଲାନରୁ ୫ କୋଟି ଦେଲେ। କୋଣାର୍କ ପାଇଁ ୬ କୋଟି ଦେଇଥିଲେ, କୋଟିଏ ନେଇଗଲେ। ୫ କୋଟି ମୁଖ୍ୟମନ୍ତ୍ରୀ ଦେଲେ। ଧଉଲି , ଖଣ୍ଡଗିରିର ଉନ୍ନତିକରଣ ପାଇଁ ୫ କୋଟି ଆଇଟିଡିସି ଦେଇଛି। ରୋପୱେ ଧଉଳି ପାଇଁ ୧୬ କୋଟି ମୁଖ୍ୟମନ୍ତ୍ରୀ ଦେଲେ। ହେରିଟେଜ ଗେଟ ସାନ୍ତରାପୁର, ବ୍ରହ୍ମେଶ୍ୱରରେ ହେଉଛି। କପିଳେଶ୍ୱରରେ ଥିବା ହେରିଟେଜ ଟ୍ୟାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଟଙ୍କା ଦେଇଛନ୍ତି।  ସ୍ୱତନ୍ତ୍ର ରାସ୍ତା ଗଙ୍ଗୁଆଠାରୁ କପିଳେଶ୍ୱର ମନ୍ଦିର ଯାଉଛି, ଭୋଗ ମଣ୍ଡପ ହୋଇଛି। ଅନନ୍ତ ବାସୁଦେବରେ ଭୋଗ ମଣ୍ଡପ ମଧ୍ୟ ହୋଇଛି।  ଏସବୁଥିରୁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ଠା, ଆନ୍ତରିକତା ରହିଥିବା ସ୍ପଷ୍ଟ ପ୍ରମାଣିତ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story