୬୬ ଜଣିଆ ଯୁବ କଂଗ୍ରେସ ପଦାଧିକାରୀ ଟିମ୍ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଦେଶ ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା ନିଜର ୬୬ଜଣିଆ ପଦାଧିକାରୀ ଟିମ୍ ଗଠନ କରିଛନ୍ତି। ଟିମରେ ୮ଜଣ ଉପସଭାପତି, ୧୫ଜଣ ସାଧାରଣ ସମ୍ପାଦକ, ୨୭ଜଣ ସମ୍ପାଦକ ଓ ୧୬ଜଣ ଯୁଗ୍ମ ସମ୍ପାଦକ ଅଛନ୍ତି। ଅଖିଳ ଭାରତୀୟ ଯୁବ କଂଗ୍ରେସର ଅନୁମୋଦନରେ ଆଜି ଏହି ଟିମ୍ ଘୋଷଣା ହୋଇଛି। ଘୋଷଣା ଅନୁସାରେ, ପ୍ରଦେଶ ଯୁବ କଂଗ୍ରେସର ଉପସଭାପତି ଭାବେ ଅଭିଳାଷ ମାଣିଆ, ମହମ୍ମଦ ଅଲିମ୍‌, ବିମଳ ବେହେରା, କିରଣ ସାହୁ, ବିରେନ୍ଦ୍ର ବାଗ, ଅଙ୍କିତ […]

CONGRESS

CONGRESS

Manoranjan Sial
  • Published: Friday, 25 December 2020
  • Updated: 25 December 2020, 08:01 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଦେଶ ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା ନିଜର ୬୬ଜଣିଆ ପଦାଧିକାରୀ ଟିମ୍ ଗଠନ କରିଛନ୍ତି। ଟିମରେ ୮ଜଣ ଉପସଭାପତି, ୧୫ଜଣ ସାଧାରଣ ସମ୍ପାଦକ, ୨୭ଜଣ ସମ୍ପାଦକ ଓ ୧୬ଜଣ ଯୁଗ୍ମ ସମ୍ପାଦକ ଅଛନ୍ତି। ଅଖିଳ ଭାରତୀୟ ଯୁବ କଂଗ୍ରେସର ଅନୁମୋଦନରେ ଆଜି ଏହି ଟିମ୍ ଘୋଷଣା ହୋଇଛି।

ଘୋଷଣା ଅନୁସାରେ, ପ୍ରଦେଶ ଯୁବ କଂଗ୍ରେସର ଉପସଭାପତି ଭାବେ ଅଭିଳାଷ ମାଣିଆ, ମହମ୍ମଦ ଅଲିମ୍‌, ବିମଳ ବେହେରା, କିରଣ ସାହୁ, ବିରେନ୍ଦ୍ର ବାଗ, ଅଙ୍କିତ ସଂଘାଇ, ରାଜୀବ ପଟ୍ଟନାୟକ ଓ ସୁନୀତା ବାଗ୍‌ଙ୍କୁ ନିଯୁକ୍ତି କରାଯାଇଛି। ରାଜ୍ୟ ଯୁବ କଂଗ୍ରେସର ପଦାଧିକାରୀଙ୍କ ସମେତ ସମ୍ବଲପୁର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଭାବେ ପ୍ଲାବନ ବହିଦାର, ଗଜପତି – ସୂର୍ଯ୍ୟନାରାୟଣ ପାତ୍ର, ସୁନ୍ଦରଗଡ - ଆଲବର୍ଟ କିଣ୍ଡୋ, ଗଞ୍ଜାମ (ଆସ୍କା ଲୋକସଭା) – ଚିନ୍ମୟ ହୋତା, ଗଞ୍ଜାମ (ବ୍ରହ୍ମପୁର ଜୋନ୍‌) – ବିଜୟରାଜ ପାଣିଗ୍ରାହୀ, ନବରଙ୍ଗପୁର - ଅଖିଳ ଭତ୍ରାଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ନୟାଗଡ ଜିଲ୍ଲା ଯୁବ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଭାବେ ମିର୍ ଅବଦୁର ସିଦ୍ଦିକି ଓ ପ୍ରତୀକ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି।

ଏହି ନବନିଯୁକ୍ତ ଯୁବନେତାମାନେ ଆଗାମୀ ଦିନରେ ସଂଗଠନକୁ ସୁଦୃଢ଼ କରିବା ସହିତ ଯୁବକଯୁବତୀମାନଙ୍କ ସ୍ୱାର୍ଥ ଉଦ୍ଦେଶ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଲଢ଼େଇ ଜାରି ରଖିବେ ବୋଲି ପିସିସି ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos