ନବ ଦାସ ହତ୍ୟାକାଣ୍ଡ: ଷଡ଼ଯନ୍ତ୍ର ଓ ହତ୍ୟାର କାରଣକୁ ନେଇ କାହିିଁକି ନିରବ ରହିଲେ ମୁଖ୍ୟମନ୍ତ୍ରୀ

ବିଜେପି କଠୋର ଆଭିମୁଖ୍ୟ ପୋଷଣ କରି ସିଧାସଳଖ ପାଣ୍ଡିଆନ ଓ ବବିଙ୍କୁ ଟାର୍ଗେଟ କରିବ ବୋଲି ବିଜେଡି ଭାବି ନଥିଲା। ଆଉ ସ୍ଥିତି ସମ୍ଭାଳିବା ପାଇଁ ଗତକାଲି ବିଜେଡି ନିଜ ସାଂସଦ ଓ ବିଧାୟକମାନଙ୍କ ମାଧ୍ୟମରେ ଜୟନାରାୟଣଙ୍କୁ ପାଗଳ ଓ ଅପରାଧୀ ଦର୍ଶାଇବାକୁ ଉଦ୍ୟମ କରିଥିଲା।

Naveen Patnaik PhotoTwitter

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Ordigital Desk
  • Published: Wednesday, 22 February 2023
  • Updated: 22 February 2023, 05:57 PM IST

Sports

Latest News

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଷଡ଼ଯନ୍ତ୍ରପୂର୍ଣ୍ଣ ହତ୍ୟା କରାଯାଇଛି ତଥା ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ମୋବାଇଲ କଲ୍ ରେକର୍ଡକୁ ଯାଂଚ କଲେ ସତ ପଦାକୁ ଆସିବ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସଙ୍ଗୀନ ଅଭିଯୋଗ ରାଜ୍ୟ ସରକାରରେ କମ୍ପନ ସୃଷ୍ଟି ହୋଇଛି । ନବଙ୍କ ହତ୍ୟା ପଛର କାରଣକୁ ନେଇ ସାଧାରଣରେ ଚାଲିଥିବା ବିଭିନ୍ନ ଚର୍ଚ୍ଚା ମଧ୍ୟରେ ଜୟନାରାୟଣଙ୍କ ଏଭଳି ସଙ୍ଗୀନ ଅଭିଯୋଗ ବିଜେଡି ସରକାରର ବିଶ୍ୱସନୀୟତା ଉପରେ ସିଧାସଳଖ ପ୍ରଶ୍ନବାଚୀ ଉଠାଇଥିବାବେଳେ ଏଥିରୁ ମୁକୁଳିବାର ବାଟ ନପାଇ ଶାସକ ବିଜେଡି ଗୋଟିଏ ପରେ ଗୋଟିଏ ଏଭଳି ପଦକ୍ଷେପ ନେଉଛି ଯାହା ନବ ହତ୍ୟା ପଛରେ ଥିବା ଷଡ଼ଯନ୍ତ୍ରର ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଉଛି । ତେବେ ନବଙ୍କ ହତ୍ୟା ପଛରେ ଷଡ଼ଯନ୍ତ୍ର ହୋଇଛି ବୋଲି ସ୍ୱୀକାର କରି ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସମ୍ପୃକ୍ତି ଥିବାର ଅଭିଯୋଗ ରାଜ୍ୟ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଆଣିଥିବାବେଳେ ଏହି  ହତ୍ୟା ମାମଲାରେ  ୨୫ଦିନ ପରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ମୁହଁ ଖୋଲି ହତ୍ୟା ପଛର କାରଣ ଓ ଷଡ଼ଯନ୍ତ୍ରକୁ ଏଡ଼ାଇ ଯାଇଛନ୍ତି । ଆମେରିକୀୟ ପୁଲିସ ଏଫବିଆଇର ସହଯୋଗ ନେବା କଥା କହି ନବ ହତ୍ୟା ତଦନ୍ତ ମାମଲାକୁ ଦୀର୍ଘଦିନ ପର୍ଯ୍ୟନ୍ତ ଅନିଶ୍ଚିତତା ମଧ୍ୟରେ ରଖିବାକୁ ଉଦ୍ୟମ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ନବ ହତ୍ୟା ମାମଲାରେ ତଦନ୍ତ ପରିସରକୁ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ଓ ଯାଜପୁର ବିଧାୟକ ଶ୍ରୀ ଦାସ(ବବି)ଙ୍କୁ ଆଣିବା ପାଇଁ ଜୟନାରାୟଣ ମିଶ୍ର ସିଧାସଳଖ ଦାବି କରିବା ପରେ ଶାସକ ବିଜେଡି ଓ ରାଜ୍ୟ ପ୍ରଶାସନରେ ଭୂକମ୍ପ ସୃଷ୍ଟି ହୋଇଥିଲା । ବିଜେପି ଏଭଳି କଠୋର ଆଭିମୁଖ୍ୟ ପୋଷଣ କରି ସିଧାସଳଖ ପାଣ୍ଡିଆନ ଓ ବବିଙ୍କୁ ଟାର୍ଗେଟ କରିବ ବୋଲି ବିଜେଡି ଭାବିନଥିଲା । ଆଉ ସ୍ଥିତି ସମ୍ଭାଳିବା ପାଇଁ ଗତକାଲି ବିଜେଡି ପକ୍ଷରୁ ନିଜର ସାଂସଦ, ବିଧାୟକମାନେ ମାଧ୍ୟମରେ ଜୟନାରାୟଣଙ୍କୁ ପାଗଳ ଓ ଅପରାଧୀ ଦର୍ଶାଇବାକୁ ଉଦ୍ୟମ ହୋଇଥିଲା । ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଆଉ ପାଦେ ଆଗେଇ ଯାଇ ନବ ଦାସ ହତ୍ୟା ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୟନାରାୟଣଙ୍କ ଭୂମିକା ଉପରକୁ ଆଙ୍ଗୁଳି ଉଠାଇଥିଲେ । ଗତକାଲି ବିଜେଡିର ଏସବୁ ପ୍ରୟାସ ପରେ  ନବ ଦାସଙ୍କ ହତ୍ୟା ମାମଲାରେ ପାଣ୍ଡିଆନ ଓ ବବିଙ୍କ ଭୂମିକାକୁ ନେଇ ସୋସିଆଲ ମିଡିଆରେ ପ୍ରତିକୂଳ ଟିପ୍ପଣୀମାନ ଆସିବାରେ ଲାଗିଥିବାରୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ପ୍ରାୟ ୧୧ମିନିଟ୍ ଧରି ଗୃହରେ ସ୍ପଷ୍ଟୀକରଣ ରଖିବାକୁ ପଡ଼ିଥିଲା । ୨୦୧୯ ମସିହା ପରେ ସମ୍ଭବତଃ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଏତେ ସମୟ ଧରି କୌଣସି ଗୋଟିଏ ପ୍ରସଙ୍ଗରେ ନିଜର ମତ ରଖିଛନ୍ତି । ୨୫ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ପରେ ବି ହତ୍ୟା ପଛର ରହସ୍ୟ କାହିଁକି ଉନ୍ମୋଚନ ହୋଇପାରିନି, ଓଲଟା ନବ ଦାସ ହତ୍ୟା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ତାକୁ ନେଇ ରାଜନୀତି ହେଉଥିବାରୁ ସେ ବିଜେପିକୁ ସମାଲୋଚନା କରିଛନ୍ତି । ମାତ୍ର ବିଜେଡିର ନେତାମାନେ ଯେଉଁ ବୟାନବାଜି କରୁଛନ୍ତି ତାକୁ ନେଇ ସମ୍ପୂର୍ଣ୍ଣ ନିରବ ରହିଛନ୍ତି ।

୧- ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କ୍ରାଇମବ୍ରାଂଚ ତଦନ୍ତ ଜାରି ରହିଥିବା ଓ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଜଣେ ଅବସରପ୍ରାପ୍ତ ଜଜ ଏହି ତଦନ୍ତର ତଦାରଖ କରୁଥିବା କଥା କହିଥିଲେ ମଧ୍ୟ ହତ୍ୟା ପଛର ବାସ୍ତବ ଉଦ୍ଦେଶ୍ୟ କ’ଣ ଥିଲା ସେ ସମ୍ପର୍କରେ ନିରବ ରହିଛନ୍ତି । ଏପରିକି କ୍ରାଇମବ୍ରାଂଚର ତଦନ୍ତ କେବଳ ଅଭିଯୁକ୍ତ ଗୋପାଳ ମଧ୍ୟରେ ସୀମିତ ରହିଛି ।

୨- ବିରୋଧୀ ଦଳ ଓ ନବଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁସାରେ ହତ୍ୟା ପଛରେ ରାଜନୀତିକ ଓ ବ୍ୟବସାୟିକ ଷଡ଼ଯନ୍ତ୍ରର ଦିଗକୁ କ୍ରାଇମବ୍ରାଂଚ ସ୍ପର୍ଶ କରିନଥିବା ଆଜି ମୁଖ୍ୟମନ୍ତ୍ରୀଙ୍କ ବୟାନରୁ ସ୍ପଷ୍ଟ ହୋଇଛି ।

୩- ହତ୍ୟାକାଣ୍ଡର ୨-୩ଘଣ୍ଟା ଭିତରେ ଅଭିଯୁକ୍ତ ଗୋପାଳ ଦାସ ଜଣେ ମାନସିକ ରୋଗୀ ବୋଲି ତା’ର ପରିବାର ସଦସ୍ୟ ଓ ଚିକିତ୍ସା କରୁଥିବା ଡାକ୍ତର କହିଥିଲେ ମଧ୍ୟ ତଦନ୍ତକାରୀ ସଂସ୍ଥା ଗୋପାଳଙ୍କ ମାନସିକ ସ୍ୱାସ୍ଥ୍ୟକୁ ନେଇ ନିରବ ରହିଛି । ଗୋପାଳର ମାନସିକ ଅବସ୍ଥାର ଅନୁଶୀଳନ ୪ଜଣିଆ ମାନସିକ ରୋଗ ବିଶେଷଜ୍ଞ ବୋର୍ଡ ଦ୍ୱାରା ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ମଧ୍ୟ  ଗୋପାଳ ମାନସିକ ରୋଗୀ କି ନୁହେଁ ସେ ନେଇ ନିରବ ରହିଛନ୍ତି ।

Also Read

୪- ଗୋପାଳ ମାନସିକ ଅବସ୍ଥା ଓ ହତ୍ୟା ପଛର କାରଣ ଜାଣିବା ପାଇଁ କ୍ରାଇମବ୍ରାଂଚ ଦ୍ୱାରା ଫେରେନ୍ସିକ ସାଇକୋଲୋଜି ଆସେସମେଂଟ, ଲେୟାର୍ଡ ଭଏସ ଆନାଲିସିସି ଟେଷ୍ଟ, ନାର୍କୋ ଟେଷ୍ଟ ମଧ୍ୟ କରାଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ହତ୍ୟା ପଛର କାରଣକୁ ଉନ୍ମୋଚନ କାହିଁକି ହୋଇପାରୁନି ସେ ନେଇ ମୁଖ୍ୟମନ୍ତ୍ରୀ କିଛି କହିନାହାନ୍ତି ।

୫- ତଦନ୍ତରେ ଅଭିଯୁକ୍ତ ଗୋପାଳର ବ୍ୟବହାରିକ ମୂଲ୍ୟାୟନ କରିବାରେ ଆମେରିକାର ଏଫବିଆଇର ସହାୟତା ପାଇଁ କ୍ରାଇମବ୍ରାଂଚ ଉଦ୍ୟମ କରୁଛି ଓ ଏଥିପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସହଯୋଗ ଓଡ଼ିଶା ସରକାର କାମନା କରିଥିବା ମୁଖମନ୍ତ୍ରୀ କହିଛନ୍ତି । ତେବେ ଏଫବିଆଇର ସହଯୋଗ ଲୋଡ଼ିବା କଥା କହି ମୁଖ୍ୟମନ୍ତ୍ରୀ ପରୋକ୍ଷରେ ଭାରତୀୟ ପୁଲିସ ବ୍ୟବସ୍ଥାକୁ ପରିହାସ କରିବାକୁ ପ୍ରୟାସ କରିଛନ୍ତି କି? ଭାରତରେ ଦକ୍ଷ ପୁଲିସ ଓ ତଦନ୍ତକାରୀ ସଂସ୍ଥା ନଥିବାର ପ୍ରମାଣିତ କରିବାକୁ ଚାହୁଁଛନ୍ତି । ତା’ଛଡ଼ା ଏଫବିଆଇର ସହଯୋଗ ପ୍ରକିୟା ସମୟସାପେକ୍ଷ ହୋଇଥିବାରୁ ନବ ଦାସ ହତ୍ୟା ମାମଲାକୁ କେବଳ ଦିନ ଗଡ଼ାଇବା ପାଇଁ ସରକାର ଯୋଜନା କରୁନାହାନ୍ତି ତ ବୋଲି ପ୍ରଶ୍ନ ଉଠିଛି ।

୬- ଜୟନାରାୟଣ ଯଦି ଏହି ହତ୍ୟା ମାମଲାରେ ଶ୍ରୀ ପାଣ୍ଡିଆନ ଓ ପ୍ରଣବ ପ୍ରକାଶଙ୍କ କଲ ରେକର୍ଡ ଯାଂଚ ଓ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ ପାଇଁ ଦାବି କରିନଥାନ୍ତେ ହୁଏତ ମୁଖ୍ୟମନ୍ତ୍ରୀ ଆଜି ଏଭଳି ସ୍ପଷ୍ଟୀକରଣ ବି ଦେଇନଥାନ୍ତେ ବୋଲି ସାଧାରଣରେ ଚର୍ଚ୍ଚା ।

୭- ନବ ଦାସ ହତ୍ୟା ମାମଲାରେ ଦିଶାହୀନ ତଦନ୍ତକୁ ଉଭୟ ବିଜେପି ଓ କଂଗ୍ରେସ ସମାଲୋଚନା କରୁଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟରେ କେବଳ ରାଜ୍ୟ ବିଜେପି ରହିଛି । ବିଜେପି ଏକ ଜାତୀୟ ଦଳ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସମାଲୋଚନାରେ ସ୍ପଷ୍ଟ ଭାବେ ‘ରାଜ୍ୟ ବିଜେପି’ରହିଥାଏ । ନବ ହତ୍ୟା ମାମଲାରେ ବିଜେପିକୁ ବିଜେଡିର ବିଧାୟକ ଓ ସାଂସଦମାନେ ଅଶାଳୀନ ଟୀକାଟିପ୍ପଣୀ କରୁଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ସେ ନେଇ ମୁହଁ ଖୋଲିନାହାନ୍ତି ଓ ରାଜନୀତିକରଣ ପାଇଁ କେବଳ ରାଜ୍ୟ ବିଜେପିକୁ ଦାୟୀ କରିଛନ୍ତି କାହିଁକି?

୮- ନବ ଦାସ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଗିରଫ ହୋଇସାରିଥିବାବେଳେ କ୍ରାଇମବ୍ରାଂଚ ତା’ର ତଦନ୍ତ ପରିସରରେ ରାଜନୀତିକ ଓ ବ୍ୟବସାୟିକ ଦିଗକୁ କାହିଁକି ଅନ୍ୱେଷଣ କରୁନି, ମୁଖ୍ୟମନ୍ତ୍ରୀ ଏନେଇ କ୍ରାଇମବ୍ରାଂଚକୁ କାହିଁକି ନିର୍ଦ୍ଦେଶ ଦେଇନାହାନ୍ତି?

୯- ପାଣ୍ଡିଆନ ଓ ବବିଙ୍କ କଲ ରେକର୍ଡ ଯାଂଚ ପାଇଁ ବିଜେପି ଦାବି କରିବା ପରେ ଶାସକ ବିଜେଡି ଏବେ ସେହି ଦୁଇ ବ୍ୟକ୍ତିଙ୍କ ଭାବମୂର୍ତ୍ତିକୁ ସଜାଡ଼ିବା ଏବଂ ନଜର ଏଡ଼ାଇବାକୁ ନୂଆ ନୂଆ ଡ୍ରାମା କରୁନାହିଁ ତ? ଜୟନାରାୟଣଙ୍କ ଯୋଗୁ ବିଧାନସଭା ଭିତରେ ମହିଳା ବିଧାୟିକାମାନେ ସୁରକ୍ଷିତ ନୁହଁନ୍ତି ବୋଲି ବାଚସ୍ପତିଙ୍କ ନିକଟରେ ବିଜେଡି ବିଧାୟିକମାନେ ଦାବି ଜଣାଇବା କ’ଣ ରାଜନୀତି ନୁହେଁ କି? ଏକଥା ମୁଖ୍ୟମନ୍ତ୍ରୀଙ୍କୁ କିଏ ବୁଝାଇବ?

୧୦- ବିଜେଡି ସରକାରରେ ମୋଟ ୨୦ଜଣ ମନ୍ତ୍ରୀ(ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ି) ଥିବାବେଳେ ସେମାନଙ୍କ ମଧ୍ୟରୁ ୭ଜଣଙ୍କ ନାଁରେ ଅପରାଧ ମାମଲା ତଥା ୫ଜଣଙ୍କ ନାଁରେ ସଙ୍ଗୀନ ଅପରାଧ ମାମଲା ରହିଛି । ଜଣେ ମନ୍ତ୍ରୀଙ୍କ ବିରୁଦ୍ଧରେ ମହିଳା ହିଂସା ସଂକ୍ରାନ୍ତ ମାମଲା ବି ରହିଛି । ବିଜେଡିର ୪୨ ପ୍ରତିଶତରୁ ଅଧିକ ବିଧାୟକଙ୍କ ନାଁରେ ମାମଲା ଥିବାବେଳେ ବିଧାନସଭା ଭିତରେ ବିଜେଡି ବିଧାୟିକାମାନେ ନିଜକୁ ଅସୁରକ୍ଷିତ ମଣିବା ରାଜ୍ୟର ଆଇନଶୃଙ୍ଖଳାର ବିପର୍ଯ୍ୟସ୍ତ ପରିସ୍ଥିତିକୁ ଇଙ୍ଗିତ କରୁନି ତ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story