ପ୍ରଦୀପଙ୍କ ଘରକୁ କାହିଁକି ଯାଇଥିଲେ ବବି ଓ ଅଚ୍ୟୁତ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିରୁ ବହିଷ୍କୃତ ହେବା ପରେ ଗଣମାଧ୍ୟମ ଆଗରେ ଅନେକ କଥା କହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଏହି ସବୁ ମଧ୍ୟରେ ବିଧାୟକ ବବି ଦାସ ଓ ଲୋକସଭା ସାଂସଦ ଅଚ୍ୟୁତ ସାମନ୍ତ ତାଙ୍କ ଘରକୁ ଆସିଥିବା କଥା କହିଥିଲେ। ତା’ହେଲେ ଏଦୁଇ ବିଜେଡି ନେତା କାହିଁକି ତାଙ୍କ ଘରକୁ ଆସିଥିଲେ? ବିଧାୟକ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି,  ‘ବିଜେଡି ଜେନେରାଲ ସେକ୍ରେଟେରୀ ବିଶ୍ୱରଞ୍ଜନ ମହାନ୍ତି ଦିନେ ସନ୍ଧ୍ୟା ବେଳେ ମୋ ପାଖକୁ ଆସି […]

pradeep

pradeep

Jitendra Garnayak
  • Published: Sunday, 29 November 2020
  • Updated: 29 November 2020, 02:15 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିରୁ ବହିଷ୍କୃତ ହେବା ପରେ ଗଣମାଧ୍ୟମ ଆଗରେ ଅନେକ କଥା କହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଏହି ସବୁ ମଧ୍ୟରେ ବିଧାୟକ ବବି ଦାସ ଓ ଲୋକସଭା ସାଂସଦ ଅଚ୍ୟୁତ ସାମନ୍ତ ତାଙ୍କ ଘରକୁ ଆସିଥିବା କଥା କହିଥିଲେ। ତା’ହେଲେ ଏଦୁଇ ବିଜେଡି ନେତା କାହିଁକି ତାଙ୍କ ଘରକୁ ଆସିଥିଲେ?

ବିଧାୟକ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି,  ‘ବିଜେଡି ଜେନେରାଲ ସେକ୍ରେଟେରୀ ବିଶ୍ୱରଞ୍ଜନ ମହାନ୍ତି ଦିନେ ସନ୍ଧ୍ୟା ବେଳେ ମୋ ପାଖକୁ ଆସି କହିଲେ ଯେ ଭାଇନା ସରକାର ଭାଙ୍ଗିଯିବ। ତା’ପରେ କାହିଁକି ବୋଲି ମୁଁ ପଚାରିଥିଲି। ସେ କହିଥିଲେ ବିଜେପି ଏନେଇ ଯୋଜନା କରୁଛି। ମୁଁ ତାଙ୍କୁ ପଚାରିଥିଲି ତୁମେ କ’ଣ ପୂରା ନିଶ୍ଚିତ। ସେ ହଁ ଭରିଥିଲେ। ତା’ପରେ ମୁଁ ସାର୍‌ଙ୍କୁ ଫୋନ୍ କଲି। ସିଏମ୍‌ ଫୋନ୍ ଧରିବା ପରେ ସରକାର ଭାଙ୍ଗିବା ନେଇ ବିଶ୍ୱରଞ୍ଜନ ମହାନ୍ତି ଯାହା କହିଥିଲେ ମୁଁ ତାଙ୍କୁ କହିଥିଲି। ତା’ପରେ ବିଶ୍ୱରଞ୍ଜନ ମହାନ୍ତିଙ୍କ ସହିତ ସିଏମ୍‌ କଥା ହୋଇଥିଲେ। ଏହା ପରେ ରାତିରେ ବବି ଦାସ ଓ ଅଚ୍ୟୁତ ସାମନ୍ତ ମୋ ଘରକୁ ଆସିଥିଲେ।

ମୁଁ କାହିଁକି ଏମିତି ମିଛ ଅଭିଯୋଗ ଆଣୁଛି ବୋଲି ସେମାନେ ପଚାରିଥିଲେ। ଏନେଇ କିଛି କହିବାରେ ମୋର କିଛି ଭୂମିକା ନାହିଁ ବୋଲି ମୁଁ କହିଥିଲି। ଦୁଇ ବର୍ଷ ହେଲା ମୁଁ ଘରେ ଅଛି। ଯିଏ ମୋତେ ପରିଚୟ ଦେଇଥିଲେ, ତିନି ଥର ବିଧାୟକ କରିଥିଲେ, ମନ୍ତ୍ରୀ କରିବା ସହିତ ତାଙ୍କ ପ୍ରତିନିଧି କରିଥିଲେ, ତାଙ୍କ ବିରୋଧରେ ମୋର କିଛି ଅଭିଯୋଗ ନାହିଁ। ତାଙ୍କ ବିରୋଧରେ କିଛି କହିବାର ମଧ୍ୟ ନାହିଁ।

ମୁଁ ବବି ଦାସଙ୍କୁ ସେଦିନ କହିଥିଲି, ଯଦି ଦଳ ମୋତେ ଚାହୁଁନି, ତା’ହେଲେ ମୁଁ ରାଜନୀତି ଛାଡ଼ିଦେବି। କିନ୍ତୁ ମୋର କିଛି ଅଭିସନ୍ଧି ନାହିଁ। ଆଉ ଯଦି କିଛି ଅଭିଯୋଗ ମୋ ନାଁରେ ଅଛି, ତା’ହେଲେ ଉପସ୍ଥାପନ କରନ୍ତୁ ବୋଲି କହିଥିଲି। କିନ୍ତୁ ସେମାନେ ସେଦିନ ମୋତେ ପଚାରିଥିଲେ ଯେ ୧୧ ଡିସେମ୍ବରରେ ତୁମ ଝିଅର ବାହାଘର ଅଛି ତ? ଏ ପ୍ରଶ୍ନ ସେମାନେ ପଚାରିଥିଲେ? ତା’ପରେ ଦେଖାଯାଉ ବୋଲି କହିଥିଲେ।

ସୂଚନାଯୋଗ୍ୟ, ଜନ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଆଜି ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିବା ବେଳେ ସେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କ’ଣ ଜନ ବିରୋଧୀ କାର୍ଯ୍ୟ କରିଛନ୍ତି, ଦଳ ତା’ର ସ୍ପଷ୍ଟୀକରଣ ଦେଉ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story