ଭାଇରାଲ ଫଟୋକୁ ନେଇ ବିଜେଡି ବିଧାୟକ ନିରବ, ଯୁବତୀ ଏବେ କେଉଁଠି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମା’କୁ ସମ୍ମାନର ନାରା ଦେଉଥିବା ଶାସକ ବିଜେଡିର ଯୁବ ବିଧାୟକ ବିଜୟଶଙ୍କର ଦାସଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ସତ୍ତ୍ୱେ ଉଭୟ ବିଧାୟକ ଓ ଦଳ ନିରବ ରହିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେଉଁ ପରିସ୍ଥିତିରେ ତିର୍ତ୍ତୋଲ ବିଜେଡି ବିଧାୟକଙ୍କ ସହ ନିଜର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ସମ୍ପୃକ୍ତ ଯୁବତୀ ଭାଇରାଲ କଲେ ତଥା ସେ ଏବେ କେଉଁଠି ଓ ସେ ସୁରକ୍ଷିତ ଅଛନ୍ତି କି […]

Das

Ordigital Desk
  • Published: Saturday, 12 February 2022
  • , Updated: 12 February 2022, 07:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମା’କୁ ସମ୍ମାନର ନାରା ଦେଉଥିବା ଶାସକ ବିଜେଡିର ଯୁବ ବିଧାୟକ ବିଜୟଶଙ୍କର ଦାସଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ସତ୍ତ୍ୱେ ଉଭୟ ବିଧାୟକ ଓ ଦଳ ନିରବ ରହିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେଉଁ ପରିସ୍ଥିତିରେ ତିର୍ତ୍ତୋଲ ବିଜେଡି ବିଧାୟକଙ୍କ ସହ ନିଜର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ସମ୍ପୃକ୍ତ ଯୁବତୀ ଭାଇରାଲ କଲେ ତଥା ସେ ଏବେ କେଉଁଠି ଓ ସେ ସୁରକ୍ଷିତ ଅଛନ୍ତି କି ନାହିଁ ତାକୁ ନେଇ ଆଶଙ୍କା ଲାଗି ରହିଛି । ଏପଟେ ବିଧାୟକ ଶ୍ରୀ ଦାସ ଯୁବତୀଙ୍କ ପ୍ରେମ, ପ୍ରତାରଣା ଓ ଧୋକା ଘଟଣା ସମ୍ପର୍କରେ ଜଗତସିଂହପୁର ଜିଲ୍ଲା ବିଜେଡିର ସାଂସଦ ଓ ବିଧାୟକମାନଙ୍କଠୁ ଆରମ୍ଭ କରି ବିଜେଡି ସଂଗଠନର ମୁଖ୍ୟ ପର୍ଯ୍ୟନ୍ତ ସମସ୍ତେ ଅବଗତ ଥିଲେ ମଧ୍ୟ ଏନେଇ ଗଣମାଧ୍ୟମ ସମ୍ମୁଖରେ କେହି ମୁହଁ ଖୋଲୁନଥିବାରୁ ପରୋକ୍ଷରେ ଆଉ ଏକ ମମିତା ମେହେର ଘଟଣାର ପୁନରାବୃତ୍ତି ପାଇଁ ପରୋକ୍ଷରେ ପୃଷ୍ଠଭୂମି ପ୍ରସ୍ତୁତ ହେବାର ଆଶଙ୍କା ଦେଖାଦେଇଛି ।

ସୂଚନା ଅନୁସାରେ, ଜଗତସିଂହପୁର ଟାଉନର ଜଣେ ଯୁବତୀଙ୍କ ସହ ଦୀର୍ଘ ୪ବର୍ଷରୁ ଅଧିକ ସମୟ ଧରି ତିର୍ତ୍ତୋଲ ବିଧାୟକ ଶ୍ରୀ ଦାସ ପ୍ରେମ ସମ୍ପର୍କ ରଖିଥିବାବେଳେ ସମ୍ପୃକ୍ତ ଯୁବତୀ ଗତ ଏକମାସ ଧରି ନିଜ ଫେସବୁକ ଆକାଉଣ୍ଟ ମାଧ୍ୟମରେ ବିଧାୟକଙ୍କ ସହ ନିଜର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ଭାଇରାଲ କରିବାରେ ଲାଗିଛନ୍ତି । ଜଣେ ଲୋକପ୍ରତିନିଧି ତଥା ସାର୍ବଜନୀନ ଜୀବନରେ ଥିବା ବିଧାୟକ ଶ୍ରୀ ଦାସଙ୍କ ଏଭଳି ବ୍ୟକ୍ତିଗତ ଫଟୋଗୁଡ଼ିକ ଭାଇରାଲ ହେବାପରେ ଗଣମାଧ୍ୟମରେ ଏହା ଚର୍ଚ୍ଚାର ବିଷୟ ପାଲଟିଥିଲା । କିନ୍ତୁ ଏସବୁ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ ହେବା ସିଧାସଳଖ ବିଧାୟକଙ୍କ ବ୍ୟକ୍ତିଗତ ଚରିତ୍ର ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲେ ମଧ୍ୟ ଅତ୍ୟନ୍ତ ବେପରୁୱା ଭାବେ ବିଧାୟକ ଏହି ଘଟଣାରେ ନିରବ ରହି ନିର୍ବାଚନ ପ୍ରଚାରରେ ସମୟ ବିତାଉଛନ୍ତି ।

ମା’ ଓ ଭଉଣୀଙ୍କୁ ସମ୍ମାନ ଦେବାର କଥା କହି ନିଜ ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ମାଗୁଥିବା ବିଧାୟକ ଶ୍ରୀ ଦାସ କାହିଁକି ଏହି ଭାଇରାଲ ଫଟୋକୁ ନେଇ ମୁହଁ ଖୋଲୁନାହାନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅବଶ୍ୟ ନିଜର ପ୍ରେମ ଓ ପ୍ରତାରଣାର ଘଟଣା ପଦାରେ ପଡ଼ିବା ପରେ ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏସବୁକୁ ଚାପି ଦେବାକୁ ବିଧାୟକ ଶ୍ରୀ ଦାସ ଜୋରଦାର ଉଦ୍ୟମ କରୁଥିବା ଜଣାପଡ଼ିଛି । ମାତ୍ର ବିଧାୟକଙ୍କ ସହ ଫଟୋରେ ଥିବା ଯୁବତୀ କିଏ ଓ ସେ ଏବେ ସୁରକ୍ଷିତ ଅଛନ୍ତି କି ନାହିଁ, ସେ କାହିଁକି ଗଣମାଧ୍ୟମ ସମ୍ମୁଖକୁ ଆସୁନାହାନ୍ତି, ତାକୁ ନେଇ ଉଭୟ ଦଳ ଓ ସ୍ଥାନୀୟ ପ୍ରଶାସନ ନିରବ ରହିବା ପରୋକ୍ଷରେ ଯୁବତୀଙ୍କ ଜୀବନ ପ୍ରତି ବିପଦ ବଢ଼ାଇ ଦେଇଥିବା ଆଶଙ୍କା କରାଯାଉଛି । ତିର୍ତ୍ତୋଲ ବିଧାୟକଙ୍କ ଅସମ୍ଭବ ନିରବତା ବି ଭବିଷ୍ୟତରେ ଆଉ ଏକ ମମିତା ମେହେର ମାମଲାର ପୁନରାବୃତ୍ତିର ପୃଷ୍ଠଭୂମିକୁ ପ୍ରସ୍ତୁତ କରାଉଛି ବୋଲି ସାଧାରଣରେ ଚର୍ଚ୍ଚା ।

ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସଙ୍କ ଅକାଳ ବିୟୋଗ ପରେ ତିର୍ତ୍ତୋଲ ଆସନରୁ ନିର୍ବାଚିତ ତାଙ୍କ ପୁଅ ବିଜୟଶଙ୍କର ନିଜର ଏହି ରାସଲୀଳାର ଫଟୋଚିତ୍ର ପଛର ପ୍ରକୃତ ରହସ୍ୟ ଉପରୁ ପରଦା ହଟାଇ ସେହି ଯୁବତୀ କିଏ ଓ ତାଙ୍କ ସହ ତାଙ୍କର କ’ଣ ସମ୍ପର୍କ ରହିଛି ତା’ର ସ୍ପଷ୍ଟୀକରଣ ଗଣମାଧ୍ୟମରେ ଦେବାର ଆବଶ୍ୟକତା ସୃଷ୍ଟି ହୋଇଛି । ଦଳୀୟ ବିଧାୟକଙ୍କ ଅପକୀର୍ତ୍ତିକୁ ଲୁଚାଇବା ପରିବର୍ତ୍ତେ ମହିଳାଙ୍କୁ ସମ୍ମାନ ଓ ନ୍ୟାୟର କଥା କହୁଥିବା ବିଜେଡି ବି ଏ ଦିଗରେ ଆନୁଷ୍ଠାନିକ ବୟାନ ଜାରି କରିବା ଜରୁରୀ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Related story