କରୋନା ପ୍ରଭାବ, ବିଳମ୍ୱିତ ହେଲା ଗଗନାୟନ ମିଶନ

ନୂଆଦିଲ୍ଲୀ: ଭାରତ ସମେତ ସମଗ୍ର ବିଶ୍ୱ ଏବେ କରୋନା ମହାମାରୀ ସହ ଲଢ଼େଇ କରୁଛି। ଏହାର ପ୍ରଭାବ ଏବେ ଗଗନୟାନ ପ୍ରକଳ୍ପ ସମେତ ଅନେକ ଜିନିଷ ଉପରେ ପଡିଛି। ବିନା ପାଇଲଟ ବା ମଣିଷରେ ଗଗନାୟନ ଯାନ ମହାକାଶକୁ ଯିବ। ଇସ୍ରୋ ଏହାକୁ ତିଆରି କରୁଛି। ଇସ୍ରୋ ଏହାକୁ ୨୦୨୧ର ପ୍ରଥମ ୬ ମାସ ମଧ୍ୟରେ ଲଞ୍ଚ କରିବାକୁ ଯୋଜନା କରିଥିଲା। କିନ୍ତୁ ଏବେ ଏହାକୁ ୨୦୨୧ ବର୍ଷ ଶେଷରେ ଲଞ୍ଚ କରିବ ଇସ୍ରୋ। ଏହାବାଦ, ଇସ୍ରୋ […]

ISRO CREWLESS GAGANAYAN

Subhransu Sekhar
  • Published: Thursday, 19 November 2020
  • , Updated: 19 November 2020, 04:18 PM IST

ନୂଆଦିଲ୍ଲୀ: ଭାରତ ସମେତ ସମଗ୍ର ବିଶ୍ୱ ଏବେ କରୋନା ମହାମାରୀ ସହ ଲଢ଼େଇ କରୁଛି। ଏହାର ପ୍ରଭାବ ଏବେ ଗଗନୟାନ ପ୍ରକଳ୍ପ ସମେତ ଅନେକ ଜିନିଷ ଉପରେ ପଡିଛି। ବିନା ପାଇଲଟ ବା ମଣିଷରେ ଗଗନାୟନ ଯାନ ମହାକାଶକୁ ଯିବ। ଇସ୍ରୋ ଏହାକୁ ତିଆରି କରୁଛି। ଇସ୍ରୋ ଏହାକୁ ୨୦୨୧ର ପ୍ରଥମ ୬ ମାସ ମଧ୍ୟରେ ଲଞ୍ଚ କରିବାକୁ ଯୋଜନା କରିଥିଲା। କିନ୍ତୁ ଏବେ ଏହାକୁ ୨୦୨୧ ବର୍ଷ ଶେଷରେ ଲଞ୍ଚ କରିବ ଇସ୍ରୋ।

ଏହାବାଦ, ଇସ୍ରୋ ମହାକାଶକୁ ମଣିଷ ପଠାଇବା ପୂର୍ବରୁ ୨୦୨୨ରେ ବିନା କ୍ରିଉ ସଦସ୍ୟରେ ଆଉ ଏକ ମହାକାଶ ଯାନ ପଠାଇବ ବୋଲି ଜଣାପଡ଼ିଛି। ଇସ୍ରୋର ଅଧ୍ୟକ୍ଷ କେ ଶିବନ୍ ଏହା କହିଛନ୍ତି।

ସିବନ କହିଛନ୍ତି, ଆଗାମୀ ଦିନରେ କଣ ହେବ, ଆମକୁ ଏବେଠୁ ସ୍ଥିର କରିବାକୁ ହେବ। ଆସନ୍ତା ବର୍ଷ ଆମେ ଦୁଇଟି ମାନବ ବିହୀନ ମିଶନ ଆରମ୍ଭ କରିବୁ। ହେଲେ ସବୁ କିଛି ସମୟ ଏବଂ ସ୍ଥିତି ଉପରେ ନିର୍ଭର କରେ। ଭବିଷ୍ୟତରେ କରୋନାର ପ୍ରଭାବ ଜାରି ରହିଲେ କିଛି ଯୋଜନା ବିଷୟରେ ପୁନର୍ବାଚାର କରିବାକୁ ପଡିବ ବୋଲି ସେ କହିଛନ୍ତି।

Related story