ଏହି ସବୁ ରୋଗ ଥିଲେ କରୋନା ଆଣିପାରେ ଷ୍ଟ୍ରୋକର ଆଶଙ୍କା

ନୂଆଦିଲ୍ଲୀ: ଆପଣ ସିଗାରେଟ ଟାଣୁଛନ୍ତି କି? ଡାଇବେଟିସରେ ଆକ୍ରାନ୍ତ କି? ଉଚ୍ଚ ରକ୍ତଚାପ ରହିଛି କି? ଯଦି ଏସବୁ ହଁ ତା’ହେଲେ ସତର୍କ ହୋଇଯାଆନ୍ତୁ। କାରଣ କରୋନାରେ ଆକ୍ରାନ୍ତ ହେଲେ ଆପଣ ଏହି ଉପରୋକ୍ତ କାରଣ ପାଇଁ ଷ୍ଟ୍ରୋକର ଶୀକାର ହୋଇପାରନ୍ତି। ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଆମେରିକା, ବ୍ରିଟେନ, ଇଟାଲୀ ଆଦିରେ କରୋନାରେ ମୃତକଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି। ଏକ ଗବେଷଣା ରିପୋର୍ଟ ଅନୁଯାୟୀ ଅଧିକାଂଶ କରୋନା ମୃତକ ସିଗାରେଟ୍ ଟାଣୁଥିଲେ, […]

corona1

Subhransu Sekhar
  • Published: Saturday, 09 May 2020
  • , Updated: 09 May 2020, 04:02 PM IST

ନୂଆଦିଲ୍ଲୀ: ଆପଣ ସିଗାରେଟ ଟାଣୁଛନ୍ତି କି? ଡାଇବେଟିସରେ ଆକ୍ରାନ୍ତ କି? ଉଚ୍ଚ ରକ୍ତଚାପ ରହିଛି କି? ଯଦି ଏସବୁ ହଁ ତା’ହେଲେ ସତର୍କ ହୋଇଯାଆନ୍ତୁ। କାରଣ କରୋନାରେ ଆକ୍ରାନ୍ତ ହେଲେ ଆପଣ ଏହି ଉପରୋକ୍ତ କାରଣ ପାଇଁ ଷ୍ଟ୍ରୋକର ଶୀକାର ହୋଇପାରନ୍ତି।

ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଆମେରିକା, ବ୍ରିଟେନ, ଇଟାଲୀ ଆଦିରେ କରୋନାରେ ମୃତକଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି। ଏକ ଗବେଷଣା ରିପୋର୍ଟ ଅନୁଯାୟୀ ଅଧିକାଂଶ କରୋନା ମୃତକ ସିଗାରେଟ୍ ଟାଣୁଥିଲେ, ଡାଇବେଟିସରେ ଆକ୍ରାନ୍ତ ଥିଲେ ଓ ରକ୍ତଚାପ ଜନିତ ସମସ୍ୟାରେ ଥିଲେ। ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ୁଥିବାରୁ ଏବେ ସତର୍କ ହେବାର ଆବଶ୍ୟକତା ରହିଛି।

ଫୋରଟିସ ଏସକର୍ଟ ହାର୍ଟ ଇନଷ୍ଟିଚ୍ୟୁଟର ଇନଟରଭେନସନାଲ କାର୍ଡିଓଲୋଜିର ନିର୍ଦ୍ଦେଶତ ନୀଶିଥ ଚନ୍ଦ୍ରା ଏହି ସୂଚନା ଦେଇଛନ୍ତି। ଏଚଓ୍ୱାନଏନଓ୍ୱାନ ଭାଇରସ ପାଖରେ ଏଭଳି ଲକ୍ଷଣ ନାହିଁ ହେଲେ କରୋନା ପାଖରେ ଏଭଳି ରହିଛି ବୋଲି ସେ କହିଛନ୍ତି।

ନେଦରଲ୍ୟାଣ୍ଡ ଏବଂ ଫ୍ରାନ୍ସରେ ଗବେଷଣା ହୋଇଥିବା ରିପୋର୍ଟ ଅନୁଯାୟୀ, ଗୁରୁତର ଅସୁସ୍ଥ କରୋନା ରୋଗୀଙ୍କ ମଧ୍ୟରୁ ୨୦ ରୁ ୩୦ ପ୍ରତିଶତଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧିବାରୁ ଷ୍ଟ୍ରୋକ ହେଉଛି। ଯେଉଁଥିପାଇଁ ମୃତ୍ୟୁ ବରଣ କରୁଛନ୍ତି।

ଦିଲ୍ଲୀସ୍ଥିତ ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲର ହୃଦରୋଗ ବିଶେଷଜ୍ଞ ମନୀଷ ଚକ୍ରବର୍ତ୍ତୀ କହିଛନ୍ତି, ଯେଉଁ ବ୍ୟକ୍ତି ଅଧିକ ଧୂମପାନ କରୁଥିବେ, ଡାଇବେଟିସରେ ଆକ୍ରାନ୍ତ ଥିବେ ଓ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ଥିବେ ସେମାନେ ଷ୍ଟ୍ରୋକର ଶିକାର ହୋଇପାରନ୍ତି।

Related story