ଚାନ୍ଦରୁ ନମୁନା ଆଣିବା ପାଇଁ ଚାଇନା ପଠାଇଲା ‘ଚାଙ୍ଗ୍ ଏ-୫’

ବେଜିଂ: ସାରା ବିଶ୍ୱ ଯେତେବେଳେ କରୋନା ମହାମାରୀର ସମ୍ନା କରୁଛି। ସେତେବେଳେ ଚାଇନା ଆଉ ପାଦେ ଆଗକୁ ଯାଇ ଚନ୍ଦ୍ରରୁ ନମୁନା ସଂଗ୍ରହ କରିବା ପାଇଁ ମାନବବିହୀନ ଯାନ ପଠାଇଛି। ମଙ୍ଗଳବାର ଚାଇନା ଏହି ମାନବବିହୀନ ଯାନକୁ ସଫଳ ଭାବରେ ଉତକ୍ଷେପଣ କରିଛି। ନମୁନା ସଂଗ୍ରହ କରିସାରିବା ପରେ ଏହି ଯାନ ପୃଥିବୀକୁ ଫେରିବ ବୋଲି ଚାଇନା ବୈଜ୍ଞାନିକ ଆଶା ରଖିଛନ୍ତି। ଆସୋସିଏଟେଡ୍ ପ୍ରେସର ଖବର ଅନୁଯାୟୀ, ଚାଇନାର ଦକ୍ଷିଣ ପ୍ରାନ୍ତର ହେନାନ ସ୍ଥିତ ବେନଚାଙ୍ଗରୁ ‘ଚାଙ୍ଗ୍ […]

Chang

Subhransu Sekhar
  • Published: Tuesday, 24 November 2020
  • , Updated: 24 November 2020, 04:46 PM IST

ବେଜିଂ: ସାରା ବିଶ୍ୱ ଯେତେବେଳେ କରୋନା ମହାମାରୀର ସମ୍ନା କରୁଛି। ସେତେବେଳେ ଚାଇନା ଆଉ ପାଦେ ଆଗକୁ ଯାଇ ଚନ୍ଦ୍ରରୁ ନମୁନା ସଂଗ୍ରହ କରିବା ପାଇଁ ମାନବବିହୀନ ଯାନ ପଠାଇଛି। ମଙ୍ଗଳବାର ଚାଇନା ଏହି ମାନବବିହୀନ ଯାନକୁ ସଫଳ ଭାବରେ ଉତକ୍ଷେପଣ କରିଛି। ନମୁନା ସଂଗ୍ରହ କରିସାରିବା ପରେ ଏହି ଯାନ ପୃଥିବୀକୁ ଫେରିବ ବୋଲି ଚାଇନା ବୈଜ୍ଞାନିକ ଆଶା ରଖିଛନ୍ତି।

ଆସୋସିଏଟେଡ୍ ପ୍ରେସର ଖବର ଅନୁଯାୟୀ, ଚାଇନାର ଦକ୍ଷିଣ ପ୍ରାନ୍ତର ହେନାନ ସ୍ଥିତ ବେନଚାଙ୍ଗରୁ ‘ଚାଙ୍ଗ୍ ଏ-୫’ ଛଡ଼ାଯାଇଛି। ମହାକାଶ ବିଜ୍ଞାନ କ୍ଷେତ୍ରରେ ଏହା ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା। ଦୀର୍ଘ ୪୦ ବର୍ଷ ଧରି ବୈଜ୍ଞାନିକମାନେ ଏହା ଉପରେ ଅନେକ ତର୍କ ବିତର୍କ କରିଥିଲେ। ଶେଷର ଚାଇନା ମହାକାଶକୁ ମାନବବିହୀନ ଯାନ ପଠାଇ ନମୁନା ସଂଗ୍ରହ କରିବାକୁ ‘ଚାଙ୍ଗ୍ ଏ-୫’କୁ ପଠାଇଛି।

କୁହାଯାଉଛି ଏହି ମହାକାଶଯାନ ଯେତେବେଳେ ଚନ୍ଦ୍ରରେ ପହଞ୍ଚିବ ସେତେବେଳେ ଅନେକ ନମୁନା ଏକାଥରେ ସଂଗ୍ରହ କରିପାରିବ। ଏହି କାମ ‘ଚାଙ୍ଗ୍ ଏ-5’ରେ ଥିବା ଏକ ରବୋର୍ଟ କରିବ। ମୋଟ୍ ୨ କିଲୋଗ୍ରାମର ନମୁନା (ମାଟି, ପଥର) ଆଦି ଉଠାଇବାକୁ ଯୋଜନା ରହିଛି। ମୋଟ୍ କାମ ପାଇଁ ୨୦ ଦିନ ସମୟ ଲାଗିବ ବୋଲି ଜଣାପଡ଼ିଛି।

Related story