ଭିଟାମିନ୍ ଡି’ କମ୍ ଥିଲେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସମ୍ଭାବନା ଅଧିକ

ନୂଆଦିଲ୍ଲୀ: ଭିଟାମିନ୍ ଡି’ ମଣିଷ ଶରୀରରେ ହ୍ୱାଇଟ୍ ବ୍ଲଡ୍ ସେଲ୍ ଭଳି କାମ କରେ। ହ୍ୱାଇଟ୍ ବ୍ଲଡ ସେଲକୁ ଭିଟାମିନ୍ ଡି’ ନିୟନ୍ତ୍ରଣ କରି ରଖିଥାଏ। ଏହି ଭିଟାମିନ୍ ଶରୀରର ସାଇଟୋକିନସ ନାମକ ସେଲକୁ ବଢ଼ିବାରେ ରୋକିଥାଏ। ସାଧାରଣତଃ କରୋନା ସଂକ୍ରମିତଙ୍କ ଶରୀରରେ ଏହି ସାଇଟୋକିନସ ସେଲ୍ ଅଧିକ ରହିଥାଏ। ତେଣୁ କରୋନା ଆକ୍ରାନ୍ତଙ୍କ ଶରୀରରେ ଯଦି ଭିଟାମିନ୍ ଡି’ କମ୍ ରହିଥିବା ତାହେଲେ ଆକ୍ରାନ୍ତଙ୍କ ମୃତ୍ୟୁ ସମ୍ଭାବନା ଅଧିକ ରହିଛି। ଏକ ଗବେଷଣା ରିପୋର୍ଟରୁ ଏଭଳି […]

vitamin d

Subhransu Sekhar
  • Published: Sunday, 10 May 2020
  • , Updated: 10 May 2020, 08:29 PM IST

ନୂଆଦିଲ୍ଲୀ: ଭିଟାମିନ୍ ଡି’ ମଣିଷ ଶରୀରରେ ହ୍ୱାଇଟ୍ ବ୍ଲଡ୍ ସେଲ୍ ଭଳି କାମ କରେ। ହ୍ୱାଇଟ୍ ବ୍ଲଡ ସେଲକୁ ଭିଟାମିନ୍ ଡି’ ନିୟନ୍ତ୍ରଣ କରି ରଖିଥାଏ। ଏହି ଭିଟାମିନ୍ ଶରୀରର ସାଇଟୋକିନସ ନାମକ ସେଲକୁ ବଢ଼ିବାରେ ରୋକିଥାଏ। ସାଧାରଣତଃ କରୋନା ସଂକ୍ରମିତଙ୍କ ଶରୀରରେ ଏହି ସାଇଟୋକିନସ ସେଲ୍ ଅଧିକ ରହିଥାଏ। ତେଣୁ କରୋନା ଆକ୍ରାନ୍ତଙ୍କ ଶରୀରରେ ଯଦି ଭିଟାମିନ୍ ଡି’ କମ୍ ରହିଥିବା ତାହେଲେ ଆକ୍ରାନ୍ତଙ୍କ ମୃତ୍ୟୁ ସମ୍ଭାବନା ଅଧିକ ରହିଛି। ଏକ ଗବେଷଣା ରିପୋର୍ଟରୁ ଏଭଳି ମତ ପ୍ରକାଶ ପାଇଛି।

ଭିଟାମିନ୍ ଡି’ ଶରୀରରେ କମ୍ ରହିଥିବାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବିଶେଷଜ୍ଞ ଦାବି କରିଛନ୍ତି। ନିକଟରେ ଭିଟାମିନ୍ ଡି’କୁ ନେଇ ଆଉ ଏକ ଗବେଷଣା ରିପୋର୍ଟ ପ୍ରକାଶ ପାଇଥିଲା। ଯେଉଁଥିରେ ଉଲ୍ଲେଖ ରହିଥିଲା ଭିଟାମିନ୍ ଡି’ ପାଇଁ ନିଃଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଦେଖାଦେଉଛି।

ଉଭୟ ଇଟାଲୀ ଏବଂ ସ୍ପେନରେ କରୋନା ସଂକ୍ରମଣରେ ଅଧିକ ମୃତ୍ୟୁ ଘଟିଛି। ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ ଉଭୟ ଦେଶରେ ଭିଟାମିନ୍ ଡି’ର ଅନେକ କ୍ଷମତା ରହିଛି। କାରଣ ଦକ୍ଷିଣ ୟୁରୋପରେ ଅଧିକାଂଶ ବୃଦ୍ଧ ସୂର୍ଯ୍ୟ କିରଣଠାରୁ ଦୂରରେ ରୁହନ୍ତି। ହେଲେ ଉତ୍ତର ୟୁରୋପରେ ସର୍ବାଧିକ ଭିଟାମିନ୍ ଡି’ ସ୍ତର ରହିଛି। ଭିଟାମିନ୍ ଡି’ ଟାବଲେଟ ସହିତ ଲିଭର ଓଏଲ ଖାଇବା କାରଣରୁ ଉତ୍ତର ୟୁରୋପର ଲୋକଙ୍କ ପାଖରେ ସର୍ବାଧିକ ଭିଟାମିନ୍ ଡି’ ରହିଛି।

ଆମେରିକାରେ କରୋନାରେ ସର୍ବାଧିକ ମୃତ୍ୟୁ ସ୍ପେନ୍ ଏବଂ ଇଟାଲୀରେ ହୋଇଛି। ସ୍ସେନରେ ୨୬,୬୨୧ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ ଇଟାଲୀରେ ୩୦,୩୯୫ ଜଣଙ୍କର ମୃତ୍ୟୁ ଘଟିଛି।

Related story