କରୋନା ଭ୍ୟାକସିନ୍ ବାହାରିନି, ଔଷଧ ଉପରେ ଗୁରୁତ୍ୱ ଦେଉଛନ୍ତି ବିଭିନ୍ନ ଦେଶ

ନୂଆଦିଲ୍ଲୀ: କରୋନା ଭାଇରସର ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ଦେଶ ଏବେ ଭ୍ୟାକସିନ୍ ଉପରେ ଗବେଷଣା କରୁଛନ୍ତି। ଏଯାବତ ୧୫୯ଟି ଭ୍ୟାକସିନର ପରୀକ୍ଷା ଚାଲିଛି। ହେଲେ ଏଯାବତ ସଫଳ ମିଳିନି। ଭ୍ୟାକସିନ୍ ସଫଳ ହେବାକୁ ସର୍ବନିମ୍ନ ବର୍ଷେ ଲାଗିବ। ତେଣୁ ଏହା ପୂର୍ବରୁ ଔଷଧ ଉପରେ ଗୁରୁତ୍ୱ ଦେଉଛନ୍ତି ବିଭିନ୍ନ ଦେଶ। ଆମେରିକାର ୟୁଏସ୍ ଫୁଡ୍ ଆଣ୍ଡ୍ ଡ୍ରଗ ଆଡମିନିଷ୍ଟ୍ରେସନ (ଏଫଡିଏ) କିଛି ସର୍ତ୍ତ ସହିତ କ୍ଲୋରୋକୁଇନ୍ ଏବଂ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧକୁ କରୋନା ଆକ୍ରାନ୍ତଙ୍କ ଶରୀରରେ ପ୍ରୟୋଗ […]

corona

Subhransu Sekhar
  • Published: Friday, 22 May 2020
  • , Updated: 22 May 2020, 10:51 PM IST

ନୂଆଦିଲ୍ଲୀ: କରୋନା ଭାଇରସର ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ଦେଶ ଏବେ ଭ୍ୟାକସିନ୍ ଉପରେ ଗବେଷଣା କରୁଛନ୍ତି। ଏଯାବତ ୧୫୯ଟି ଭ୍ୟାକସିନର ପରୀକ୍ଷା ଚାଲିଛି। ହେଲେ ଏଯାବତ ସଫଳ ମିଳିନି। ଭ୍ୟାକସିନ୍ ସଫଳ ହେବାକୁ ସର୍ବନିମ୍ନ ବର୍ଷେ ଲାଗିବ। ତେଣୁ ଏହା ପୂର୍ବରୁ ଔଷଧ ଉପରେ ଗୁରୁତ୍ୱ ଦେଉଛନ୍ତି ବିଭିନ୍ନ ଦେଶ।

ଆମେରିକାର ୟୁଏସ୍ ଫୁଡ୍ ଆଣ୍ଡ୍ ଡ୍ରଗ ଆଡମିନିଷ୍ଟ୍ରେସନ (ଏଫଡିଏ) କିଛି ସର୍ତ୍ତ ସହିତ କ୍ଲୋରୋକୁଇନ୍ ଏବଂ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧକୁ କରୋନା ଆକ୍ରାନ୍ତଙ୍କ ଶରୀରରେ ପ୍ରୟୋଗ କରିବାକୁ କୁହାଯାଉଥିବା ଜଣାପଡ଼ିଛି। ଏହି ଦୁଇ ଔଷଧକୁ ଏକାଠି ଖାଇବାକୁ ଆମେରିକାରେ ପରାମର୍ଶ ଦିଆଯାଉଛି ନଚେତ ଆଜିଥ୍ରୋମାୟସିନ କରୋନା ଆକ୍ରାନ୍ତଙ୍କୁ ଖାଇବାକୁ କୁହାଯାଉଥିବା ଜଣାପଡ଼ିଛି। ଏହି ଔଷଧ କିଛି ଆକ୍ରାନ୍ତଙ୍କ ଶକୀରରେ ପ୍ରୟୋଗ କରାଯାଉଥିବା ଜଣାପଡ଼ିଛି। କାରଣ ଏହି ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ରହିଛି।

ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଲାର୍ଜି ଆଣ୍ଡ୍ ଇନଫେକସନ ଡିଜିଜ୍ (ଏନଆଇଏଆଇଡି) ରେମଡେସିଭି ଔଷଧ ଉପରେ ଗବେଷଣା କରୁଛି। ଏହି ଔଷଧକୁ ଆମେରିକାର ଫାର୍ମା କମ୍ପାନୀ ଗିଲେଡ ଏହାକୁ ବିକାଶିତ କରିଛି। ରେମଡେସିଭି ସହିତ ବାରସିଟିନିଭ୍ ଔଷଧକୁ ମିଶାଇ ଆକ୍ରାନ୍ତଙ୍କୁ ଖାଇବାକୁ ପଡ଼ିବ। ଏବେ ଏହାର ପରୀକ୍ଷା ହେଉଛି।

ସେହିଭଳୀ ଚୀନ୍ ସରକାର ଫଭିଲାଭିର ଔଷଧକୁ କରୋନା ମୁକାବିଲା ପାଇଁ ଅନୁମତି ଦେଇଛି। ଏହି ଔଷଧରେ କମ୍ ପାର୍ଶ୍ୱ ପ୍ରତିକ୍ରିୟା ରହିଥିବା ବେଳେ କରୋନା ମୁକାବିଲାରେ ଏହା ଅଧିକ ଫଳପ୍ର ଦେଉଛି ବୋଲି ଚୀନର ନ୍ୟାଶନାଲ୍ ମେଡିକାଲ ପ୍ରଡକ୍ଟସ ପକ୍ଷରୁ କୁହାଯାଇଛି।

ଫ୍ରାନ୍ସ ଆରିଥିରିଟିସ ଡ୍ରଗ ଟୋସିଲିଜୁଆମ୍ୱ, ବାଂଲାଦେଶ ଲିଭରେମମେକଟିନ୍ ସହିତ ଡକ୍ସିସାଇକ୍ଲିନ୍ ଏବଂ ଜାପାନ୍ ଫାଭିପିରଭିର ଔଷଧ କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ବ୍ୟବହାର କରୁଥିବା ଜଣାପଡ଼ିଛି।

Related story