ପ୍ରାର୍ଥୀ ହେବେ କି ଅଜିତ ମଙ୍ଗରାଜଙ୍କ ପତ୍ନୀ, କ’ଣ ଚାହାନ୍ତି ପରିବାର ଲୋକେ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଉପ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ପିପିଲି ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ଆସନ୍ତା ମେ ୧୩ରେ ଭୋଟ ଗ୍ରହଣ କରାଯିବ । ଏପ୍ରିଲ ୨୬ରେ ନାମାଙ୍କନ ଶେଷ ହେବ। ୨୭ରେ ନାମାଙ୍କନ ଯାଂଚ ଓ ୨୯ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ରହିଛି। ମେ’ ୧୮ ତାରିଖ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ସରିବ।  ଭୋଟଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇ […]

hbv

hbv

Tapas Behera
  • Published: Monday, 19 April 2021
  • Updated: 19 April 2021, 06:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଉପ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ପିପିଲି ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ଆସନ୍ତା ମେ ୧୩ରେ ଭୋଟ ଗ୍ରହଣ କରାଯିବ । ଏପ୍ରିଲ ୨୬ରେ ନାମାଙ୍କନ ଶେଷ ହେବ। ୨୭ରେ ନାମାଙ୍କନ ଯାଂଚ ଓ ୨୯ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ରହିଛି। ମେ’ ୧୮ ତାରିଖ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ସରିବ।  ଭୋଟଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ।

ଗୋଟିଏ ପଟେ ବିଜ୍ଞପ୍ତି ପ୍ରକାଶ ସହ କଂଗ୍ରେସ ପକ୍ଷରୁ କିଏ ପ୍ରାର୍ଥୀ ହେବ ସେନେଇ ବିଚାରବିମର୍ଶ ଜାରି ରହିଛି। ଅଜିତ ମଙ୍ଗରାଜଙ୍କ ପରିବାରରୁ ପ୍ରାର୍ଥୀ ହେବା ନେଇ କଳ୍ପନାଜଳ୍ପନା ଲାଗି ରହିଛି। ତେବେ ଏନେଇ ଅଜିତଙ୍କ ବଡ଼ଭାଇ ଅଶୋକ ପ୍ରତିକ୍ରିୟା ରଖି କହିଛନ୍ତି, ସାନ ଭାଇ ପରେ ପରେ ମା’ ଚାଲିଗଲେ। ଏବେ ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ପରିବାରରେ ଶକ୍ତି ଆଉ ସାହସ ନାହିଁ। କରୋନାକୁ ନେଇ ଆମ ପରିବାର ଭୟରେ ରହିଛୁ। ତେଣୁ ପ୍ରାର୍ଥୀପତ୍ରକୁ ନେଇ ଆମେ ମନ ଭିତରେ ଭାବିବାକୁ ବି ଚାହୁଁନୁ ବୋଲି ସେ କହିଛନ୍ତି। ଖାଲି ଏ ଅନୁକଂପାରୁ କଣ ମିଳିବ ବୋଲି ସେ ପ୍ରଶ୍ନ କରିଛନ୍ତି ? ପିପିଲି-ଡେଲାଙ୍ଗବାସୀଙ୍କ ପାଖରେ ତାଙ୍କ ପରିବାର ଋଣୀ ବୋଲି ସେ କହିଛନ୍ତି।

ତେବେ ଏହାରି ଭିତରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ, ତାକୁ ନେଇ ଜୋରସୋର ଚର୍ଚ୍ଚା ଆରମ୍ଭ ହୋଇଛି। ଏ ନେଇ ଦଳ ତରଫରୁ କିଛି ଘୋଷଣା କରାଯାଇ ନଥିଲେ ମଧ୍ୟ ବରିଷ୍ଠ ବିଧାୟକ ସୁର ରାଉତରାୟ କହିଥିଲେ, ୫ ଜଣ ଆଶାୟୀ ପ୍ରାର୍ଥୀ ରହିଛନ୍ତି। ତେବେ ସ୍ୱର୍ଗତ ଅଜିତ ମଙ୍ଗରାଜଙ୍କ ପତ୍ନୀ ଯଦି ରାଜି ହୁଅନ୍ତି, ତା’ହେଲେ ବହୁତ ଭଲ ହୁଅନ୍ତା।

ଗତକାଲି ସୁର କହିଥିଲେ ଯେ , ସ୍ୱର୍ଗତ ମଙ୍ଗରାଜଙ୍କ ପତ୍ନୀ ଉଚ୍ଚଶିକ୍ଷିତା। ସେ ଜଣ ଭଦ୍ର ମହିଳା। ତାଙ୍କ କଥାବାର୍ତ୍ତା ବହୁତ ଭଲ। ଆହୁରି ମଧ୍ୟ ସେ ବେଶ୍ ଲୋକପ୍ରିୟ। ତେଣୁ ସେ ପ୍ରାର୍ଥୀ ହେବାକୁ ରାଜି ହେଲେ ଖୁବ୍ ଭଲ ହୁଅନ୍ତା। ହେଲେ ଅଜିତ୍‌ଙ୍କ ବଡ଼ ଭାଇ ଆଜି ଦେଇଥିବା ପ୍ରତିକ୍ରିୟାରୁ ତାଙ୍କ ପରିବାରରୁ କେହି ପ୍ରାର୍ଥୀ ହେବାକୁ ସ୍ପଷ୍ଟ ସଙ୍କେତ ଦେଇ ନାହାନ୍ତି। ତେଣୁ ଚଳିତ ଉପନିର୍ବାଚନରେ ଅଜିତ ମଙ୍ଗରାଜଙ୍କ ପତ୍ନୀ ପ୍ରାର୍ଥୀ ହେବେ କି ନାହିଁ ତାକୁ ନେଇ ସସ୍ପେନ୍ସ ଲାଗି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos