କରୋନା ମୁକାବିଲା ପାଇଁ ‘ପ୍ଲାନ୍ ବି’, ଯାହା ଉପରେ ଦୁନିଆର ଆଶା

ନୂଆଦିଲ୍ଲୀ: କରୋନା ଭାଇରସ ଏବେ ସଂକ୍ରମିତ ହୋଇ ଚାଲିଛି। ଏହାକୁ ରୋକିବା ପାଇଁ ସାରା ବିଶ୍ୱ ଏବେ ଭ୍ୟାକସିନ୍ ଉପରେ ଗବେଷଣା କରୁଛି। କିଛି ବୈଜ୍ଞାନିକ ମଧ୍ୟ କହିଛନ୍ତି ଏହି ଭାଇରସ ପୃଥିବୀରେ ରହିଲା। ଋତୁ ଚକ୍ରରେ ଏହି ଭାଇରସ ଆସିବ। ଏବେ କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ବିଶ୍ୱ ଏବେ ସାମାଜିକ ଦୂରତ୍ୱ ଏବଂ ଲକଡାଉନ୍ ନିୟମ ଅବଲମ୍ୱନ କରୁଛି। ଯଦି ପ୍ରତିବର୍ଷ କରୋନା ପାଇଁ ଏହି ନୀତି ଆପଣାଯିବ ତା’ହେଲେ ଦେଶର ଅର୍ଥନୀତି […]

novel corona

Subhransu Sekhar
  • Published: Thursday, 30 April 2020
  • , Updated: 30 April 2020, 03:03 PM IST

ନୂଆଦିଲ୍ଲୀ: କରୋନା ଭାଇରସ ଏବେ ସଂକ୍ରମିତ ହୋଇ ଚାଲିଛି। ଏହାକୁ ରୋକିବା ପାଇଁ ସାରା ବିଶ୍ୱ ଏବେ ଭ୍ୟାକସିନ୍ ଉପରେ ଗବେଷଣା କରୁଛି। କିଛି ବୈଜ୍ଞାନିକ ମଧ୍ୟ କହିଛନ୍ତି ଏହି ଭାଇରସ ପୃଥିବୀରେ ରହିଲା। ଋତୁ ଚକ୍ରରେ ଏହି ଭାଇରସ ଆସିବ। ଏବେ କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ବିଶ୍ୱ ଏବେ ସାମାଜିକ ଦୂରତ୍ୱ ଏବଂ ଲକଡାଉନ୍ ନିୟମ ଅବଲମ୍ୱନ କରୁଛି।

ଯଦି ପ୍ରତିବର୍ଷ କରୋନା ପାଇଁ ଏହି ନୀତି ଆପଣାଯିବ ତା’ହେଲେ ଦେଶର ଅର୍ଥନୀତି ଖରାପ ହେବ। ଏଥିସହ ରୋଜଗାର ମଧ୍ୟ କମିବ। ତେଣୁ କୋରାନାକୁ ମାତ୍ ଦେବା ପାଇଁ ଗବେଷକ ମାନେ ରୋଗ ପ୍ରତିରୋଧକ ଶକ୍ତି ବା ହାର୍ଡ ଇମ୍ୟୁନିଟି ଅଧିକ ବୃଦ୍ଧି କରିବାକୁ ଚିନ୍ତା କରୁଛନ୍ତି। ଏହା ହେଉଛି ‘ପ୍ଲାନ୍ ବି’।

ସାଧାରଣତଃ ଯେଉଁମାନଙ୍କ ପାଖରେ ରୋଗ ପ୍ରତିରୋଧକ ଶକ୍ତି କମ୍ ରହିଛି ସେମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେଣୁ ଭେକସିନ ବାହାରିବା ପର୍ଯ୍ୟନ୍ତ ଇମ୍ୟୁନିଟି ବଢ଼ାଇବା ଉପରେ ଚିନ୍ତା କରାଯାଉଛି। ତେବେ ଏହି ‘ପ୍ଲାନ୍ ବି’କୁ ନେଇ ଅନେକ ଗବେଷକଙ୍କ ମଧ୍ୟରେ ମତ ପାର୍ଥକ୍ୟ ରହିଥିବା ଜଣାପଡ଼ିଛି।

କିଛି ଗବେଷକ ‘ପ୍ଲାନ ବି’କୁ ନେଇ କହିଛନ୍ତି, ଯଦି ଏଭଳି ପଦ୍ଧତି ଆପଣାଯିବ ତା’ହେଲେ ଲୋକମାନେ ଭାଇରସର ଆଁକୁ ଯିବାକୁ ପଡ଼ିବ। ଏମିତି ହେଲେ ବୟସ୍କ ଲୋକ ଓ ପୂର୍ବରୁ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ଥିବା ଲୋକମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିବ। ଯାହାକି ବିପଦ ସାବ୍ୟସ୍ତ ହୋଇପାରେ ବୋଲି ଅଷ୍ଟ୍ରେଲିଆର ଏପିଡୋମିୟୋଲଜିଷ୍ଟ ଗିଡିୟନ କହିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏଭଳି ପ୍ରସ୍ତାବ ଠିକ୍ ନୁହେଁ ବୋଲି କହିଛି।

Related story