ବିଜେଡି ପାଇଁ କାଳ ହେବ କି ଭାଇରାଲ୍‌ ଇସ୍ୟୁ !

କେନ୍ଦୁଝର (ପ୍ରଣୟ କୁମାର ପାଣି): କେନ୍ଦୁଝର ଜିଲ୍ଲାର ଚମ୍ପୁଆ, କେନ୍ଦୁଝର ସଦର, ପାଟଣା, ତେଲକୋଇ, ଘସିପୁରା, ଆନନ୍ଦପୁର ଓ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବିଧାନସଭା କ୍ଷେତ୍ରକୁ ନେଇ ଗଠିତ କେନ୍ଦୁଝର ଲୋକସଭା ଆସନ। ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ରହିଛି ଏହି ଆସନ। ଚଳିତ ନିବାର୍ଚନରେ ୭ଟି ବିଧାନସଭା ନିବାର୍ଚନମଣ୍ଡଳୀର ୧୯୬୧ଟି ବୁଥ୍‌ରେ ୧୪ଲକ୍ଷ ୭୬ ହଜାର ୮୫୫ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ଏଠାରେ ପ୍ରାର୍ଥୀ ହୋଇଛନ୍ତି ଭାରତୀୟ ଜନତା ପାର୍ଟିରୁ ଅନନ୍ତ ନାୟକ, […]

ananta

ananta

Puspanjali Panda
  • Published: Wednesday, 17 April 2019
  • Updated: 17 April 2019, 04:46 PM IST

Sports

Latest News

କେନ୍ଦୁଝର (ପ୍ରଣୟ କୁମାର ପାଣି): କେନ୍ଦୁଝର ଜିଲ୍ଲାର ଚମ୍ପୁଆ, କେନ୍ଦୁଝର ସଦର, ପାଟଣା, ତେଲକୋଇ, ଘସିପୁରା, ଆନନ୍ଦପୁର ଓ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବିଧାନସଭା କ୍ଷେତ୍ରକୁ ନେଇ ଗଠିତ କେନ୍ଦୁଝର ଲୋକସଭା ଆସନ। ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ରହିଛି ଏହି ଆସନ।

ଚଳିତ ନିବାର୍ଚନରେ ୭ଟି ବିଧାନସଭା ନିବାର୍ଚନମଣ୍ଡଳୀର ୧୯୬୧ଟି ବୁଥ୍‌ରେ ୧୪ଲକ୍ଷ ୭୬ ହଜାର ୮୫୫ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ।

ଏଠାରେ ପ୍ରାର୍ଥୀ ହୋଇଛନ୍ତି ଭାରତୀୟ ଜନତା ପାର୍ଟିରୁ ଅନନ୍ତ ନାୟକ, ବିଜୁ ଜନତା ଦଳରୁ ଚନ୍ଦ୍ରାଣୀ ମୁର୍ମୁ, କଂଗ୍ରେସରୁ ମୋହନ କୁମାର ହେମ୍ୱ୍ରମ୍‌, ବହୁଜନ ସମାଜ ପାର୍ଟିରୁ ଗୁର୍ଗା ଚନ୍ଦ୍ର ପିଙ୍ଗୁଆ, ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକରୁ ପ୍ରଫୁଲ୍ଲ ନାୟକ, ବହୁଜନ ମୁକ୍ତି ପାର୍ଟିରୁ ରମେଶ ଲାଗୁରୀ, ରାଷ୍ଟ୍ରୀୟ ଇଣ୍ଡିପେଣ୍ଡେଣ୍ଟ ମୋର୍ଚ୍ଚାରୁ ଡା.ସୁଦର୍ଶନ ଲୋହାର ଏବଂ ଅଖିଳ ଭାରତ ହିନ୍ଦୁ ମହାସଭାରୁ ଲାଲମୋହନ ହାଁସଦା । ହେଲେ ଏଠାରେ ମୁଖ୍ୟ ଲଢେଇ ହେବ ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ।

୨୦୦୦ ଓ ୨୦୦୪ ମସିହାରେ ମେଣ୍ଟ ପ୍ରାର୍ଥୀ ଭାବେ ନିବାର୍ଚନ ଲଢ଼ି ବିଜେପିରୁ ଅନନ୍ତ ନାୟକ ଦୁଇଥର ସାଂସଦ ହୋଇଥିବା ବେଳେ ୨୦୦୯ ସାଧାରଣ ନିବାର୍ଚନରେ ତୃତୀୟ ଏବଂ ୨୦୧୪ ନିବାର୍ଚନରେ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଏହା ପରେ ଦଳ ପୁଣିଥରେ ତାଙ୍କ ପ୍ରତି ଆସ୍ଥା ପ୍ରକଟ କରି ଏଥର ପ୍ରାର୍ଥୀ କରିଛି। ଦୁଇଥରର ସାଂସଦ ଶ୍ରୀ ନାୟକ ପଞ୍ଚମ ଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ ଓ ବିକାଶକୁ ପାଥେୟ କରି ଏଥର ଜିତିବା ଆଶା ରଖିଛନ୍ତି। ଶ୍ରୀ ନାୟକଙ୍କ ପ୍ରଚାର ମଧ୍ୟ ଜୋରଦାର ଚାଲିଛି। ଏପରିକି ରାଷ୍ଟ୍ରୀୟ ସଭାପତି ଅମିତ ଶାହା କେନ୍ଦୁଝର ଗସ୍ତରେ ଆସି ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରିବା ଦଳୀୟ ପ୍ରାର୍ଥୀଙ୍କୁ ବେଶ ଉତ୍ସାହିତ କରିଛି।

ବିଜେଡି ଭରସା କରିଛି ମହିଳା କାର୍ଡକୁ। କାରଣ ୨୦୧୪ ନିବାର୍ଚନରେ ମହିଳା କାର୍ଡ ବିଜେଡିକୁ ବେଶ ଫାଇଦା ଦେଇଥିଲା। ଶକୁନ୍ତଳା ଲାଗୁରୀଙ୍କୁ ପ୍ରାର୍ଥୀ କରି ବିଜୟୀ ହୋଇଥିଲା ବିଜେଡି। ତେଣୁ ଏଥର ମଧ୍ୟ ଉଚ୍ଚ ଶିକ୍ଷିତା ମହିଳା ଚନ୍ଦ୍ରାଣୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି।
ତେବେ ଚନ୍ଦ୍ରାଣୀଙ୍କ ରାସ୍ତାରେ ଏବେ ଅନେକ ପ୍ରତିବନ୍ଧକ ।

ପ୍ରଥମତଃ ପ୍ରାର୍ଥିତ୍ୱକୁ ନେଇ ବିଜେଡ଼ିରେ ଚାପା ଅସନ୍ତୋଷ ରହିଛି। ପ୍ରଥମଥର ପାଇଁ ଦଳ ବାହାର ତଥା ପ୍ରତ୍ୟକ୍ଷ ରାଜନୀତିରେ ଆଦୌ ଜଡ଼ିତ ନଥିବା ନବାଗତା ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁଙ୍କୁ ପ୍ରାର୍ଥୀ କରି ବିଜେଡି ଏକ ବଡ ରିସ୍କ ନେଇଛି। ଏହାକୁ କର୍ମୀ ସହଜରେ ଗ୍ରହଣ କରିପାରି ନାହାନ୍ତି। ତେଣୁ ଖୋଦ ବିଜେଡି ନେତା ଓ କର୍ମୀ ତାଙ୍କ ବିଜୟଧାରାରେ ବାଧା ପହଂଚାଇବା ନେଇ ଚର୍ଚ୍ଚା ଜୋର ଧରିଛି।
ଗତ ନିବାର୍ଚନରେ ଜିତିଥିବା ଶ୍ରୀମତୀ ଲାଗୁରୀଙ୍କୁ ଏଥର ଦଳ ଟିକଟ ଦେଇନି। ଅନ୍ୟପକ୍ଷରେ ତାଙ୍କର ସ୍ୱାମୀ ଓ ଶ୍ୱଶୁର ପ୍ରତ୍ୟକ୍ଷ ରାଜନୀତିରେ ଅଛନ୍ତି। ତେଣୁ ସେମାନଙ୍କର ବିଦ୍ରୋହ ଚନ୍ଦ୍ରାଣୀଙ୍କ ପାଇଁ ମହଙ୍ଗା ପଡ଼ିପାରେ।

ତା' ଛଡ଼ା କେନ୍ଦୁଝର ଲୋକସଭା ଆସନ ପାଇଁ ଦଳୀୟ ନେତାଙ୍କୁ ଉପେକ୍ଷା କରାଯାଇଛି ବୋଲି କର୍ମୀମାନେ ଅଭିଯୋଗ କରିଛନ୍ତି। ବିଜେଡିର ପାରମ୍ପରିକ ଶତ୍ରୁ ତଥା ଚମ୍ପୁଆର ସ୍ୱାଧୀନ ବିଧାୟକ ସନାତନ ମହାକୁଡଙ୍କ ସମର୍ଥିତ ମହିଳାଙ୍କୁ ବିଜେଡି ପ୍ରାର୍ଥୀ କରିଥିବାରୁ ଏହାକୁ ବିଜେଡିର ପୁରୁଖା ନେତା ଓ କର୍ମୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି।

ତେଣୁ ମହାକୁଡଙ୍କ ସମର୍ଥିତ ପ୍ରାର୍ଥୀକୁ ବିଜୟଧାରାରୁ ଦୂରେଇ ନ ରଖିଲେ ଆଗାମୀ ଦିନରେ ଜିଲ୍ଲା ବିଜେଡି ମଙ୍ଗୁଆଳଙ୍କ ରାଜନୈତିକ ଭବିଷ୍ୟତ ସୁରକ୍ଷିତ ନରହିବା ଆଶଙ୍କା ରହିଛି। ଏହି କାରଣରୁ ବହୁ ଦଳୀୟ ନେତା ନିଜକୁ ଚନ୍ଦ୍ରାଣୀଙ୍କ ପ୍ରଚାରରୁ ଦୂରେଇ ରଖୁଛନ୍ତି। ଯାହା ବିଜେଡି ପାଇଁ କାଳ ହେବ ବୋଲି ଚର୍ଚ୍ଚା ହେଉଛି।
ଅନ୍ୟ ପଟେ ଚନ୍ଦ୍ରାଣୀ ମୁର୍ମୁଙ୍କର ଅଶ୍ଳୀଳ ଭିଡିଓ ଭାଇରାଲ୍‌ ହେବା ପରେ ଏହା ଚନ୍ଦ୍ରାଣୀଙ୍କର ଭାବମୂର୍ତ୍ତି ଉପରେ ପ୍ରଭାବ ପକାଇଛି। କେନ୍ଦୁଝର ଲୋକ ତାଙ୍କ ଉପରେ ବିଶ୍ୱାସ କରି ଭୋଟ ଦେବେ କି ନାହିଁ ଏହା ମଧ୍ୟ ସନ୍ଦେହ ଘେରରେ ରହିଛି।

କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ମୋହନ କୁମାର ହେମ୍ୱ୍ରେମ୍‌। ଶ୍ରୀ ହେମ୍ୱ୍ରମଙ୍କୁ ଦଳ ତେଲକୋଇ ବିଧାନସଭା ଆସନ ନିମନ୍ତେ ପ୍ରାର୍ଥୀ ଘୋଷଣା କରିଥିଲା। ହେଲେ ଲୋକସଭା ପାଇଁ ଘୋଷିତ ପ୍ରାର୍ଥୀ ଡାକ୍ତର ଫକୀର ମୋହନ ନାଏକଙ୍କ ଇସ୍ତଫା ମଞ୍ଜୁର ନହେବାରୁ ଦଳ ଶେଷ ମୁହୂର୍ତ୍ତରେ ମୋହନଙ୍କୁ ପ୍ରାର୍ଥୀ କରିଛି।

ଶ୍ରୀ ହେମ୍ୱ୍ରମ ଛାତ୍ର ଜୀବନରୁ ରାଜନୀତିରେ ସାମିଲ ହୋଇ ବାଣୀବିହାର ଆଇନ ମହାବିଦ୍ୟାଳୟ ଛାତ୍ରସଂସଦ ସଭାପତି ଓ ସମ୍ପାଦକ ଭଳି ଗୁରୁତ୍ୱପୂର୍ଣ୍ଣ ନିବାର୍ଚନରେ ବିଜୟୀ ହୋଇଥିଲେ। ୨୦୦୩ ମସିହାରେ ବିଜେଡିରେ ଯୋଗଦେଇ ପ୍ରତ୍ୟକ୍ଷ ରାଜନୀତିରେ ସାମିଲ ହୋଇ ଭୁବନେଶ୍ୱର ମହାନଗର ନିଗମ କର୍ପୋରେଟର ହୋଇଥିଲେ। ୨୦୧୧ରେ କଂଗ୍ରେସରେ ଯୋଗଦେଇ ୨୦୧୨ ତ୍ରିସ୍ତରୀୟ ପଂଚାୟତ ନିବାର୍ଚନରେ ହରିଚନ୍ଦନପୁର ବ୍ଲକର ୩୨ନଂ ଜୋନରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ଲଢି ହାରିଥିଲେ। ବର୍ତମାନ ସେ ଜିଲ୍ଲା କଂଗ୍ରେସ ସମ୍ପାଦକ ପଦରେ ଅଛନ୍ତି।

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ କୌଣସି ଷ୍ଟାର ପ୍ରଚାରକ ନଥିବା ସତ୍ତ୍ୱେ ମୋହନ ଘରକୁ ଘର ବୁଲି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି। ତେବେ ପ୍ରଚାରରେ ସେ ବହୁପଛରେ ଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos