ଗିରଫ ଲକ୍ଷ୍ମୀକାନ୍ତଙ୍କ ପରିବାରକୁ ଭେଟିଲା ବିଜେପି, ସରକାରୀ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଚିକିତ୍ସା ସମ୍ପର୍କିତ ଭାଇରାଲ ଅଡିଓ ଅଭିଯୋଗରେ ଗିରଫ ହୋଇଥିବା ଲକ୍ଷ୍ମୀକାନ୍ତ ବେହେରାଙ୍କ ପରିବାର ସଦସ୍ୟଙ୍କୁ ଆଜି ଭୁବନେଶ୍ୱର ଜିଲ୍ଲା ବିଜେପିର ପ୍ରତିନିଧିଦଳ ଭେଟି ଶାନ୍ତ୍ୱନା ଦେବା ସହ ସରକାରୀ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛି। ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଲକ୍ଷ୍ମୀକାନ୍ତଙ୍କ ପରିବାର ସଦସ୍ୟଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ପରିବାର ଲୋକ ଅନେକ ଦୁଃଖ ଓ ମାନସିକ ଯନ୍ତ୍ରଣାରେ ଥିବା ପ୍ରତିନିଧି […]

bjp

bjp

Manoranjan Sial
  • Published: Tuesday, 11 August 2020
  • Updated: 11 August 2020, 08:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଚିକିତ୍ସା ସମ୍ପର୍କିତ ଭାଇରାଲ ଅଡିଓ ଅଭିଯୋଗରେ ଗିରଫ ହୋଇଥିବା ଲକ୍ଷ୍ମୀକାନ୍ତ ବେହେରାଙ୍କ ପରିବାର ସଦସ୍ୟଙ୍କୁ ଆଜି ଭୁବନେଶ୍ୱର ଜିଲ୍ଲା ବିଜେପିର ପ୍ରତିନିଧିଦଳ ଭେଟି ଶାନ୍ତ୍ୱନା ଦେବା ସହ ସରକାରୀ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛି।

ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଲକ୍ଷ୍ମୀକାନ୍ତଙ୍କ ପରିବାର ସଦସ୍ୟଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ପରିବାର ଲୋକ ଅନେକ ଦୁଃଖ ଓ ମାନସିକ ଯନ୍ତ୍ରଣାରେ ଥିବା ପ୍ରତିନିଧି ଦଳ ଆଗରେ ବଖାଣିଛନ୍ତି। ସତକଥା କହିବା ପରେ ରାଜ୍ୟ ସରକାର ସେମାନଙ୍କୁ ଗିରଫ କରି ଅକଥନୀୟ ଅତ୍ୟାଚାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜ୍ୟ ସରକାର ନିଜର ଦୋଷ ଦୁର୍ବଳତା ଶୁଣିବା ପାଇଁ ପ୍ରସ୍ତୁତ ନାହାଁନ୍ତି। ଯିଏ ସତ୍ୟ କହୁଛି ଅବା ସରକାରଙ୍କ ଦୋଷ ଦୁର୍ବଳତାକୁ ପଦାକୁ ଆଣୁଛି ପୋଲିସ ଲଗାଇ ସେମାନଙ୍କୁ ଗିରଫ କରି ଏକ ଭୟର ବାତାବରଣ ସୃଷ୍ଟି କରୁଛନ୍ତ। ତେଣୁ ଗତକାଲି ଗିରଫ କରାଯାଇଥିବା ଏହି ଦୁଇ ଜଣ ବ୍ୟକ୍ତିଙ୍କୁ ତୁରନ୍ତ ମୁକ୍ତ କରାଯାଉ ବୋଲି ଶ୍ରୀ ସିଂ ଦାବି କରିଛନ୍ତି।

ଶ୍ରୀ ସିଂ କହିଛନ୍ତି ଯେ, ଏହି ଭାଇରାଲ ଅଡିଓ କ୍ଲିପରେ ଏମିତି କ’ଣ ଥିଲା ଯେ ଦୁଇ ଜଣଙ୍କୁ ଗିରଫ କରାଗଲା, ଏହାର ଉତ୍ତର ବିଏମସି କର୍ତ୍ତୃପକ୍ଷ ଏବଂ ଭୁବନେଶ୍ୱର ପ୍ରଶାସନ ସ୍ପଷ୍ଟ କରନ୍ତୁ। ଅଡିଓ କ୍ଲିପରେ ଏମିତି କୌଣସି କଥା ବି ନାହିଁ ଯାହା ସମାଜରେ ଭୟର ବାତାବରଣ ସୃଷ୍ଟି କରିବ। ଏଭଳି ଏକଚାଟିଆ ମନମୁଖୀ ଶାସନକୁ ଭୁବନେଶ୍ୱରବାସୀ କେବେ ବି କ୍ଷମା ଦେବେ ନାହିଁ। ସାଧାରଣ ଲୋକଙ୍କ ପ୍ରତି ପ୍ରଶାସନର ଆକ୍ରୋଣମୂଳକ ପଦକ୍ଷେପ ଏବଂ ବିଏମସି ଓ ପୁଲିସ ପ୍ରଶାସନର ଏଭଳି କାର୍ଯ୍ୟାନୁଷ୍ଠାନକୁ ଶ୍ରୀ ସିଂ ଦୃଢ ନିନ୍ଦା କରିଛନ୍ତି।

ବିଏମସିର ଭୁଲ ତଥ୍ୟ କାରଣରୁ ଭୁୂବନେଶ୍ୱର ହରିନଗର ବସ୍ତିର ବାସିନ୍ଦା ମାନସିକ ଯନ୍ତ୍ରଣା ପାଇବା ସହ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କିଛିଦିନ ପୂର୍ବରୁ ବିଜେପିର ଏକ ପ୍ରତିନିଧି ଦଳ ହରିନଗର ବସ୍ତି ଅଂଚଳ ଗସ୍ତ କରି ବସ୍ତି ବାସିନ୍ଦାଙ୍କୁ ଭେଟିଥିଲା। ଏହି ଘଟଣାରେ ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। ମାତ୍ର ଆଜି ସାଧାରଣ ଲୋକମାନେ କରୋନା ଅବ୍ୟବସ୍ଥା ଉପରେ କହିବାରୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲା କାହିଁକି? ଭୁବନେଶ୍ୱରରେ କ’ଣ କୌଣସି ଲୋକର କଥା କହିବାକୁ ସ୍ୱାଧୀନତା ମିଳିନାହିଁ ବୋଲି ସିଂ ପ୍ରଶ୍ନ ଉଠାଇଛନ୍ତି। ସମ୍ପୃକ୍ତ ପରିବାର ଲୋକଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ବିଜେପି ସେମାନଙ୍କ ସହ ଛିଡ଼ା ହୋଇ ରହିବ ଓ ଅନ୍ୟାୟ ବିରୁୂଦ୍ଧରେ ସ୍ୱର ଉଠାଇ ଚାଲିବ ବୋଲି ଶ୍ରୀ ସିଂ କହିଛନ୍ତି।

ଏହି ଘଟଣାରେ ବିଏମସି ଏବଂ ପୋଲିସର କାର୍ଯ୍ୟକଳାପକୁ ଜିଲ୍ଲା ବିଜେପି ଘୋର ନିନ୍ଦା କରିବା ସହ ସଂପୃକ୍ତ ପରିବାର ଲୋକଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ବିଜେପି ସେମାନଙ୍କ ସାଥୀରେ ଛିଡା ହୋଇ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉଠାଇ ଚାଲିବ ବୋଲି ଶ୍ରୀ ସିଂ କହିଛନ୍ତି। ଏହି ପ୍ରତନିଧି ଦଳରେ ବିଜେପି ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି ଏବଂ ଜଗନ୍ନାଥ ପ୍ରଧାନ ପ୍ରମୁଖ ସାମିଲ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos