ରାଜଧାନୀରେ ଯୁବ ଆକ୍ରୋଶ ସମାବେଶ, ଦମ୍‌ ଦେଖାଇଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦରଦାମ ବୃଦ୍ଧି, ତୈଳଦର ବୃଦ୍ଧି, ବେକାରୀ ସମସ୍ୟା, ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଆଦି ପ୍ରସଙ୍ଗରେ ଆଜି ରାଜଧାନୀ ଭୁବନେଶ୍ୱରର ପିଏମଜି ଛକ ନିକଟରେ ‘ଯୁବ ଆକ୍ରୋଶ ସମାବେଶ’ ଅନୁଷ୍ଠିତ ହୋଇଯାଇଛି। ଯୁବ କଂଗ୍ରେସ ପକ୍ଷରୁ ଆୟୋଜିତ ଏହି ସମାବେଶ ମାଧ୍ୟମରେ କଂଗ୍ରେସ ନିଜର ବଳ ପ୍ରଦର୍ଶନ କରିଛି। ଏହି ସମାବେଶରେ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟର କ୍ଷମତାସୀନ ସରକାରକୁ କଡ଼ା ଭାଷାରେ ଭର୍ତ୍ସନା କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରିମୋଟ୍ କଣ୍ଟ୍ରୋଲ ପ୍ରଧାନମନ୍ତ୍ରୀ […]

youth congress

youth congress

Ordigital Desk
  • Published: Thursday, 25 March 2021
  • Updated: 25 March 2021, 10:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦରଦାମ ବୃଦ୍ଧି, ତୈଳଦର ବୃଦ୍ଧି, ବେକାରୀ ସମସ୍ୟା, ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଆଦି ପ୍ରସଙ୍ଗରେ ଆଜି ରାଜଧାନୀ ଭୁବନେଶ୍ୱରର ପିଏମଜି ଛକ ନିକଟରେ ‘ଯୁବ ଆକ୍ରୋଶ ସମାବେଶ’ ଅନୁଷ୍ଠିତ ହୋଇଯାଇଛି। ଯୁବ କଂଗ୍ରେସ ପକ୍ଷରୁ ଆୟୋଜିତ ଏହି ସମାବେଶ ମାଧ୍ୟମରେ କଂଗ୍ରେସ ନିଜର ବଳ ପ୍ରଦର୍ଶନ କରିଛି। ଏହି ସମାବେଶରେ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟର କ୍ଷମତାସୀନ ସରକାରକୁ କଡ଼ା ଭାଷାରେ ଭର୍ତ୍ସନା କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରିମୋଟ୍ କଣ୍ଟ୍ରୋଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ହାତରେ ଅଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ଅଖିଳ ଭାରତ ଯୁବ କଂଗ୍ରେସ ସଭାପତି ବିଭି ଶ୍ରୀନିବାସ ଯୋଗଦେଇ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ଇସ୍ତାହାରରେ ବର୍ଷକୁ ୨ କୋଟି ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାପାଇଁ ଦେଇଥିବା ପ୍ରତିଶ୍ରୁତି ଆଜି ପ୍ରତାରଣାରେ ପରିଣତ ହୋଇଛି । ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ମୂଲ୍ୟ ଅହେତୁକ ବୃଦ୍ଧି ଫଳରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ନିୟନ୍ତ୍ରଣ କରିବାରେ ମୋଦି ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ସେହିଭଳି ରାଜ୍ୟ ବେରୋଜଗାରୀରେ ୧ ନମ୍ବର ସ୍ଥାନ ଅଧିକାର କରିବା ମୁଖ୍ୟମନ୍ତ୍ରୀଙ୍କର ପାରିବାପଣିଆର ପ୍ରମାଣ ଦେଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ରିମୋର୍ଟ କଣ୍ଟ୍ରୋଲ ନରେନ୍ଦ୍ର ମୋଦି ଓ ଅମିତ୍ ଶାହଙ୍କ ହାତରେ ଅଛି ବୋଲି ସେ କହିଛନ୍ତି।

ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ଲେଙ୍କା କହିଥିଲେ ଯେ, ରାଜ୍ୟରେ ଦିନକୁ ଦିନ ଶିକ୍ଷିତ ଯୁବକ ଯୁବତୀଙ୍କ ସଂଖ୍ୟା ବଢୁଥିଲେ ମଧ୍ୟ ସେମାନଙ୍କୁ କର୍ମସଂସ୍ଥାନ ଯୋଗାଇ ଦେବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ନାରୀ ନିର୍ଯାତନା, ଗଣଦୁଷ୍କର୍ମ, ଚୋରି, ଛିନ୍‌ତାଇ ଯେଭଳି ଭାବରେ ବଢିବଢି ଚାଲିଛି ସେଥିରେ ସାଧାରଣ ଜନତା ନିଜକୁ ସୁରକ୍ଷିତ ମଣୁନାହାନ୍ତି। ରାଜ୍ୟ ସରକାର ଏହାକୁ ରୋକିବା ପରିବର୍ତ୍ତେ ସ୍ଥାଣୁ ପାଲଟି ଯାଇଛନ୍ତି ବୋଲି ଶ୍ରୀ ଲେଙ୍କା ସମାଲୋଚନା କରିଥିଲେ।

ଏହି ସମାବେଶରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଏଆଇସିସିି ସଂପାଦକ ରୁଦ୍ର ରାଜୁ, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ବିଧାୟକ ମହମ୍ମଦ ମୋକିମ୍‌, ବିହାର ଓ ମଣିପୁର ରାଜ୍ୟର କଂଗ୍ରେସ ପ୍ରଭାରୀ ଭକ୍ତ ଚରଣ ଦାସ, ଏଆଇସିସି ସଂପାଦକ ବିଶ୍ୱରଂଜନ ମହାନ୍ତି, ଅଖିଳ ଭାରତ ଯୁବ କଂଗ୍ରେସ ସାଧାରଣ ସଂପାଦିକା ସୁଶ୍ରୀ ପ୍ରତିଭା ରଘୁବଂଶୀ, ସଂପାଦକ ରିୟାଜୁଲ୍ ଅନସାରୀ, ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନ୍‌ଗୋ, ଶିବାନନ୍ଦ ରାୟ, ଦେବେନ୍ଦ୍ରନାଥ ଶର୍ମା, ଅଧିରାଜ ପାଣିଗ୍ରାହୀ, ଗିରିବାଳା ବେହେରା ପ୍ରମୁଖ ଉଦ୍‌ବୋଧନ ଦେଇଥିବାବେଳେ ବରିଷ୍ଠ ନେତା ଶରତ ପଟ୍ଟନାୟକ, ରାମଚନ୍ଦ୍ର ଖୁଂଟିଆ, ଅନନ୍ତ ପ୍ରସାଦ ସେଠୀ, ଜଗନ୍ନାଥ ପଟ୍ଟନାୟକ, ଗଣେଶ୍ୱର ବେହେରା, ଚିନ୍ମୟ ପ୍ରସାଦ ବେଉରା, ରବିନ୍ଦ୍ର ସେଠୀ, ରବିନ୍ଦ୍ର କୁମାର ମଲ୍ଲିକଙ୍କ ସମେତ ବହୁ ଯୁବ କଂଗ୍ରେସ ନେତୃବୃନ୍ଦ ଓ କର୍ମକର୍ତା ଉପସ୍ଥିତ ଥିଲେ। ପରେ ଏକ ବିରାଟ ଶୋଭାଯାତ୍ରା ଉପରୋକ୍ତ ଦାବି ପୂରଣ ନେଇ ବିଧାନସଭା ଘେରାଉ ହୋଇଥିଲା ଏବଂ ପୁଲିସ ସହ ଧସ୍ତାଧସ୍ତିରେ ହଜାର ହଜାର ଯୁବ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଗିରଫ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story