ମା’ମାନଙ୍କୁ ନବୀନବାବୁ ବହୁତ ଭଲ ପାଆନ୍ତି: ତାରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ନାରା ଦେଉଛି ଗାଁକୁ ରାସ୍ତା, ମାଆକୁ ସମ୍ମାନ। ପ୍ରତିଦିନ ରାଜ୍ୟରେ ଘଟୁଛି ରେପ୍‌ ଆଣ୍ଡ ମର୍ଡର। ଏଥିରୁ ଜଣାପଡ଼ୁଛି ନବୀନବାବୁ ମାଆଙ୍କୁ ବହୁ ଭଲ ପାଉଛନ୍ତି। ନିର୍ବାଚନ ଆସିଲେ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଡାକନ୍ତି। ପ୍ରତି ସ୍ୱୟଂସହାୟକ ଗୋଷ୍ଠୀକୁ ୧୦ ହଜାର ଟଙ୍କା ଲେଖାଏଁ ଦେଇ ଭୋଟ୍‌ ହାତେଇ ନିଅନ୍ତି। ଇଏ କଣ ବିକାଶ ନୁହେଁ କି ବୋଲି ଛିଗୁଲେଇଛନ୍ତି କଂଗ୍ରେସ ନେତା  ତାରା ପ୍ରସାଦ ବାହିନୀପତି। ତାରା କହିଛନ୍ତି, ୨୧ ବର୍ଷ […]

tara

tara

Manoranjan Sial
  • Published: Friday, 05 March 2021
  • Updated: 05 March 2021, 07:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ନାରା ଦେଉଛି ଗାଁକୁ ରାସ୍ତା, ମାଆକୁ ସମ୍ମାନ। ପ୍ରତିଦିନ ରାଜ୍ୟରେ ଘଟୁଛି ରେପ୍‌ ଆଣ୍ଡ ମର୍ଡର। ଏଥିରୁ ଜଣାପଡ଼ୁଛି ନବୀନବାବୁ ମାଆଙ୍କୁ ବହୁ ଭଲ ପାଉଛନ୍ତି। ନିର୍ବାଚନ ଆସିଲେ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଡାକନ୍ତି। ପ୍ରତି ସ୍ୱୟଂସହାୟକ ଗୋଷ୍ଠୀକୁ ୧୦ ହଜାର ଟଙ୍କା ଲେଖାଏଁ ଦେଇ ଭୋଟ୍‌ ହାତେଇ ନିଅନ୍ତି। ଇଏ କଣ ବିକାଶ ନୁହେଁ କି ବୋଲି ଛିଗୁଲେଇଛନ୍ତି କଂଗ୍ରେସ ନେତା  ତାରା ପ୍ରସାଦ ବାହିନୀପତି।

ତାରା କହିଛନ୍ତି, ୨୧ ବର୍ଷ ଶାସନ କଳରେ ନବୀନ ପଟ୍ଟନାୟକଙ୍କର ବହୁ ବିକାଶ ଘଟିଛି। ପ୍ରତିଦିନ ୬ ଜଣ ନାବାଳିକା ଦୁଷ୍କର୍ମରେ ଶିକାର ହେଉଛି। ବର୍ଷକୁ ୬ ଜଣ ଦୋଷୀ ସାବ୍ୟସ୍ତ ହେଉଛନ୍ତି। ଏ ରିପୋର୍ଟ ମୋର ନୁହେଁ, କେନ୍ଦ୍ର ସରକାରଙ୍କ ଏନ୍‌ସିବି ତଥ୍ୟ। ସମଗ୍ର ଭାରତ ବର୍ଷରେ ନାବାଳିକା ଦୁଷ୍କର୍ମ ଓ ମର୍ଡରରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଉତ୍ତରପ୍ରଦେଶ ପ୍ରଥମରେ ରହିଛି। ତେବେ ଲୋକ ସଂଖ୍ୟାକୁ ଦେଖି ଓଡ଼ିଶା ପ୍ରଥମ ବୋଲି ତାରା କହିଛନ୍ତି।

https://youtu.be/cTdOaO4qLTs

ତାରା ଆହୁରି କହିଛନ୍ତି ୨୧ ବର୍ଷ ଭିତରେ ଜଳସେଚନ ପାଇଁ କୌଣସି ବଡ଼ ପ୍ରକଳ୍ପ କରିନାହାନ୍ତି। ଯାହା ହୋଇଥିଲା କଂଗ୍ରେସ ସମୟରେ। ସାରା ରାଜ୍ୟରେ ବେକାରୀ ସମସ୍ୟା ବଢ଼ି ଚାଲିଛି। ଶିକ୍ଷିତ ଯୁବକ ଓ ଯୁବତୀମାନେ ଚାକିରି ନପାଇ ବେକାର ହୋଇ ବୁଲୁଛନ୍ତି। ଯେଉଁମାନେ ପରିବାର ଭରଣ ପୋଷଣ ପାଇଁ ରାଜ୍ୟ ବାହାରକୁ ଯାଉଛନ୍ତି। ସେମାନଙ୍କୁ ସେଠାରେ ସୁରକ୍ଷିତ ରଖିବାର ବ୍ୟବସ୍ଥା ରାଜ୍ୟ ସରକାର କରିପାରୁ ନାହାନ୍ତି ବୋଲି ତାରା କହିଛନ୍ତି।

ଶ୍ରୀ ବାହିନୀପତି ଆହୁରି କହିଛନ୍ତି, କୋଭିଡ୍‌ରେ ଓଡ଼ିଶାକୁ ୧୨ ଲକ୍ଷ ଲୋକ ଆସିଥିଲେ। ସେମାନେ ଏବେ ଫେରିଗଲେଣି। ତାହାର ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ନାହିଁ। ପ୍ରକୃତରେ ରାଜ୍ୟକୁ ୨୦ ଲକ୍ଷରୁ ଅଧିକ ଲୋକ ଆସିଛନ୍ତି। ତେବେ ମେଡିକାଲ୍‌ ରେଜିଷ୍ଟ୍ରେସନ୍‌ରେ ରାଜ୍ୟକୁ ୧୭ ଲକ୍ଷ ଲୋକ ଆସିଥିବା ଜଣାପଡ଼ୁଛି। ପ୍ରବାସୀମାନେ ଫେରିବା ପରେ ଖାଇବାକୁ ପାଇଲେ ନାହିଁ। ନାନା ଅସୁବିଧାରେ ସମ୍ମୁଖୀନ ହୋଇଥିଲେ। ଯାହାର ଚିତ୍ର ପ୍ରତିଦିନ ସାମ୍ନାକୁ ଆସୁଥିଲା ବୋଲି ତାରା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos