ଆପଣ କେମିତିକା ସେଓ ଖାଉଛନ୍ତି, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):କ୍ୟାମେରା ଫ୍ରେମ୍‌ରୁ ବର୍ତ୍ତିବା ଏତେ ସହଜ ନୁହେଁ। କୌଣସି କଳାକାରନାମାକୁ ଆପଣ ଆଉ ଲୁଚାଇପାରିବେ ନାହିଁ। କାରଣ ଆପଣଙ୍କୁ କେଉଁଠି ନା କେଉଁଠି କ୍ୟାମେରା ଫଲୋ କରୁଥିବ। ଏବେ ତ ସ୍ମାର୍ଟ ଫୋନ୍‌ ଓ ସୋଶାଲ ମିଡିଆର ଜମାନା। ଆଉ ଏହା ହେଉଛି ଲୋକଙ୍କ ପାଖରେ ପହଞ୍ଚିବାର ସବୁଠୁ ସହଜ ମାଧ୍ୟମ। ଏବେ ହେଉଛି ଭାଇରାଲ ଯୁଗ। ଆପଣ ଅନେକ ଭାଇରାଲ ଭିଡିଓ ଦେଖିଥିବେ। ଆଜି ମଧ୍ୟ ଆମେ ଆପଣଙ୍କୁ ସେମିତି ଏକ ଭିଡିଓ […]

111

Tapas Behera
  • Published: Wednesday, 26 September 2018
  • , Updated: 26 September 2018, 07:50 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):କ୍ୟାମେରା ଫ୍ରେମ୍‌ରୁ ବର୍ତ୍ତିବା ଏତେ ସହଜ ନୁହେଁ। କୌଣସି କଳାକାରନାମାକୁ ଆପଣ ଆଉ ଲୁଚାଇପାରିବେ ନାହିଁ। କାରଣ ଆପଣଙ୍କୁ କେଉଁଠି ନା କେଉଁଠି କ୍ୟାମେରା ଫଲୋ କରୁଥିବ। ଏବେ ତ ସ୍ମାର୍ଟ ଫୋନ୍‌ ଓ ସୋଶାଲ ମିଡିଆର ଜମାନା। ଆଉ ଏହା ହେଉଛି ଲୋକଙ୍କ ପାଖରେ ପହଞ୍ଚିବାର ସବୁଠୁ ସହଜ ମାଧ୍ୟମ।

ଏବେ ହେଉଛି ଭାଇରାଲ ଯୁଗ। ଆପଣ ଅନେକ ଭାଇରାଲ ଭିଡିଓ ଦେଖିଥିବେ। ଆଜି ମଧ୍ୟ ଆମେ ଆପଣଙ୍କୁ ସେମିତି ଏକ ଭିଡିଓ ଦେଖାଇବୁ ଯାହାକୁ ଦେଖିଲେ ଆପଣଙ୍କ ହୋସ୍ ଉଡ଼ିଯିବ।

ଆପଣ ନିଶ୍ଚିନ୍ତ ସେଓ ଖାଉଥିବେ ଆଉ ପିଲାମାନଙ୍କୁ ଖୁଆଉଥିବେ। ହେଲେ ଏହି ସେଓକୁ ବିକି ପେଟ ପୋଷୁଥିବା ପିଲାଟିଏ କେମିତି ଉପଭୋକ୍ତାଙ୍କ ସହ ବିଶ୍ୱାସଘାତକତା କରୁଛି ତାହା ଦେଖନ୍ତୁ। ପିଲାଟିର ବୟସ ପ୍ରାୟ ୧୬ରୁ ୧୭ ହେବ ବୋଲି ଅନୁମାନ କରାଯାଉଛି। ପିଲାଟି ଏକ ଠେଲାଗାଡ଼ିରେ ସେଓ ବିକୁଥିବା ବେଳେ ଏହାକୁ ସେ ଡ୍ରେନ୍‌ପାଣିରେ ଧୋଉଛି । ଏହି ଫଳ ଖାଇବା ଦ୍ୱାରା ନିଶ୍ଚୟ ଯାବତୀୟ ରୋଗ ହେବାର ଆଶଙ୍କା ରହିଛି। ହେଲେ ସେଥିପ୍ରତି ତା’ର ଧ୍ୟାନ ନାହିଁ। ସମ୍ଭବତଃ ପିଲାଟି ଏହାକୁ ତା’ ବାପା କି ବଡ଼ ଭାଇ ପାଖରୁ ଶିଖିଥିବ।

Related story