ପୁଣି ଫେରିଲା କାଳିଆ ଯୋଜନା: ଟଙ୍କା ଦେଇ ପୁଣି ମାଗିବେନି ତ ?

kalia scheme

790-90

790-90

Tapas Behera
  • Published: Friday, 12 February 2021
  • Updated: 12 February 2021, 04:47 PM IST

Sports

Latest News

ଭୁବନେଶ୍ୱର(ଅର୍ଦ୍ଧେନ୍ଦୁ ଶେଖର) ପୁଣି ଫେରିଲା କାଳିଆ ଯୋଜନା। ନିର୍ବାଚନ ପରେ ଭୁଲି ଯାଇଥିଲେ କି ରାଜ୍ୟ ସରକାର? ହଠାତ କ’ଣ ପାଇଁ ମନେ ପଡିଲା ? ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଚାଷୀ ଆନ୍ଦୋଳନକୁ ମାତ ଦେବା ପାଇଁ ଏହା କ’ଣ ସରକାରୀ ମସୁଧା ? ଦେଲେ ପୁଣି ଫେରାଇବାକୁ କହିଲେ କାହିଁକି ? ନିର୍ବାଚନ ପରେ ପୁଣି ମାଗିବେନି ତ କାଳିଆ ଟଙ୍କା ?

ରାଜ୍ୟ ସରକାର ଆଗେ ଟଙ୍କା ଦେଉଛନ୍ତି ପୁଣି ଟଙ୍କା ଲୋକଙ୍କୁ ମାଗୁଛନ୍ତି। ନିଜେ ସରକାରୀ ବାବୁମାନେ ହିତାଧିକାରୀ ତାଲିକା କରୁଛନ୍ତି ଅଥଚ ସେହିମାନେ ହିଁ ନିଜ ଚିହ୍ନିତ ଚାଷୀଙ୍କୁ ଅଯୋଗ୍ୟ କହୁଛନ୍ତି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦-୨୧ ପାଇଁ ଚାଷୀମାନଙ୍କୁ କାଳିଆ ସହାୟତା ବାଣ୍ଟିଛନ୍ତି। ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ମାଧ୍ୟମରେ ଏହା ୫୩ ଲକ୍ଷ ଚାଷୀଙ୍କୁ ଦିଆଯିବ ବୋଲି ସରକାରୀ ବିଜ୍ଞାପନ ପ୍ରକାଶ ପାଇଛି।

ଏହା ଦ୍ୱାରା କ୍ଷୁଦ୍ର, ନାମମାତ୍ର ଓ ଭୂମିହିନ ଚାଷୀ ଉପକୃତ ହେବେ ବୋଲି କୁହାଯାଇଛି।  ୨୦୧୮-୧୯ ଆର୍ତିକ ବର୍ଷରେ ୫୦ ଲକ୍ଷ ଚାଷୀଙ୍କୁ କାଳିଆ ଅନୁଦାନ ଦିଆଯାଇଥିବା ରାଜ୍ୟ ସରକାର ଦାବି କରିଥିଲେ। ଏଥିରୁ ୩ ଲକ୍ଷ ୪୧ ହଜାର ଚାଷୀଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ୫୩ ଲକ୍ଷ ଚାଷୀଙ୍କ ମଧ୍ୟରେ ସେହି ଅଯୋଗ୍ୟ ଚାଷୀଙ୍କୁ ପୁଣି ସାମିଲ କରାଯାଇ ନାହିଁ ତ ? ଏବେ ଏହି ସଂଖ୍ୟାକୁ ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ । ଏହାକୁ ନେଇ ପ୍ରଶ୍ନ ଉଠାଇଛି ରାଜ୍ୟ ବିଜେପି। ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ରାଜ୍ୟରେ ବିଜେଡି ସରକାର ରୋକୁଥିବା ବେଳେ କାଳିଆକୁ ନେଇ ଚାଷୀଙ୍କୁ ଭୂଆଁ ବୁଲାଯାଉଛି ବୋଲି ବିଜେପି ନେତା ଗୋଲକ ମହାପାତ୍ର କହିଛନ୍ତି। ରାଜ୍ୟରେ ମଣ୍ଡି ଏବଂ ଅନ୍ୟାନ୍ୟ ସମସ୍ୟାକୁ ନେଇ ଚାଷୀ ଆନ୍ଦୋଳନ ଚରମସୀମାରେ ଥିବା ବେଳେ ଏହା ସରକାରଙ୍କ ଏକ ଭେଳିକି ବୋଲି ଦଳ ପକ୍ଷରୁ କୁହାଯାଇଛି।

ଚାଷୀ ଆନ୍ଦୋଳନକୁ ନେଇ ରାଜ୍ୟ ସରକାରଙ୍କୁ ହଟହଟା ହେବାକୁ ପଡୁଛି। ଉତ୍ତ୍ୟକ୍ତ ଲୋକେ ମନ୍ତ୍ରୀ ଓ ବିଧାୟକଙ୍କୁ ଘେରାଉ କରିଛନ୍ତି। ସେପଟେ ନିଜେ କାଳିଆ ଯୋଜନା ପାଇଁ ଯୋଗ୍ୟ ହିତାଧିକାରୀ ତାଲିକା ପ୍ରକାଶ କରିବା ପରେ ସରକାର ପୁଣି ସେମାନଙ୍କୁ ଅଯୋଗ୍ୟ କହି ଟଙ୍କା ଫେରାଇବା ପାଇଁ କହୁଛନ୍ତି। କେତେ ସଂଖ୍ୟାରେ ଚାଷୀଙ୍କୁ କେତେ ପରିମାଣରେ କାଳିଆ ଟଙ୍କା ବଣ୍ଟା ଗଲାଣି ସେନେଇ ସରକାରୀ ସ୍ପଷ୍ଟତା କିଛି ନାହିଁ। ଏସବୁ କିନ୍ତୁ ବିଜେଡି ମାନିବାକୁ ନାରାଜ। ନିର୍ବାଚନ ଜିତିବା ପରେ ଚାଷୀଙ୍କୁ ଆଉ କାଳିଆ କିସ୍ତି ମିଳୁନଥିଲା। ଏବେ ତାହା ପୁଣି ଆରମ୍ଭ କରାଯାଇଛି। ତେଣୁ ଏହା କେତେ ଦିନ ଚାଲିବ ସେନେଇ ସନ୍ଦେହ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story