ଔଷଧ କି ଟିକା ନୁହଁ, ଥେରାପୀ ମାଧ୍ୟମରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରିବ କେରଳ

ଥିରୁଅନନ୍ତପୁରମ: କରୋନା ସଂକ୍ରମଣକୁ ରୋକିବା ପାଇଁ ଏବେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧ ପଛରେ ଦୁନିଆ। ଏହି ମାଲେରିଆ ନିରାକରଣ ଔଷଧକୁ ନେବା ପାଇଁ ଅନେକ ଦେଶ ଏବେ ଭାରତକୁ ଅନୁରୋଧ କରିଛନ୍ତି। ହେଲେ ଭାରତର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ କେରଳ କରୋନା ସଂକ୍ରମିତଙ୍କ ଚିକିତ୍ସା ପ୍ଲାଜମା ଥେରାପୀ ମାଧ୍ୟମରେ କରିବାକୁ ଯାଉଛି। କେରଳରେ ଏଯାବତ ୩୫୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୨୫୯ ଜଣ ଚିକିତ୍ସାଧୀନ ରହିଛନ୍ତି। ସେହିପରି ୯୬ ଜଣ ହସ୍ପିଟାଲରୁ ଡିସଚାର୍ଜ […]

corona

Subhransu Sekhar
  • Published: Friday, 10 April 2020
  • , Updated: 10 April 2020, 02:23 PM IST

ଥିରୁଅନନ୍ତପୁରମ: କରୋନା ସଂକ୍ରମଣକୁ ରୋକିବା ପାଇଁ ଏବେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧ ପଛରେ ଦୁନିଆ। ଏହି ମାଲେରିଆ ନିରାକରଣ ଔଷଧକୁ ନେବା ପାଇଁ ଅନେକ ଦେଶ ଏବେ ଭାରତକୁ ଅନୁରୋଧ କରିଛନ୍ତି। ହେଲେ ଭାରତର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ କେରଳ କରୋନା ସଂକ୍ରମିତଙ୍କ ଚିକିତ୍ସା ପ୍ଲାଜମା ଥେରାପୀ ମାଧ୍ୟମରେ କରିବାକୁ ଯାଉଛି।

କେରଳରେ ଏଯାବତ ୩୫୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୨୫୯ ଜଣ ଚିକିତ୍ସାଧୀନ ରହିଛନ୍ତି। ସେହିପରି ୯୬ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବାବେଳେ ମାତ୍ର ୨ ଜଣଙ୍କର ମୃତ୍ୟୁ ହୋଇଛି।

କେରଳ ହେଉଛି ପ୍ରଥମ ରାଜ୍ୟ ଯିଏକି କୌଣସି ଔଷଧ ପଛରେ ନପଡି ପ୍ଲାଜମା ଥେରାପୀ ମାଧ୍ୟମରେ ଚିକିତ୍ସା କରିବାକୁ ଯାଉଛି। ମିଡିଆ ରିପୋର୍ଟ ଅନୁଯାୟୀ, ଇଣ୍ଡିଆ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଏଭଳି ଚିକିତ୍ସା ପାଇଁ ପ୍ରାଥମିକ ଭାବରେ ଅନୁମତି ଦେଇଛି। ଏଭଳି ଚିକିତ୍ସା ଶ୍ରୀ ଚିତ୍ରା ତିରୁନଲ ଇନଷ୍ଟିଚ୍ୟୁଟ୍ ଫର୍ ମେଡିକାଲ ସାଇନ୍ସ ଆଣ୍ଡ ଟେକ୍ନୋଲଜି (SCTIMST)  ଦ୍ୱାରା ଆରମ୍ଭ ହେବ।

SCTIMST ଚଳିତ ମାସ ଶେଷ ସୁଦ୍ଧା ଏଭଳି ଚିକିତ୍ସା ଆରମ୍ଭ କରିବାକୁ ଯାଉଛି। ବର୍ତ୍ତମାନ ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ଏବଂ ଏଥିକ୍ସ କମିଟି ପାଖରୁ କ୍ଲିନିକାଲ ପରୀକ୍ଷଣ ଭାବରେ ଚାଲୁ କରିବା ପାଇଁ ଅନୁମୋଦନ ନିଆଯାଉଛି।

SCTIMSTର ନିର୍ଦ୍ଦେଶକ ଡାକ୍ତର ଆଶା କିଶୋର କହିଛନ୍ତି, ଆଇସିଏମଆର ଏବେ କ୍ଲିନିକାଲ୍ ପରୀକ୍ଷା ଭାବରେ ଚଳାଇବା ପାଇଁ ଅନୁମତି ମାଗିଛି। ଚାଇନା ଓ ଆମେରିକାରେ ମଧ୍ୟ କିଛି ସ୍ଥାନରେ ଏଭଳି ଚିକିତ୍ସା ଆପଣାଇ ସଫଳ ହୋଇଛନ୍ତି।

ପ୍ଲାଜମା ଥେରାପୀ, କୋଭିଡ-୧୯ ଆକ୍ରାନ୍ତଙ୍କୁ ଚିକିତ୍ସା କରିବା ପାଇଁ ଏହା ଠିକ୍। କାରଣ ରକ୍ତରେ ଅନେକ ଆଣ୍ଟିବୋଡି ରହିଛି ଯାହାକି ଭାଇରସ ସହିତ ମୁକାବିଲା କରିପାରିବ। ଯେଉଁମାନେ ଅତ୍ୟଧିକ ଅସୁସ୍ଥ ଥିବେ କିନ୍ତୁ ସୁସ୍ଥ ହୋଇଯାଇଥିବେ। ସେମାନଙ୍କ ରକ୍ତ ନମୁନାରେ ଥିବା ରୋଗପ୍ରତିରୋଧକ ଶକ୍ତିକୁ ଆକ୍ରାନ୍ତଙ୍କ ଶରୀରର ରକ୍ତରେ ଇନଫ୍ୟୁଜନ କରାଯାଏ। ତେବେ ଏହାଦ୍ୱାରା ଆଗାମୀ ଦିନରେ କେତେ ଲୋକ ସୁସ୍ଥ ହେବେ ସେ ନେଇ କହିହେବନି ବୋଲି ଡାକ୍ତର ଆଶା କିଶୋର କହିଛନ୍ତି। ତେଣୁ ପ୍ରାଥମିକ ଭାବରେ ଏହି ଥେରାପୀ କ୍ଲିନିକାଲ ହେବ ବୋଲି ସେ କହିଛନ୍ତି।

Related story