Advertisment

ବାପାଙ୍କ ହାତରେ ଥିଲା ୬ ମାସ, ମରଣ ମୁହଁରୁ ଫେରାଇ ଆଣିଲା ପୁଅ

ପରିବାର ଆଗ, ବାକି ସବୁ ପଛ। ଅନିଶ୍ଚିତ ଜୀବନ ମଧ୍ୟରେ ପରିବାର ହିଁ ଏକମାତ୍ର ସତ। ଖୁବ୍‌ କମ୍‌ ବୟସରୁ ଏପରି ସତ୍ୟକୁ ହୃଦୟଙ୍ଗମ କରିପାରିଥିବା ଜଣେ ଯୁବକ ସୋଶାଲ ମିଡିଆରେ ନିଜ ଅନୁଭୂତି ବାଣ୍ଟିବା ପରେ ଏହା ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଦୁନିଆରେ ବାପାମା’ଙ୍କୁ ପିଲାମାନେ ହତାଦର କରୁଥିବା ବହୁତ ଖବର ଶୁଣିବାକୁ ମିଳୁଥିବା ବେଳେ ବାପାମା’ଙ୍କ ପାଇଁ ପିଲା ନିଜ ଜୀବନ ବାଜିରେ ଲଗାଇବା ଘଟଣା ବି ସାମନାକୁ ଆସୁଛି। ନିଜ […]

ଅଦ୍ୟତନ ହୋଇଛି
ବାପାଙ୍କ ହାତରେ ଥିଲା ୬ ମାସ, ମରଣ ମୁହଁରୁ ଫେରାଇ ଆଣିଲା ପୁଅ

father-son

Advertisment

ପରିବାର ଆଗ, ବାକି ସବୁ ପଛ। ଅନିଶ୍ଚିତ ଜୀବନ ମଧ୍ୟରେ ପରିବାର ହିଁ ଏକମାତ୍ର ସତ। ଖୁବ୍‌ କମ୍‌ ବୟସରୁ ଏପରି ସତ୍ୟକୁ ହୃଦୟଙ୍ଗମ କରିପାରିଥିବା ଜଣେ ଯୁବକ ସୋଶାଲ ମିଡିଆରେ ନିଜ ଅନୁଭୂତି ବାଣ୍ଟିବା ପରେ ଏହା ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

Advertisment

ଦୁନିଆରେ ବାପାମା’ଙ୍କୁ ପିଲାମାନେ ହତାଦର କରୁଥିବା ବହୁତ ଖବର ଶୁଣିବାକୁ ମିଳୁଥିବା ବେଳେ ବାପାମା’ଙ୍କ ପାଇଁ ପିଲା ନିଜ ଜୀବନ ବାଜିରେ ଲଗାଇବା ଘଟଣା ବି ସାମନାକୁ ଆସୁଛି। ନିଜ ପିତାଙ୍କ ଲିଭର ଖରାପ ହୋଇ ଯାଇଥିବା ବେଳେ ତାଙ୍କ ଜୀବନ ବଞ୍ଚାଇବାକୁ ପୁଅ ନିଜ ଲିଭର ଦାନ କରିବାକୁ ପଛାଇ ନାହିଁ। ବାପା ହାତରେ ମାତ୍ର ୬ ମାସ ଥିବା ବେଳେ ପୁଅ ନିଜ ଲିଭରର ୬୫ ପ୍ରତିଶତ ଦାନ କରି ତାଙ୍କ ମୁହଁରେ ହସ ଫୁଟାଇ ପାରିଛି।

ଯୁବକ ଜଣଙ୍କ କହିଛନ୍ତି, “ମୋ ବାପା କେବେବି ସିଗାରେଟ କିମ୍ବା ମଦକୁ ହାତ ଲଗାଇ ନ ଥିଲେ। ହେଲେ ତାଙ୍କ ଲିଭର ଖରାପ ହୋଇଯାଇଥିବା ଖବର ଶୁଣି ଘରେ ସମସ୍ତଙ୍କ ପାଦ ତଳୁ ଯେପରି ମାଟି ଖସିଗଲା।  ହଠାତ୍‌ ହସଖୁସିର ପରିବାରରେ ଛାଇଗଲା କଳା ବାଦଲ।  ଡୋନର ନ ମିଳିଲେ ତାଙ୍କ ନିକଟରେ ମାତ୍ର ୬ ମାସ ଅଛି ବୋଲି ଡାକ୍ତର ଶୁଣାଇଦେଲେ।

Advertisment

ଏହା ଶୁଣି ବାପା କହିଲେ, ମୁଁ ମରିବାକୁ ଚାହୁଁନି। ମୁଁ ତୁମକୁ ଗ୍ରାଜୁଏଟ  ଭାବେ ଦେଖିବାକୁ ଚାହୁଁଛି। ବାପାଙ୍କ ଏପରି ଅବସ୍ଥା ଦେଖି ମୁଁ ନିଜକୁ ଖୁବ୍‌ ଅସହାୟ ମନେ କଲେ। ଏହି ଖବର ଯୋଗୁ ଘରର ସମସ୍ତଙ୍କୁ ଏକ ପ୍ରକାର ଶକ୍ତ ଧକ୍କା ଲାଗିଥିଲା।

[caption id="attachment_681617" align="aligncenter" width="650"]father-son ଲିଭର ଡୋନେଟ କରିସାରିବା ପରେ ବାପାଙ୍କ ସହ ପୁଅ।[/caption]

ଏହି ସମୟରେ କୋଭିଡ ଦ୍ୱିତୀୟ ଲହର ଯୋଗୁ ମୁଁ ଏଥିରେ ଆକ୍ରାନ୍ତ ହୋଇଥିଲି। ଆଇସୋଲେସନରେ ଥିବା ବେଳେ ଖୁବ୍‌ କାନ୍ଦିଥିଲି। କାରଣ ବାପାଙ୍କୁ ମୋର ଆବଶ୍ୟକତା ଥିବା ବେଳେ ମୁଁ ତାଙ୍କ ନିକଟକୁ ଯାଇପାରୁ ନ ଥିଲି। ଏହି ସମୟରେ ମନୋବଳ ବଢ଼ାଇବାକୁ ମୁଁ ତାଙ୍କ ସହ ଅନଲାଇନ୍‌ରେ ଲୁଡୋ ଖେଳି ଜାଣିଶୁଣି ହାରୁଥିଲି।

ମୁଁ କୋଭିଡରୁ ହାରିବା ପରେ ବାପା ଏହା କବଳରେ ପଡ଼ିଗଲେ। ତାଙ୍କୁ ନିୟମିତ ମେଡିକାଲ ନେବାକୁ ପଡ଼ୁଥିବା ବେଳେ ତାଙ୍କ କଷ୍ଟ ଆଉ ସହିବା ପରିସ୍ଥିତିରେ ନ ଥିଲି। ଶେଷରେ ମୁଁ ମୋ ବାପାଙ୍କୁ ଲିଭର ଡୋନେଟ କରିବାକୁ ଚାହୁଁଥିବା ପରିବାର ଲୋକଙ୍କୁ ଜଣାଇଲି।

ଭାଗ୍ୟବଶତଃ ମୋ ଲିଭର ବାପାଙ୍କ ସହ ମ୍ୟାଚ କରିଗଲା। ହେଲେ ଏଥିନିମନ୍ତେ କିଛି ଦିନ ଏକ୍ସରସାଇଜ କରିବାକୁ କୁହାଗଲା। ଡାକ୍ତରଙ୍କ ତତ୍ତ୍ୱାବଧାନରେ  ରହିବା ପରେ ମୁଁ ଲିଭର ଡୋନେଟ କରିବା ପାଇଁ ପୂରା ଫିଟ୍‌ ହୋଇଗଲି। ହେଲେ ଏହା ଶୁଣି ବାପା ଭାଙ୍ଗି ପଡ଼ିଲେ।  ଭବିଷ୍ୟତରେ ମୋର କ’ଣ ଅସୁବିଧା ହେବ ଭାବି ସେ ରାଜି ହେଲେନି।

ହେଲେ ତୁମ ଲଢେଇ ମୋର ବି ଲଢେଇ । ଆଉ ଆମେ ହାରିବା ଲୋକ ନୁହେଁ ବୋଲି ତାଙ୍କୁ କହିବାକୁ ତାଙ୍କ ମନରେ ବିଶ୍ୱାସ ଜନ୍ମିଲା। ସର୍ଜରୀର ଦୁଇ ଦିନ ପୂର୍ବରୁ ମୋର ଗ୍ରାଜୁଏସନ୍‌ ରେଜଲ୍ଟ ବାହାରିଲା ଓ ମୁଁ ସେଥିରେ ଭଲ ମାର୍କ ରଖିଥିଲି। ଏହା ଦେଖି ବାପାଙ୍କୁ ଖୁବ୍‌ ଶାନ୍ତି ମିଳିଥିଲା।

ଏହାପରେ ସର୍ଜରୀ ପାଇଁ ଆମ ୨ ଜଣଙ୍କୁ ନିଆଗଲା। ଏଥିନିମନ୍ତେ ବାପା ରଖିଥିବା ୨୦ ଲକ୍ଷ ଟଙ୍କା ପୁଞ୍ଜି ଲାଗିଥିଲା  । ମୋ ହୋସ୍‌ ଆସିବା ପରେ ଡାକ୍ତର ମୋତେ ଦେଖି ହସିଥିଲେ। ଏଥିସହ ତୁମେ ତୁମ ବାପାଙ୍କୁ ବଞ୍ଚାଇ ଦେଇଥିବା କହିଲେ। ଏହାପର ମନ ଖୁବ୍‌ ହାଲକା ଲାଗିଲା। ଠିକ୍‌ ହେବା ପ୍ରକ୍ରିୟା ବି ଆମେ ଦୁହେଁ ସାଥୀ ହୋଇ ଆରମ୍ଭ କଲୁ। ୨ ଜଣ ହ୍ୱିଲ ଚେୟାରରେ ବସିଲୁ। ଏହି ସମୟରେ ଖୁବ୍‌ ଲୁଡୋ ଖେଳିଲୁ। ଏବେ ପରିବାରର ସମସ୍ତେ ଖୁବ୍‌ ଖୁସିରେ ଥିବା କହିବା ସହ ପରିବାରର ମହତ୍ତ୍ୱ ବୁଝିବାକୁ ଯୁବପିଢ଼ିଙ୍କୁ ଜଣାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe