‘ଋତୁକାଳୀନ ଚକ୍ରରେ କରୋନା ଫେରିପାରେ’

ଓ୍ୱାଶିଂଟନ: ଋତୁକାଳୀନ ଚକ୍ରରେ କରୋନା ଭାଇରସ ଫେରିବାର ସମ୍ଭାବନା ରହିଛି। ବୁଧବାର ଆମେରିକାର ଜଣେ ବୈଜ୍ଞାନିକ ଏହା କହିଛନ୍ତି। ମହାମାରୀ କରୋନାର ମୁକାବିଲା କରିବା ପାଇଁ ଭେକସିନ୍ ଏବଂ ଔଷଧର ଆବଶ୍ୟକତାକୁ ଲକ୍ଷ୍ୟ ରଖି ଆମେରିକାର ବୈଜ୍ଞାନିକ ଆନଥୋନି ଫଉସି କହିଛନ୍ତି। ଆମେରିକାରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥରେ ଏହି ବୈଜ୍ଞାନିକ ସଂକ୍ରାମକ ରୋଗ ଉପରେ ଗବେଷଣା କରନ୍ତି। ଦକ୍ଷିଣ ଗୋଲାର୍ଦ୍ଧରେ ଏହି ଭାଇରସ ଏବେ ଅଧିକ ବ୍ୟାପିବ ବୋଲି ସେ କହିଛନ୍ତି। କାରଣ ଉତ୍ତର ଗୋଲାର୍ଦ୍ଧରେ […]

corona

Subhransu Sekhar
  • Published: Thursday, 26 March 2020
  • , Updated: 26 March 2020, 09:28 PM IST

ଓ୍ୱାଶିଂଟନ: ଋତୁକାଳୀନ ଚକ୍ରରେ କରୋନା ଭାଇରସ ଫେରିବାର ସମ୍ଭାବନା ରହିଛି। ବୁଧବାର ଆମେରିକାର ଜଣେ ବୈଜ୍ଞାନିକ ଏହା କହିଛନ୍ତି। ମହାମାରୀ କରୋନାର ମୁକାବିଲା କରିବା ପାଇଁ ଭେକସିନ୍ ଏବଂ ଔଷଧର ଆବଶ୍ୟକତାକୁ ଲକ୍ଷ୍ୟ ରଖି ଆମେରିକାର ବୈଜ୍ଞାନିକ ଆନଥୋନି ଫଉସି କହିଛନ୍ତି। ଆମେରିକାରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥରେ ଏହି ବୈଜ୍ଞାନିକ ସଂକ୍ରାମକ ରୋଗ ଉପରେ ଗବେଷଣା କରନ୍ତି।

ଦକ୍ଷିଣ ଗୋଲାର୍ଦ୍ଧରେ ଏହି ଭାଇରସ ଏବେ ଅଧିକ ବ୍ୟାପିବ ବୋଲି ସେ କହିଛନ୍ତି। କାରଣ ଉତ୍ତର ଗୋଲାର୍ଦ୍ଧରେ ଏବେ ଗ୍ରୀଷ୍ନ ଋତୁ ଆରମ୍ଭ ହେଉଥିବା ବେଳେ ଦକ୍ଷିଣ ଗୋଲାର୍ଦ୍ଧରେ ଶୀତ ଦିନ ଆରମ୍ଭ ହେବାକୁ ଯାଉଛି। ଦକ୍ଷିଣ ଗୋଲାର୍ଦ୍ଧରେ ଦକ୍ଷିଣ ଆଫ୍ରିକା ଭଳି ଦେଶ ରହିଛି। ଯେଉଁଠି କରୋନା ଭାଇରସର ପାଦ ମଧ୍ୟ ପଡ଼ିଯାଇଛି।

ଯଦି ଦକ୍ଷିଣ ଆଫ୍ରିକାରେ ଏହି ଭାଇରସ ଚାଇନା, ଇଟାଲୀ ଆଦି ଦେଶ ଭଳି ଭୟାବହ ହେବ ତା’ହେଲେ ପୁଣିଥରେ ଏହି ମହାମାରୀ ଫେରିପାରେ ବୋଲି ବୈଜ୍ଞାନିକ ଜଣଙ୍କ କହିଛନ୍ତି। ତେଣୁ ଏବେ କରୋନା ମୁକାବିଲା ପାଇଁ ଭେକସିନ, ଔଷଧ ଆଦି ପରୀକ୍ଷା କରି ପ୍ରସ୍ତୁତ କରିବା ଦରକାର ବୋଲି ସେ କହିଛନ୍ତି।

ଏବେ ଆମେରିକା, ଚାଇନା ଏବଂ ଇସ୍ରାଏଲ ଭେକସିନ ବାହାର କରିଛନ୍ତି ବୋଲି କହିଛନ୍ତି। ଏହି ଭେକସିନ ବ୍ୟବହାର ଉପଯୋଗୀ ହେବାକୁ ଅନେକ ଦିନ ଲାଗିବ ବୋଲି ଆନଥୋନି ଫଉସି କହିଛନ୍ତି।

ବାୟୁମଣ୍ଡଳରେ ଆଦ୍ରତା ରହିଲେ ଏହି ଭାଇରସ ଅଧିକ ପ୍ରଭାବଶାଳୀ ହୋଇଥାଏ। ଖରା ଦିନରେ ବାୟୁମଣ୍ଡଳର ଆଦ୍ରତା ଶୁଷ୍କ ରହୁଥିବାରୁ ଏହି ଭାଇରସ ସେତେଟା ପ୍ରଭାବ ଦେଖାଇପାରେ ନାହିଁ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାର ଅର୍ଥ ନୁହେଁ ଯେ ଏହି ଭାଇରସ ମୁକ୍ତ ହେଲା ବୋଲି କହିବା। ଅଷ୍ଟ୍ରେଲିଆ ମଧ୍ୟ ଦକ୍ଷିଣ ଗୋଲାର୍ଦ୍ଧରେ ରହିଛି। ଏହି ଦେଶରେ ଏଯାବତ ୨,୫୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮ ଜଣଙ୍କର ମୃତ୍ୟୁ ହୋଇଛି।

Related story