Advertisment

ମିଳିତ ଭାବେ ତିନି ଜଣ ରସାୟନ ବିଜ୍ଞାନୀଙ୍କୁ ମିଳିବ ନୋବେଲ୍

ମାଉଙ୍ଗି ଜି. ବାୱେନ୍ଦି, ଲୋଇସ୍ ଇ. ବ୍ରୁସ ଏବଂ ଆଲେକ୍ସି ଏଲ. ଏକିମୋଭଙ୍କୁ ମିଳିବ ନୋବେଲ୍।

ଅଦ୍ୟତନ ହୋଇଛି
Nobel Winner

Nobel Winner

Advertisment

ରସାୟନ ବିଜ୍ଞାନ କ୍ଷେତ୍ରରେ ଉତ୍କୃଷ୍ଠତା ପାଇଁ ମିଳିତ ଭାବେ ତିନି ଜଣ ବୈଜ୍ଞାନିକଙ୍କୁ ମିଳିବ ନୋବେଲ ପୁରସ୍କାର। ମାଉଙ୍ଗି ଜି. ବାୱେନ୍ଦି, ଲୋଇସ୍ ଇ. ବ୍ରୁସ ଏବଂ ଆଲେକ୍ସି ଏଲ. ଏକିମୋଭଙ୍କୁ ମିଳିବ ନୋବେଲ୍। 2023 ବର୍ଷ ପାଇଁ ଏହି ତିନି ରସାୟର ବିଜ୍ଞାନୀ ପାଇବେ ବିଶ୍ୱର ଶ୍ରେଷ୍ଠତମ ନୋବେଲ ସମ୍ମାନ। 

Advertisment

ଏହି ତିନି ବୈଜ୍ଞାନିକଙ୍କୁ ନୋବେଲରେ ସମ୍ମାନିତ କରିବା ନେଇ ରୋୟାଲ ସ୍ୱେଡିଶ ଏକାଡେମି ନିଷ୍ପତ୍ତି ନେଇଛି। କ୍ୱାଣ୍ଟମ ଡଟ୍ସର ଉଦ୍ଧାବନ ଏବଂ ବିଶ୍ଲେଷଣ ପାଇଁ ଏହି ତିନି ବିଶିଷ୍ଟ ବିଜ୍ଞାନୀ ପାଇବେ ନୋବେଲ୍। କ୍ୱାଣ୍ଟମ ଡଟ୍ସ, ନାନୋ-ପାର୍ଟିକଲ୍ସର ଖୁବ୍ କ୍ଷୁତ୍ର ଏବଂ ଏଗୁଡିକର ଆକାର ସେମାନଙ୍କର ଗୁଣ ନିର୍ଣ୍ଣୟ କରେ। ନାନୋଟେକ୍ନୋଲୋଜିର ବ୍ୟବହାରରେ ଏହି କ୍ଷୁଦ୍ର ଉପାଦାନଗୁଡ଼ିକ ଖୁବ୍ ସହାୟକ ହୋଇପାରିଛି ବୋଲି ନୋବେଲ୍ ଘୋଷଣାକାରୀ ଟିମ୍ କହିଛନ୍ତି।

Advertisment

ସେମାନେ ଆହୁରି କହିଛନ୍ତି, କ୍ୱାଣ୍ଚମ ଡଟ୍ସର ଏହି କ୍ଷୁତ୍ର ଉପାଦାନ ଟେଲିଭିଜନ୍ ଏବଂ ଏଲଇଡି ଲ୍ୟାମ୍ପ ଭଳି ନାନୋଟେକ୍ନୋଲୋଜିରେ ଆଲୋକିତ କରିବାରେ ବ୍ୟବହାର କରାଯାଏ। କ୍ୱାଣ୍ଟମ ଡଟ୍ସ ସହାୟତାରେ ଟ୍ୟୁମର ଟିସୁ ଅପସାରଣ କରିବା ସମୟରେ ସର୍ଜନମାନେ ଏତି କ୍ଷୁଦ୍ର ଟିସୁକୁ ମଧ୍ୟ ଦେଖିବାରେ ସଫଳ ହୁଅନ୍ତି। ଭବିଷ୍ୟତରେ ଏହା ଅନେକ କ୍ଷେତ୍ରରେ ସହାୟକ ହୋଇପାରିବ ବୋଲି ନୋବେଲ୍ ଘୋଷଣାକାରୀ କହିଛନ୍ତି।  

ଗତକାଲି ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଥିଲା। ଚଳିତ ବର୍ଷ ମଧ୍ୟ ତିନି ଜଣ ପଦାର୍ଥ ବିଜ୍ଞାନୀଙ୍କୁ ନୋବେଲ୍ ମିଳିବ। ଅକ୍ଟୋବର 10ରେ ନୋବେଲ୍ ପୁରସ୍କାରର ଉଦ୍ଧାବକ ଆଲଫ୍ରେଡ ନୋବେଲଙ୍କ ଜନ୍ମ ବାର୍ଷିକୀ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବ। ନୋବେଲ ବିଜେତାଙ୍କୁ ପୁରସ୍କାର ରାଶି ସ୍ୱରୂପ ୧୦ ନିୟୁତ ସ୍ୱିଡେନ କ୍ରୋନୋର (ପ୍ରାୟ ୯୦୦,୦୦୦ ଡଲାର) ଦିଆଯାଏ। 

Louis E. Brus And Alexei I. Ekimov Moungi G. Bawendi Nobel Prize In Chemistry Nobel Prize 2023 Nobel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe