ଜଳସେଚନ ପ୍ରକଳ୍ପ ନାଁରେ ବିଜେପୁରବାସୀଙ୍କୁ ପୁଣି ଭୁଆଁ ବୁଲାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ପ୍ରକାଶ ସେଠୀ): ଉପନିର୍ବାଚନରେ ବିଜେପୁର ଆସନକୁ ହାତେଇବା ପାଇଁ ସେଠାର ବିକାଶ ଦାୟିତ୍ୱ ସେ ନିଜେ ବୁଝିବେ ବୋଲି ପ୍ରତିଶ୍ରୁତି ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁଣିଥରେ ବିଜେପୁରବାସୀଙ୍କୁ ଭୁଆଁ ବୁଲାଇଛନ୍ତି। ବିଜେପୁର ଉପନିର୍ବାଚନ ପୂର୍ବରୁ ଭୋଟ୍ ହାତେଇବା ପାଇଁ ୨୦୧୭ ଅକ୍ଟୋବର ୨୩ତାରିଖରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ‘ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ’କୁ ମଞ୍ଜୁରୀ ମିଳିଥିଲା। ତେବେ ଇତିମଧ୍ୟରେ ପ୍ରାୟ ୩ବର୍ଷ ବିତିବାକୁ ବସିଥିଲେ ବି ପ୍ରକଳ୍ପର ଟେଣ୍ଡର ଡାକିନଥିବା ସରକାର ଆଜି […]

naveen

naveen

Manoranjan Sial
  • Published: Wednesday, 12 August 2020
  • Updated: 12 August 2020, 08:42 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): ଉପନିର୍ବାଚନରେ ବିଜେପୁର ଆସନକୁ ହାତେଇବା ପାଇଁ ସେଠାର ବିକାଶ ଦାୟିତ୍ୱ ସେ ନିଜେ ବୁଝିବେ ବୋଲି ପ୍ରତିଶ୍ରୁତି ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁଣିଥରେ ବିଜେପୁରବାସୀଙ୍କୁ ଭୁଆଁ ବୁଲାଇଛନ୍ତି। ବିଜେପୁର ଉପନିର୍ବାଚନ ପୂର୍ବରୁ ଭୋଟ୍ ହାତେଇବା ପାଇଁ ୨୦୧୭ ଅକ୍ଟୋବର ୨୩ତାରିଖରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ‘ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ’କୁ ମଞ୍ଜୁରୀ ମିଳିଥିଲା। ତେବେ ଇତିମଧ୍ୟରେ ପ୍ରାୟ ୩ବର୍ଷ ବିତିବାକୁ ବସିଥିଲେ ବି ପ୍ରକଳ୍ପର ଟେଣ୍ଡର ଡାକିନଥିବା ସରକାର ଆଜି ପୁଣିଥରେ ସେହି ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ କରାଇଛନ୍ତି।

ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବିଜେପୁର ଅଂଚଳବାସୀଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ସାକାର ହେବାକୁ ଯାଉଛି। ରାଜ୍ୟ ସରକାର ୪୮ତମ କ୍ୟାବିନେଟ ବୈଠକ(୨୦୧୭ ଅକ୍ଟୋବର ୨୩)ରେ ମରୁଡ଼ି ପ୍ରଭାବିତ ବିଜେପୁର ଅଂଚଳକୁ ନିଶ୍ଚିତ ଜଳସେଚନ ସୁବିଧା ଯୋଗାଇ ଦେବାକୁ ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରକଳ୍ପ ମଞ୍ଜୁର ନିମନ୍ତେ ନୀତିଗତ ନିଷ୍ପତ୍ତି ନେଇଥିଲେ। ରାଜ୍ୟ କ୍ୟାବିନେଟ ଆଜି ଏହି ପ୍ରକଳ୍ପର ଟେଣ୍ଡରକୁ ୧୧୮୩.୬୩ କୋଟି ଟଙ୍କାର ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ ବରଗଡ଼ ଜିଲ୍ଲାର ବିଜେପୁର, ସୋହେଲା, ବରପାଲ୍ଲୀ ବ୍ଲକର ୧୧୫ଟି ଗାଁ ଓ ସୋନପୁର ଜିଲ୍ଲାର ୫ଟି ଗାଁର ମୋଟ ୨୫୬୦୦ ହେକ୍ଟର ଚାଷ ଜମିକୁ ଜଳସେଚନ ଯୋଗାଇବ। ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ଇପିସି ପଦ୍ଧତିରେ କରାଯାଇ ୩୦ମାସ ମଧ୍ୟରେ ସମ୍ପୂର୍ଣ୍ଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ପ୍ରକଳ୍ପ ଜରିଆରେ ୩୦ ପ୍ରତିଶତ ସେଚାଂଚଳରେ ସ୍ୱୟଂଚାଳିତ ଅଣୁ ଜଳସେଚନ କରିବାକୁ ବ୍ୟବସ୍ଥା ରହିଛି ବୋଲି ମୁଖ୍ୟ ସଚିବ କହିଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁପରେ ବିଜେପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ସେତେବେଳେ ବିଜେପୁରବାସୀଙ୍କୁ ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରକଳ୍ପ ଭେଟି ଦେଇଥିଲେ। ସେତେବେଳେ ନବୀନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ବରଗଡ଼ ଜିଲ୍ଲାର ବିଜେପୁର, ସୋହେଲା, ବରପାଲି ବ୍ଲକର ୨୫୬୦୦ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବା ନିମନ୍ତେ ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଥିଲା। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଉଭୟ ଖରିଫ ଓ ରବି ଋତୁରେ ୩୨ହଜାର ହେକ୍ଟର ଜମିରେ ଜଳସେଚନ ସୁବିଧା ରହିବ ତଥା ଏହି ପ୍ରକଳ୍ପରେ ୧୨୪୬.୫୬କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଏପରିକି ଇପିସି ମୋଡରେ ଏହି ପ୍ରକଳ୍ପର ଠିକା କାର୍ଯ୍ୟ ଆବଣ୍ଟନ ହେବ ଓ ୫ବର୍ଷ ମଧ୍ୟରେ କାମ ଶେଷ ହେବ ବୋଲି ସେତେବେଳେ କୁହାଯାଇଥିଲା।

ମାତ୍ର ଇତିମଧ୍ୟରେ ୩ବର୍ଷ ବିତିଯାଇଥିଲେ ବି କାର୍ଯ୍ୟ ସାମାନ୍ୟତମ ଆଗେଇ ପାରିନଥିଲା। ଓଲଟା ୨୦୨୦ ମାର୍ଚ୍ଚ ମାସରେ ଏହି ପ୍ରକଳ୍ପର ଡିଜାଇନ୍ ପୁଣିଥରେ ଜଳସମ୍ପଦ ବିଭାଗ ଦ୍ୱାରା ପ୍ରସ୍ତୁତ ହୋଇଥିଲା। ଅବଶ୍ୟ ୨୦୧୯-୨୦ ଆର୍ଥିକ ବଜେଟରେ ଏହି ପ୍ରକଳ୍ପ ପାଇଁ ୧୪୬ କୋଟି ଟଙ୍କା ଆବଣ୍ଟିତ ହୋଇଥିଲା। କିନ୍ତୁ ଡିଜାଇନରେ ପରିବର୍ତ୍ତନ ଯୋଗୁ କାମ ସାମାନ୍ୟତମ ଆଗେଇ ପାରିନଥିଲା। ଏବେ ସେହି ପ୍ରକଳ୍ପକୁ ପୁଣିଥରେ କ୍ୟାବିନେଟରେ ଅନୁମୋଦନ କରାଯାଇଛି।

୨୦୧୭ ପରେ ବିଜେପୁର ବିଧାନସଭା ଆସନରେ କ୍ରମାଗତ ଦୁଇଥର ଉପନିର୍ବାଚନ ହୋଇଥିବାବେଳେ ନିର୍ବାଚନମଣ୍ଡଳୀର ବିକାଶ ଦାୟିତ୍ୱ ନିଜେ ମୁଖ୍ୟମନ୍ତ୍ରୀ ନେବେ ବୋଲି ସେଠାର ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟ ଗତ ୩ବର୍ଷ ମଧ୍ୟରେ ଆରମ୍ଭ ହୋଇନପାରିବା ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିର ବାସ୍ତବତାକୁ ପଦାରେ ପକାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story