ଯଦି କରୋନାର ଟୀକା ନବାହାରିବ ତା'ହେଲେ କ'ଣ ହେବ?

ଲଣ୍ଡନ: ମହାମାରୀ କରୋନା ସହିତ ଲଢ଼େଇ କରୁଛି ବିଶ୍ୱ। ସମଗ୍ର ବିଶ୍ୱର ବୈଜ୍ଞାନିକମାନେ ଭ୍ୟାକସିନ୍ (ଟୀକା) ବାହାର କରିବାକୁ ଗବେଷଣା ଚଳାଇଛନ୍ତି। କିଛି ଦେଶ କ୍ଲିନିକାଲ ଟେଷ୍ଟରେ ସଫଳ ହୋଇଛନ୍ତି, ଆଉ କିଛି ଗବେଷଣା ଜାରି ରଖିଛନ୍ତି। ଏହାରି ଭିତରେ ପ୍ରଶ୍ନ ଉଠିଛି ଯଦି ଟୀକା ନମିଳିବ ତା’ହେଲେ ସମାଜ କେମିତି ଆଗକୁ ଯିବ? ସିଏନ୍ଏନ୍ ଟିଭି ଚ୍ୟାନେଲରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି କରୋନା ଟୀକା ଉପଲବ୍ଧ ନହୁଏ, ତାହେଲେ […]

corona

Subhransu Sekhar
  • Published: Monday, 04 May 2020
  • , Updated: 04 May 2020, 06:23 PM IST

ଲଣ୍ଡନ: ମହାମାରୀ କରୋନା ସହିତ ଲଢ଼େଇ କରୁଛି ବିଶ୍ୱ। ସମଗ୍ର ବିଶ୍ୱର ବୈଜ୍ଞାନିକମାନେ ଭ୍ୟାକସିନ୍ (ଟୀକା) ବାହାର କରିବାକୁ ଗବେଷଣା ଚଳାଇଛନ୍ତି। କିଛି ଦେଶ କ୍ଲିନିକାଲ ଟେଷ୍ଟରେ ସଫଳ ହୋଇଛନ୍ତି, ଆଉ କିଛି ଗବେଷଣା ଜାରି ରଖିଛନ୍ତି। ଏହାରି ଭିତରେ ପ୍ରଶ୍ନ ଉଠିଛି ଯଦି ଟୀକା ନମିଳିବ ତା’ହେଲେ ସମାଜ କେମିତି ଆଗକୁ ଯିବ?

ସିଏନ୍ଏନ୍ ଟିଭି ଚ୍ୟାନେଲରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି କରୋନା ଟୀକା ଉପଲବ୍ଧ ନହୁଏ, ତାହେଲେ ସମାଜକୁ କରୋନା ଭାଇରସ ସହିତ ଆଗକୁ ଯିବାକୁ ହେବ। ଶାରୀରିକ ଦୂରତା, ସାମାଜିକ ଦୂରତା ନିୟମକୁ ପାଳନ କରି ବିଶ୍ୱବାସୀ ଆଗକୁ ବଢ଼ିବାକୁ ପଡ଼ିବ। ସମଗ୍ର ବିଶ୍ୱରେ ଏହି ଭାଇରସ ପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ମୃତ୍ୟୁ ବରଣ କରିପାରନ୍ତି।

ଲଣ୍ଡନର ଇମ୍ପେରିଆଲ୍ କଲେଜର ଗ୍ଲୋବାଲ୍ ହେଲଥର ପ୍ରଫେସର ଡେଭିଡ ନାବାରୋ ସିଏନଏନ ସହିତ ଆଲୋଚନା କରିବା ବେଳେ କହିଛନ୍ତି, କରୋନା ଭାଇରସ ସାରା ବିଶ୍ୱରେ ଜୀବିତ ରହିଛି। ଯାହାର ଟୀକା ଏଯାବତ ବାହାରି ପାରିନି। ତେଣୁ ଟୀକା ଉପଲବ୍ଧ ହେବ ବୋଲି କହିହେବନି। ଯଦି ଟୀକା ମିଳିଲା, ତେବେ ଅନେକ ପରୀକ୍ଷା ନୀରିକ୍ଷା ହେବା ପରେ ମଣିଷ ଏହାକୁ ବ୍ୟବହାର କରିବ। ଏହା ପୂର୍ବରୁ ଏଚଆଇଭି କିମ୍ୱା ମ୍ୟାଲେରିଆ ପାଇଁ ଟୀକା ବାହାରି ପାରିନି ବୋଲି ସେ କହିଛନ୍ତି। ତେଣୁ ଏବେ କରୋନା ପାଇଁ ଟୀକା ବାହାରିବା ଏତେଟା ସହଜ ନୁହେଁ ବୋଲି ସେ କହିଛନ୍ତି।

୧୯୮୪ ରେ ଆମେରିକାର ସ୍ୱାସ୍ଥ୍ୟମନ୍ତ୍ରୀ ମାର୍ଗେଟ୍ ହେକଲର ୱାଶିଂଟନରେ ସାମ୍ବାଦିକ ସମ୍ମିଳନୀ କରି ବୈଜ୍ଞାନିକମାନେ ଏକ ନୂତନ ପ୍ରକାରର ଭାଇରସ ଚିହ୍ନଟ କରିଛନ୍ତି ବୋଲି କହିଥିଲେ। ପରେ ଏହି ଭାଇରସର ନାମ ଏଚ୍.ଆଇ.ଭି ନାମକରଣ କରାଯାଇଛି। ସେହି ସମୟରେ କୁହାଯାଇଥିଲା ଆଗାମୀ ଦୁଇ ବର୍ଷ ମଧ୍ୟରେ ଏଚଆଇଭି ପାଇଁ ଟୀକା ବାହାରିବ। ଏଯାବତ ଏହି ଏଚଆଇଭି ଭାଇରସରେ ୨୦ ନିୟୁତରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ହେଲେ ଏଚଆଇଭି ଟୀକା ଏଯାବତ ଆବିଷ୍କୃତ ହୋଇ ପାରିନାହିଁ ବୋଲି ସେ କହିଛନ୍ତି।

Related story