ହାର୍ଟବିଟ୍‌ ବଢ଼ାଉଛି ପିପିଲି ପଲିଟିକ୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାର୍ଟବିଟ୍‌ ବଢ଼ାଉଛି ପିପିଲି ପଲିଟିକ୍ସ। ପିପିଲି ଉପନିର୍ବାଚନ ପାଇଁ ବିଜେଡିରୁ କିଏ ହେବ ପ୍ରାର୍ଥୀ ? ଏନେଇ ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ବାସଭବନରେ ବୈଠକ ହୋଇଯାଇଛି । ପିପିଲି, ଡେଲାଙ୍ଗ ବ୍ଲକ ଓ NACର ବିଜେଡି ନେତା କର୍ମୀଙ୍କ ସହ ଆଲୋଚନା କରିଛନ୍ତି ପର୍ଯ୍ୟବେକ୍ଷକ ତଥା ବିଧାୟକ ପ୍ରତାପ କେଶରୀ ଦେବ। ଉପନିର୍ବାଚନ ହେବାକୁ ଥିବାରୁ ନିର୍ବାଚନମଣ୍ଡଳୀ ଅଞ୍ଚଳରେ ସାଂଗଠନିକ ସ୍ଥିତି କିପରି ରହିଛି ସେନେଇ ଆଲୋଚନା ହୋଇଛି। ଏହାସହ କାହାକୁ ପ୍ରାର୍ଥୀ […]

8nb-6

8nb-6

Tapas Behera
  • Published: Tuesday, 02 February 2021
  • Updated: 02 February 2021, 05:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାର୍ଟବିଟ୍‌ ବଢ଼ାଉଛି ପିପିଲି ପଲିଟିକ୍ସ। ପିପିଲି ଉପନିର୍ବାଚନ ପାଇଁ ବିଜେଡିରୁ କିଏ ହେବ ପ୍ରାର୍ଥୀ ? ଏନେଇ ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ବାସଭବନରେ ବୈଠକ ହୋଇଯାଇଛି । ପିପିଲି, ଡେଲାଙ୍ଗ ବ୍ଲକ ଓ NACର ବିଜେଡି ନେତା କର୍ମୀଙ୍କ ସହ ଆଲୋଚନା କରିଛନ୍ତି ପର୍ଯ୍ୟବେକ୍ଷକ ତଥା ବିଧାୟକ ପ୍ରତାପ କେଶରୀ ଦେବ। ଉପନିର୍ବାଚନ ହେବାକୁ ଥିବାରୁ ନିର୍ବାଚନମଣ୍ଡଳୀ ଅଞ୍ଚଳରେ ସାଂଗଠନିକ ସ୍ଥିତି କିପରି ରହିଛି ସେନେଇ ଆଲୋଚନା ହୋଇଛି। ଏହାସହ କାହାକୁ ପ୍ରାର୍ଥୀ କରାଯିବ ସେନେଇ ମଧ୍ୟ ମତ ନିଆଯାଇଛି। ତେବେ ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କ ପରିବାରରୁ କାହାକୁ ବି ପ୍ରାର୍ଥୀ କରିବା ଲାଗି ପିପିଲି ପଞ୍ଚାୟତ ସମିତି ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ ଦାବି ଉପସ୍ଥାପନ କରିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ଯାହାକୁ ବି ପ୍ରାର୍ଥୀ କରିବେ, ତାକୁ ସ୍ୱୀକାର କରାଯିବ ବୋଲି ବିଜେଡିର ପିପିଲି ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ ସ୍ୱାଇଁ କହିଛନ୍ତି ।

କିଛିଦିନ ତଳେ  ପ୍ରାର୍ଥୀପତ୍ରକୁ ନେଇ ଉଭୟେ ମହାରଥୀଙ୍କ ପତ୍ନୀ  ପ୍ରତିଭା ମହାରଥୀ ଓ ପୁଅ ରୁଦ୍ର ମୁହଁ ଖୋଲିଥିଲେ। ପ୍ରତିଭା କହିଥିଲେ ଯେ, ବିଜେଡି ସୁପ୍ରିମୋ ଯାହାକୁ ଚାହିଁବେ, ମୁଁ ଗ୍ରହଣ କରିବି। ମୋତେ ସୁଯୋଗ ମିଳିଲେ ମୁଁ ଖୁସି ହେବି ବୋଲି  ପ୍ରତିଭା ମହାରଥୀ କହିଛନ୍ତି। ସେହିପରି ପରେ ଏ ବାବଦରେ ମହାରଥୀଙ୍କ ପୁଅ ରୁଦ୍ର ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଥିଲେ। କହିଥିଲେ।  ବାପାଙ୍କ ସହ ୨ଟି ନିର୍ବାଚନ ବୁଲିଛି। ଅଭିଜ୍ଞତା ଅଛି। ତେଣୁ ମୁଁ ଜନ୍ମରୁ ରେଡି। ଏଥିସହ ମା’ଙ୍କର ବି ଅଭିଜ୍ଞତା ରହିଥିବା କଥା ସେ ସ୍ୱୀକାର କରିଛନ୍ତି।

ସେ କହିଛନ୍ତି, “ପାର୍ଟି ଯାହାକୁ ପ୍ରାର୍ଥୀ କରିବ, ଆମ ପରିବାର ତାକୁ ସମର୍ଥନ କରିବ।  “ଜନ୍ମ ବେଳୁ ବାପା ଏମଏଲଏ ଥିବାରୁ ଆମେ ପିଲାବେଳୁ ରାଜନୀତି ଦେଖି ଆସିଛୁ। ରାଜନୈତିକ ପରିବାରରେ ଜନ୍ମ ହୋଇଥିବାରୁ ସବୁ କାମ କରି ଚାଲିଛୁ। ତେଣୁ ମୁଁ ଜନ୍ମରୁ ପ୍ରସ୍ତୁତ ଅଛି। ଆମକୁ ଦଳରୁ ଯାହା ଆଦେଶ ଆସିବ ମୁଁ ଓ ମା ପାଳନ କରିବୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos