ପ୍ରତିବର୍ଷ କରୋନା ଭାଇରସ ଆସିପାରେ: ବିଶେଷଜ୍ଞ

ବେଜିଂ: ସାର୍ସ-କୋଭ-୨ରୁ ଉତ୍ପତ୍ତୀ ହୋଇଥିବା କୋଭିଡ-୧୯ ବା କରୋନା ଭାଇରସ ପ୍ରତିବର୍ଷ ଆସିବ। ଏହା ମୂଳପୋଛ ହେବ ନାହିଁ। ପ୍ରତିବର୍ଷ ଏହି ଭୂତାଣୁରେ ୩ ଲକ୍ଷରୁ ୬ ଲକ୍ଷ ୫୦ ହଜାର ଲୋକଙ୍କର ମୃତ୍ୟୁ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆକଳନ କରିଛି। ଚୀନର ପ୍ରମୁଖ ବୈଜ୍ଞାନିକ ମଙ୍ଗଳବାର ଏହା କହିଛନ୍ତି। ଏହା ଋତୁଚକ୍ରରେ ଆସିବ ବୋଲି ଚୀନର ପ୍ରମୁଖ ଗବେଷଣା ସଂସ୍ଥା ତଥା ଇନଷ୍ଟିଚ୍ୟୁଟ ଅଫ୍ ପାଥୋଜେନର ନିର୍ଦ୍ଦେଶକ ଜିନ୍ କି ମଙ୍ଗଳବାର ଏହା […]

corona

Subhransu Sekhar
  • Published: Wednesday, 29 April 2020
  • , Updated: 29 April 2020, 02:15 PM IST

ବେଜିଂ: ସାର୍ସ-କୋଭ-୨ରୁ ଉତ୍ପତ୍ତୀ ହୋଇଥିବା କୋଭିଡ-୧୯ ବା କରୋନା ଭାଇରସ ପ୍ରତିବର୍ଷ ଆସିବ। ଏହା ମୂଳପୋଛ ହେବ ନାହିଁ। ପ୍ରତିବର୍ଷ ଏହି ଭୂତାଣୁରେ ୩ ଲକ୍ଷରୁ ୬ ଲକ୍ଷ ୫୦ ହଜାର ଲୋକଙ୍କର ମୃତ୍ୟୁ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆକଳନ କରିଛି। ଚୀନର ପ୍ରମୁଖ ବୈଜ୍ଞାନିକ ମଙ୍ଗଳବାର ଏହା କହିଛନ୍ତି। ଏହା ଋତୁଚକ୍ରରେ ଆସିବ ବୋଲି ଚୀନର ପ୍ରମୁଖ ଗବେଷଣା ସଂସ୍ଥା ତଥା ଇନଷ୍ଟିଚ୍ୟୁଟ ଅଫ୍ ପାଥୋଜେନର ନିର୍ଦ୍ଦେଶକ ଜିନ୍ କି ମଙ୍ଗଳବାର ଏହା କହିଛନ୍ତି।

ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଲାର୍ଜିର ନିର୍ଦ୍ଦେଶକ ଆନ୍ଥୋନୀ ଫାଉସି ସମେତ ଅନେକ ବୈଜ୍ଞାନିକ କହିଛନ୍ତି, ଶୀତଦିନେ ଏହି କରୋନା ଭାଇରସ୍ ସଂକ୍ରମିତ ହେବାର ସମ୍ଭାବନା ରହିଛି।

ଭାରତର ବିଶେଷଜ୍ଞମାନେ ମଧ୍ୟ ଏହାକୁ ନେଇ ସହମତି ପ୍ରକାଶ କରିଛନ୍ତି। ଏହି ଭାଇରସ ଅଧିକ ଲୋକଙ୍କୁ ସଂକ୍ରମିତ ହୋଇଥିବାରୁ ଏହା ମୂଳପୋଛ ହେବା ଏବେ ସମ୍ଭବ ନୁହେଁ ବୋଲି ଗାନ୍ଧିନଗର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲଥର ନିର୍ଦ୍ଦେଶକ ଡକ୍ଟର ଦିଲୀପ ମାଭାଲାନକର କହିଛନ୍ତି।

Related story