ନବୀନଙ୍କ ପ୍ରକୃତ ଉତ୍ତରାଧିକାରୀ କିଏ?

ମୁଖ୍ୟମନ୍ତ୍ରୀଙ୍କର ସ୍ୱାସ୍ଥ୍ୟାବସ୍ଥା ଓ ବୟସ ଯାହା ସେଥିରେ ତାଙ୍କର ବ୍ୟକ୍ତିଗତ ଦେଖାଶୁଣା ପାଇଁ ଆତ୍ମୀୟ ଲୋକଙ୍କର ପ୍ରୟୋଜନ ରହିଛି। ବିଜୁ ଜନତା ଦଳ ଓ ନବୀନ ନିବାସରୁ ମିଳିଥିବା ସୂଚନାନୁସାରେ ନବୀନ ପଟ୍ଟନାୟକଙ୍କର ବ୍ୟକ୍ତିଗତ ସମସ୍ତ ଦାୟିତ୍ୱ ଏବେ ପାଣ୍ଡିଆନ୍ ନିଜ ହାତକୁ ନେଇଛନ୍ତି। ଦଳର କୌଣସି ନେତା, ବିଧାୟକ ବା ଅମଲାତନ୍ତ୍ରୀ ଶ୍ରୀ ପାଣ୍ଡିଆନ୍ ନଚାହିଁଲେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିପାରୁ ନାହାନ୍ତି।

VK Pandian

Naveen Patnaik's Political Heir

Debendra Prusty
  • Published: Monday, 06 February 2023
  • Updated: 06 February 2023, 12:05 PM IST

News Highlights

  • ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ହେବେ କି ଆଇଏଏସ ଭିକେ ପାଣ୍ଡିଆନ?
  • ନବୀନଙ୍କ ପରେ ବିଜୁ ଜନତା ଦଳର ଉତ୍ତରାଧିକାରୀ ନେଇ କୋରାପୁଟରୁ ମିଳିଲା କି ସଂକେତ?
  • ଭିକେ ପାଣ୍ଡିଆନ ହିଁ ବିଜେଡି ଓ ରାଜ୍ୟ ରାଜନୀତିର ପ୍ରକୃତ ନିର୍ଦ୍ଦେଶକ

Sports

Latest News

ଫେବୃଆରୀ ୩ ତାରିଖ, ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଗସ୍ତରେ ଯାଇ ଜିଲ୍ଲାର ପ୍ରମୁଖ ଶିକ୍ଷାନୁଷ୍ଠାନ ବିକ୍ରମଦେବ କଲେଜକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ଉତ୍ସବରେ ଯୋଗଦେବା ସହିତ କେତେକ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ କରିଥିଲେ। ବିକ୍ରମଦେବ କଲେଜରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ଥାନୀୟ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ସ୍ୱାଗତ କରିବା ସମୟରେ ତାଙ୍କ ପ୍ରଶଂସାରେ ଶତମୁଖ ହୋଇ ‘ନବୀନ ପଟ୍ଟନାୟକ ଜିନ୍ଦାବାଦ୍’ ସ୍ଲୋଗାନ ଦେବା ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିଆନଙ୍କୁ ପ୍ରଶଂସା କରିଥିବାର କାହାଣୀ ଓ ଭିଜୁଆଲ୍ ରାଜ୍ୟରେ ଏକ ଆଲୋଡ଼ନ ସୃଷ୍ଟି କରିଛି। କିନ୍ତୁ ସେହି ଉତ୍ସବରେ ସଭାମଂଚକୁ ମୁଖ୍ୟମନ୍ତ୍ରୀଙ୍କ ପଛରେ ଥାଇ ଉଠିଯାଇଥିବା ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ ଯେପରି ମଂଚରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ନକରିପାରିବେ ସେଥିପାଇଁ ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ପଛେ ପଛେ ଯାଇ ତାଙ୍କୁ ହାତଧରି ମଂଚ ତଳକୁ ନେଇଯିବା ଭିଜୁଆଲ୍ ଅଧିକ ରାଜନୈତିକ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି।

ତେବେ, ଏହି ଦୃଶ୍ୟ ବାସ୍ତବରେ ଯେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ, କୋରାପୁଟ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିଆନଙ୍କ ଭୂମିକା ଓ ସେ ସଂକ୍ରାନ୍ତରେ ବିଜେଡିର ମୁଖପତ୍ର କୁହାଯାଉଥିବା ‘ସକାଳ’ ଖବରକାଗଜର ପ୍ରଥମ ପୃଷ୍ଠାରେ ଯେଉଁ ତିନୋଟି ଫଟୋ ପ୍ରକାଶିତ ହେଲା ତାହା ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କୁ ଓଡ଼ିଶାରେ ବିଜେଡି ଶାସନର ପ୍ରକୃତ ଉତରାଧିକାରୀ କିଏ ତାହା ଅଧିକ ସ୍ପଷ୍ଟ କରିଦେଇଛି। ଏହି ତିନୋଟି ଫଟୋ ମଧ୍ୟରୁ ଗୋଟିକରେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୋଟିଏ କାଗଜ ଧରି ଲୋକମାନଙ୍କୁ ଦେଖାଉଥିବା ସମୟରେ ପାର୍ଶ୍ୱରେ ତାଙ୍କର ସଚିବ ପାଣ୍ଡିଆନ୍ ମୁହଁରେ ମାଇକ୍ ଧରି ଛିଡ଼ା ହୋଇଥିବା ଦେଖାଯାଉଛି। ଦ୍ୱିତୀୟ ଫଟୋରେ ବିଧାୟକ ତାରା ପ୍ରସାଦ ବାହିନୀପତି ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେବା ସମୟରେ ୫-ଟି ସଚିବ କୁହାଯାଉଥିବା ମୁଖ୍ୟମନ୍ତ୍ରୀଙ୍କ ସଚିବ ପାଣ୍ଡିଆନଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦେଉଥିବାର ଫଟୋ ପ୍ରକାଶିତ ହୋଇଛି। ତୃତୀୟ ଫଟୋରେ କୋରାପୁଟର ପ୍ରାଚୀନ ଗୁପ୍ତେଶ୍ୱର ମନ୍ଦିରର କାୟାକଳ୍ପ ବଦଳାଇବା ପାଇଁ ମନ୍ଦିର ନବୀକରଣ ସାଙ୍ଗକୁ ଚତୁଃପାର୍ଶ୍ୱର ନବକଳେବର ନିମନ୍ତେ ମ୍ୟାପ୍ ଦେଖି କିପରି ପାଣ୍ଡିଆନ୍ ନିର୍ଦ୍ଦେଶ ଦେଉଛନ୍ତି, ତାହାର ଫଟୋ ମଧ୍ୟ ପ୍ରକାଶିତ ହୋଇଛି।

ଏହି ଫଟୋଗୁଡ଼ିକୁ ଅନୁଧ୍ୟାନ କଲେ ଗୋଟିଏ କଥା ସ୍ପଷ୍ଟ ଯେ ଶ୍ରୀ ପାଣ୍ଡିଆନ୍ ଆଉ ଜଣେ ସାଧାରଣ ସଚିବ ହୋଇ ନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ ପଛକୁ ସେହି ହିଁ ରାଜ୍ୟର ଶାସନ ଓ ରାଜନୀତିରେ ପ୍ରମୁଖ ବ୍ୟକ୍ତି ବୋଲି ସେହି ଫଟୋଚିତ୍ରଗୁଡ଼ିକୁ ଅନୁଧ୍ୟାନ କଲେ ସହଜରେ ଜାଣିହେଉଛି। ଯଦିଓ ବିଭିନ୍ନ ସମୟରେ ରାଜ୍ୟର ବିରୋଧୀ ଦଳମାନେ ଓ ସରକାରଙ୍କ ସମାଲୋଚକମାନେ ରାଜ୍ୟରେ ପାଣ୍ଡିଆନ୍ ହିଁ ପ୍ରକୃତ ଶାସକ ଓ ନବୀନ ପଟ୍ଟନାୟକଙ୍କ ନାମକୁ ମାତ୍ର ବ୍ୟବହାର କରାଯାଉଛି ବୋଲି ବରାବର ଉଲ୍ଲେଖ କରନ୍ତି। ଭାରତୀୟ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ଓ ରାଜ୍ୟମାନଙ୍କରେ ମୁଖ୍ୟମନ୍ତ୍ରୀମାନେ ପ୍ରକୃତ ଶାସକ ହେଲେ ମଧ୍ୟ ସେମାନଙ୍କର ସଚିବମାନେ ଶାସନର ଅସଲ କାମ କରନ୍ତି ବୋଲି କୁହାଯାଏ। ଅନେକ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଅତ୍ୟନ୍ତ କ୍ଷମତାଶାଳୀ ଅମଲାତନ୍ତ୍ରୀ ଭାବରେ ବିବେଚିତ ହୁଅନ୍ତି। ସେହି ଦୃଷ୍ଟିରେ ଦେଖିଲେ ଭି.କେ. ପାଣ୍ଡିଆନ୍ ରାଜ୍ୟରେ ସର୍ବାଧିକ କ୍ଷମତାଶାଳୀ ଅମଲାତନ୍ତ୍ରୀ ଭାବରେ ମାନ୍ୟତା ପାଇବାରେ କେହି ଆପତ୍ତି କରିପାରିବେ ନାହିଁ। କିନ୍ତୁ କୌଣସିଠାରେ ସଚିବମାନେ ସାଧାରଣରେ ରାଜନୈତିକ ବ୍ୟକ୍ତି ବା ନିର୍ଦ୍ଦେଶଶକ ଭାବରେ କାମ କରିବାର ପରମ୍ପରା ନାହିଁ। ମାତ୍ର ଓଡ଼ିଶାରେ ଏହି ପ୍ରକ୍ରିୟା ଗତ କିଛିବର୍ଷ ହେଲା ଯେପରି ଚାଲିଛି ସେଥିରେ ଭି.କେ. ପାଣ୍ଡିଆନଙ୍କୁ ଜଣେ ସାଧାରଣ ବା ଅସାଧାରଣ ଅମଲାତନ୍ତ୍ରୀ ଭାବରେ ବିଚାର ନକରି ମୁଖ୍ୟମନ୍ତ୍ରୀଙ୍କ ପରେ ଜଣେ ରାଜନୈତିକ ନିର୍ଦ୍ଦେଶକ ଭାବେ ବିଚାର କରିବାକୁ ପର୍ଯ୍ୟବେକ୍ଷକମାନେ ବାଧ୍ୟ ହେଉଛନ୍ତି। ଶ୍ରୀ ପାଣ୍ଡିଆନଙ୍କର ଏହି ଭୂମିକା ଓ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ସତ୍ତ୍ୱେ ତାଙ୍କର ଫଟୋଚିତ୍ରକୁ ଦେଖିଲେ ମନେ ହେଉଛି, ସେ ଅସାଧାରଣ କ୍ଷମତା ଓ ଶକ୍ତିର ଅଧିକାରୀ ହୋଇଛନ୍ତି।

ବିଜୁ ଜନତା ଦଳ ଗତ ୨୩ ବର୍ଷ ହେଲା ରାଜ୍ୟରେ କ୍ଷମତାରେ ରହିଛି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ପାଞ୍ଚଟି ନିର୍ବାଚନ ଜିଣି ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର ଆସନକୁ ଅତି ଦୃଢ଼ କରିଦେଇଛନ୍ତି। ବାସ୍ତବରେ ବିଜୁ ଜନତା ଦଳ ଓ ନବୀନ ପଟ୍ଟନାୟକ ସାରା ଦେଶରେ ଆଂଚଳିକ ଦଳମାନଙ୍କ ଭିତରେ ସବୁଠାରୁ ଶକ୍ତିଶାଳୀ ଓ ସଂଗଠିତ ଦଳ ଭାବରେ ବିଚାର କରାଯାଉଛି। ବାସ୍ତବରେ ବିଜୁ ଜନତା ଦଳକୁ ନେଇ ଅନେକ ରାଜନୈତିକ ପର୍ଯ୍ୟବେକ୍ଷକ ଓ ଗବେଷକମାନେ ବିଭିନ୍ନ ସମୟରେ ବିଚାର ଆଲୋଚନା କରୁଛନ୍ତି। ୨୦୧୫ରେ ରାଜନୈତିକ ବିଶେଷଜ୍ଞ ଜେମ୍ସ ମ୍ୟାନର୍ ବିଜୁ ଜନତା ଦଳର ଶକ୍ତି ବିଷୟରେ ଏକ ଅଧ୍ୟୟନ କରିଥିଲେ। ବାସ୍ତବରେ ଭାରତର ଅନ୍ୟ କୌଣସି ଆଂଚଳିକ ଦଳ ବା ଆଂଚଳିକ ନେତା ବିଜୁ ଜନତା ଦଳ ଓ ନବୀନ ପଟ୍ଟନାୟକଙ୍କ ସଫଳତା ପାଇନାହାନ୍ତି। ଏହାର ବହୁତଗୁଡ଼ିଏ କାରଣ ଅଛି। ଏବେ ନିକଟରେ ଜଣେ ରାଜନୈତିକ ଗବେଷକ ଅସିମ୍ ଅଲ୍ଲୀ ଧୃବୀକରଣ ରାଜନୀତିର ପରବର୍ତ୍ତୀ ଅଧ୍ୟାୟରେ ଆମ୍ ଆଦମୀ ପାର୍ଟି ଓ ବିଜେଡି ସଂକ୍ରାନ୍ତରେ ଏକ ଆଲେଖ୍ୟ ଦେଶର ଏକ ପ୍ରମୁଖ ଦୈନିକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।

ସେହି ପରିପ୍ରେକ୍ଷୀରେ ଦେଖିଲେ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟଗତ ଅବସ୍ଥା ଓ ବୟସ ଦୃଷ୍ଟିରୁ ତାଙ୍କର କିଏ ଉତ୍ତରାଧିକାରୀ ହେବ, ତାହା ନେଇ ବିଭିନ୍ନ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ଯେହେତୁ ନବୀନ ପଟ୍ଟନାୟକ ବରାବର କହୁଛନ୍ତି ଯେ ତାଙ୍କର ଉତ୍ତରାଧିକାରୀ ଓଡ଼ିଶାର ଜନସାଧାରଣ ସ୍ଥିର କରିବେ। ନବୀନ ପଟ୍ଟନାୟକଙ୍କ ପରିବାରରୁ କେହି ଏହି ଦାୟିତ୍ୱ ନେବାର ସମ୍ଭାବନା ଦିନକୁ ଦିନ କ୍ଷୀଣ ହୋଇ ଚାଲିଛି। ବିଜୁ ଜନତା ଦଳର ସାଂଗଠନିକ ଢାଂଚା ଯାହା, ସେଥିରେ ଦଳ ଭିତରୁ ନେତୃତ୍ୱ ପ୍ରତିଷ୍ଠା ନିମନ୍ତେ କେହି ଉଦ୍ୟମ କରିବାର ସମ୍ଭାବନା ନାହିଁ। ବାସ୍ତବରେ ଦଳ ଭିତରେ ଏପରି କୌଣସି ବ୍ୟକ୍ତି ନାହାନ୍ତି ଯାହାଙ୍କ ପଛରେ ଅଧିକାଂଶ ଦଳୀୟ ନେତା, ବିଧାୟକ ବା ଜନସାଧାରଣ ସଂଗଠିତ ହୋଇପାରିବେ। ଦଳର ସବୁ ପୁରୁଖାନେତା ଆଉ ଦଳ ଭିତରେ ନାହାନ୍ତି କିମ୍ବା ଯେଉଁ କେତେଜଣ ଅଛନ୍ତି, ସେମାନେ ନେତା ବୋଲି ନିଜକୁ ଦାବି କରିପାରୁ ନାହାନ୍ତି। ଅଧିକାଂଶ ବିଧାୟକ, ସାଂସଦ ଓ ମନ୍ତ୍ରୀମାନେ ଅନୁଗତ କର୍ମୀ ଭାବରେ ହିଁ କାମ କରୁଛନ୍ତି। ଦଳ ଭିତରେ ଭିନ୍ନମତ ପ୍ରକାଶ କରିବାର ବା ଆଲୋଚନା କରିବା ପାଇଁ କୌଣସି ଅବକାଶ ନାହିଁ। ଏପରିକି କ୍ୟାବିନେଟ୍ ବୈଠକ ମଧ୍ୟ ମାତ୍ର କେତେ ମିନିଟ୍ ଭିତରେ ଶେଷ ହୋଇଯାଉଛି।

ଦଳର ଜଣେ ବରିଷ୍ଠ ମନ୍ତ୍ରୀ ନବକିଶୋର ଦାସ ପୋଲିସ ଗୁଳିରେ ପ୍ରାଣ ହରାଇବା ପରେ ରାଜ୍ୟ କ୍ୟାବିନେଟର ଏକ ବୈଠକ ବସି ତାଙ୍କ ପ୍ରତି ସମ୍ମାନ ବା ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇନାହିଁ। ଦଳର ଏହି ଅବସ୍ଥା ଥିଲେ ମଧ୍ୟ ଦଳ ପକ୍ଷରୁ ଏକ ସ୍ଥାୟୀ ଅଫିସ୍ କୋଠା ନିର୍ମାଣ କାର୍ଯ୍ୟ ଦୃତ ଗତିରେ ଚାଲିଛି। ଏହି କୋଠାର ଆକାର ଓ ଅବସ୍ଥାକୁ ଦେଖିଲେ ଗୋଟିଏ କଥା ନିଶ୍ଚିତ ଯେ ବିଜୁ ଜନତା ଦଳ ଏକ ସ୍ଥାୟୀ ଭବିଷ୍ୟତ ପାଇଁ କାର୍ଯ୍ୟ କରୁଛି। କିନ୍ତୁ ଯେଉଁଭଳି ଭାବରେ ଦଳ ଓ ସଂଗଠନ ପରିଚାଳିତ ହେଉଛି, ସେଥିରେ ଦଳର ଉତ୍ତରାଧିକାରୀ ବା ଭବିଷ୍ୟତର ନେତାମାନେ କିଏ ତାହା କେହି ବି ହିସାବ କରିପାରୁ ନାହାନ୍ତି। ଏପରି ଅବସ୍ଥାରେ ମୁଖ୍ୟମନ୍ତ୍ରୀଙ୍କ ସହିତ ୫-ଟି ସଚିବ ବା ତାଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କର ସାଧାରଣରେ ଫଟୋ ସବୁ ଦେଖିଲେ ତାଙ୍କୁ ଜଣେ ଅମଲାତନ୍ତ୍ରୀ ଭାବରେ ବିଚାର ନକରି ମୁଖ୍ୟମନ୍ତ୍ରୀଙ୍କ ଉତ୍ତରାଧିକାରୀ ବୋଲି ଯଦି ବିଚାର କରାଯାଏ, ତେବେ ସେଥିରେ କିଛି ଭୁଲ ହେବ ନାହିଁ।

ଏହା ସତ୍ୟ, ମୁଖ୍ୟମନ୍ତ୍ରୀଙ୍କର ସ୍ୱାସ୍ଥ୍ୟାବସ୍ଥା ଓ ବୟସ ଯାହା ସେଥିରେ ତାଙ୍କର ବ୍ୟକ୍ତିଗତ ଦେଖାଶୁଣା ପାଇଁ ଆତ୍ମୀୟ ଲୋକଙ୍କର ପ୍ରୟୋଜନ ରହିଛି। ବିଜୁ ଜନତା ଦଳ ଓ ନବୀନ ନିବାସରୁ ମିଳିଥିବା ସୂଚନାନୁସାରେ ନବୀନ ପଟ୍ଟନାୟକଙ୍କର ବ୍ୟକ୍ତିଗତ ସମସ୍ତ ଦାୟିତ୍ୱ ଏବେ ପାଣ୍ଡିଆନ୍ ନିଜ ହାତକୁ ନେଇଛନ୍ତି। ଦଳର କୌଣସି ନେତା, ବିଧାୟକ ବା ଅମଲାତନ୍ତ୍ରୀ ଶ୍ରୀ ପାଣ୍ଡିଆନ୍ ନଚାହିଁଲେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିପାରୁ ନାହାନ୍ତି। ସେହି ଦୃଷ୍ଟିରୁ ନବୀନ ପଟ୍ଟନାୟକଙ୍କର ଉତ୍ତରାଧିକାରୀ ଭାବରେ ଭବିଷ୍ୟତରେ ପାଣ୍ଡିଆନ୍ ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଯଦିଓ ବିଭିନ୍ନ ସମୟରେ ତାଙ୍କର ଆଇଏଏସ୍ ପତ୍ନୀ ଯିଏକି ଜଣେ ଓଡ଼ିଆ ତାଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି। କିନ୍ତୁ ନବୀନ ପଟ୍ଟନାୟକଙ୍କର ସଂପୃକ୍ତ ଜ୍ଞାତସାରରେ ପାଣ୍ଡିଆନ୍ ବସ୍ତୁତଃ ରାଜ୍ୟ ଶାସନର ଉତ୍ତରାଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି। କୋରାପୁଟ ଗସ୍ତର ଫଟୋଗୁଡ଼ିକୁ ଦେଖିଲେ ସହଜରେ ଏହି ଭାବନା ଜାଗ୍ରତ ହେବ। ୨୦୨୪ ନିର୍ବାଚନ ପାଇଁ ରାଜ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନବୀନ ପଟ୍ଟନାୟକ ଯେଉଁ ଧରଣର ରାଜନୀତି ଚଳାଇଛନ୍ତି, ତାହାକୁ ବଦଳାଇଦେବାର କୌଣସି ଆଦର୍ଶଗତ ଲଢ଼େଇ କୌଣସି ସଂଗଠନ ବା ଦଳ କରିପାରୁ ନାହାନ୍ତି। ଓଡ଼ିଶା ରାଜନୀତିରେ ଉଚ୍ଚଜାତିର ଲବି ସହିତ ଖଣି ସ୍ୱାର୍ଥଜନିତ ବ୍ୟବସ୍ଥାରେ ୪୦ ଭାଗ ଦଳିତ ଆଦିବାସୀ ଓ ଅନଗ୍ରସର ଲୋକମାନଙ୍କୁ ସରକାରୀ ରାଜସ୍ୱରେ ହିତାଧିକାରୀ ଭାବରେ ଯେପରି ରଖାଯାଇଛି, ସେଥିରେ ଉଚ୍ଚବର୍ଗର ଅମଲାତନ୍ତ୍ରୀ ଓ ଖଣିସ୍ୱାର୍ଥ ସୁରକ୍ଷିତ ରହୁଛି। ସମ୍ଭବତଃ ପାଣ୍ଡିଆନ୍ ଏହି ବିଦ୍ୟାକୁ ଭଲ ଭାବରେ ବୁଝି ସାରିଲେଣି।

ରବି ଦାସ, ବରିଷ୍ଠ ସାମ୍ବାଦିକ

ଫୋ-୮୦୧୮୦୯୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story