Advertisment

ୟୁଜିସି ଓ ଏନସିଟିଇ ତାଲିକାରେ ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟର ନାଁ ନାହିଁ

ଯାହାକୁ ନେଇ ଛାତ୍ରଛାତ୍ରୀ ଦ୍ୱନ୍ଦ୍ୱରେ ରହିବା ସହ ସେମାନଙ୍କୁ ସାର୍ଟିଫିକେଟ୍ କିଏ ଦେବ ବୋଲି ପ୍ରଶ୍ନ କରିଛନ୍ତି।

Khallikote University

Khallikote University

Advertisment

ୟୁନିଭର୍ସିଟି ହେବାର ୨୧ ମାସ ପରେ ବି ୟୁଜିସି କିମ୍ବା ଏନସିଟିଇ ତାଲିକାରେ ନାହିଁ ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟର ନାଁ। ଏପରିକି ଏନସିଟିଇ ତାଲିକାରେ ଏବେ ବି ଖଲିକୋଟ ଅଟୋନମସ କଲେଜ ବୋଲି ଉଲ୍ଲେଖ ରହିଛି। ଯାହାକୁ ନେଇ ଛାତ୍ରଛାତ୍ରୀ ଦ୍ୱନ୍ଦ୍ୱରେ ରହିବା ସହ ସେମାନଙ୍କୁ ସାର୍ଟିଫିକେଟ୍ କିଏ ଦେବ ବୋଲି ପ୍ରଶ୍ନ କରିଛନ୍ତି। କେବଳ ସେତିକି ନୁହେଁ ଏପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ୍ କିମ୍ବା ଏକାଡେମିକ୍ କାଉନସିଲ ବି ଗଠନ ହୋଇ ନପାରିବା ମଧ୍ୟ ନାନା ପ୍ରଶ୍ନକୁ ଠିଆ କରିଛି।

Advertisment

ଖଲିକୋଟ ସ୍ୱୟଂଶାସିତ କଲେଜ ନା ଖଲିକୋଟ ବିଶ୍ୱବିଦ୍ୟାଳୟ? କାରଣ ୧୮୭୮ ମସିହାରେ ପ୍ରତିଷ୍ଠିତ ଦକ୍ଷିଣ ଓଡ଼ିଶାର ଅନ୍ୟତମ ଶିକ୍ଷା ପ୍ରାଣକେନ୍ଦ୍ର ଭାବେ ପରିଚିତ ଏଇ ଶିକ୍ଷାନୁଷ୍ଠାନରେ ପ୍ରଥମ ସ୍ୱୟଂ ଶାସିତ ମହିବିଦ୍ୟାଳୟର ଟ୍ୟାଗ୍ ଲାଗିଲା। ପରେ ୨୦୧୬ରେ ଏହାକୁ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ କରାଯାଇ ପରେ ମାନ୍ୟତା ହଟାଇ ଦିଆଗଲା। ୨୦୨୧ ଅଗଷ୍ଟ ୧ ତାରିଖରୁ ରାଜ୍ୟ ସରକାର ଏହାକୁ ଏକକ ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କଲେ।

ନାମଫଳକ ବଦଳିଲା। କୁଳପତି ନିଯୁକ୍ତ ହେଲେ। କିନ୍ତୁ ଏହା ଭିତରେ ୟୁନିଭର୍ସିଟି ଗଠନକୁ ଦୁଇ ବର୍ଷ ହେବାକୁ ଯାଉଥିଲା ବେଳେ, ଛାତ୍ରଛାତ୍ରୀଙ୍କ ଅଭିଯୋଗ ନା ଖଲିକୋଟ ବିଶ୍ବବିଦ୍ୟାଳୟକୁ ଏଯାଏଁ ୟୁଜିସି ସ୍ବୀକୃତି ମିଳିଛି, ନା ଏନ୍ସିଟିଇ ବା ନ୍ୟାସନାଲ କାଉନସିଲ ଫର ଟିଚର ଏଜୁକେନ୍ ତାଲିକାରେ ୟୁନିଭର୍ସିଟିର ନାଁ ଅଛି। ଏପରିକି ଏନସିଟିଇ ତାଲିକାରେ ଏବେ ବି ଖଲିକୋଟ ଅଟୋନମସ୍ କଲେଜ୍ ଉଲ୍ଲେଖ ରହିଛି। ତେଣୁ ଏଠୁ ଉତ୍ତୀର୍ଣ୍ଣ ହେଲା ପରେ ସେମାନଙ୍କୁ ସାର୍ଟିଫିକେଟ୍ କିଏ ଦେବ, ସେଇ ସାର୍ଟିଫିକେଟର ମାନ୍ୟତା କଣ ରହିବ ଏସବୁ ପ୍ରଶ୍ନର ଉତ୍ତରକୁ ନେଇ ଆଶଙ୍କାରେ ଛାତ୍ରଛାତ୍ରୀ।

Advertisment

ଶିକ୍ଷାବିତଙ୍କ କହିବା ଅନୁଯାୟୀ, ୟୁନିଭର୍ସିଟି ହେବା ସଙ୍ଗେ ସଙ୍ଗେ ପ୍ରାଶାସନିକ ପରିଚାଳନା ଏବଂ ପାଠ୍ୟକ୍ରମ ଅନୁମୋଦନ ଲାଗି ସିଣ୍ଡିକେଟ୍ ଗଠନଠୁ ନେଇ ଏକାଡେମିକ୍ କାଉନ୍ସିଲ୍ ଭଳି ଷ୍ଟାଚ୍ୟୁଟୋରୀ ବଡି ଗଠନ ହେବା କଥା। ହେଲେ ଏଯାଏଁ ଏଇ ପ୍ରାଥମିକତାକୁ ବି କାହିଁକି ପୂରଣ କରାଯାଇ ନାହିଁ ଏବଂ ସମସ୍ୟା କେଉଁଠି ରହୁଛି, ତାକୁ ନେଇ ପ୍ରଶ୍ନ ଉଠିଛି।

କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି କହିଛନ୍ତି, ଏସବୁ ପାଇଁ ଉଦ୍ୟମ ଚାଲିଛି। ଖୁବ ଶୀଘ୍ର ଏକାଡେମିକ୍ କାଉନସିଲ ବି ଗଠନ ହେଇଯିବ। ଏହା ଏକ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇସାରିଛି, ଏବଂ ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ହିଁ ସାର୍ଟିଫିକେଟ୍ ମିଳିବ।

Ganjam Government Of Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe