ପ୍ରଥମ କ୍ୟାପଟେନ୍ ଭାବେ ଏହି ରେକର୍ଡର ଅଧିକାରୀ ହେଲେ ଧୋନି

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗସ (ସିଏସକେ) ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଇପିଏଲରେ ନିଜ ନାମରେ ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି। ଧୋନି ଆଇପିଏଲ ଇତିହାସରେ ୧୦୦ତମ ବିଜୟ ହାସଲ କରିବାରେ ପ୍ରଥମ ଅଧିନାୟକ ହୋଇଛନ୍ତି। ଆଇପିଏଲରେ ସର୍ବାଧିକ ମ୍ୟାଚ୍ ଜିତିବାର ରେକର୍ଡ ଏବେ ଧୋନିଙ୍କ ନାମରେ ହୋଇଯାଇଛି। ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ଧୋନି ଆଇପିଏଲରେ ମୋଟ ୧୬୬ ମ୍ୟାଚରେ ନେତୃତ୍ୱ ନେଇଛନ୍ତି। ଏଥିରେ ୧୦୦ ବିଜୟ ସହ ସବୁଠାରୁ ଆଗରେ ଅଛନ୍ତି। […]

dhoni1

dhoni1

Ranjit Kumar Jena
  • Published: Friday, 12 April 2019
  • Updated: 12 April 2019, 05:24 PM IST

Sports

Latest News

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗସ (ସିଏସକେ) ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଇପିଏଲରେ ନିଜ ନାମରେ ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି। ଧୋନି ଆଇପିଏଲ ଇତିହାସରେ ୧୦୦ତମ ବିଜୟ ହାସଲ କରିବାରେ ପ୍ରଥମ ଅଧିନାୟକ ହୋଇଛନ୍ତି। ଆଇପିଏଲରେ ସର୍ବାଧିକ ମ୍ୟାଚ୍ ଜିତିବାର ରେକର୍ଡ ଏବେ ଧୋନିଙ୍କ ନାମରେ ହୋଇଯାଇଛି।

ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ଧୋନି ଆଇପିଏଲରେ ମୋଟ ୧୬୬ ମ୍ୟାଚରେ ନେତୃତ୍ୱ ନେଇଛନ୍ତି। ଏଥିରେ ୧୦୦ ବିଜୟ ସହ ସବୁଠାରୁ ଆଗରେ ଅଛନ୍ତି। ଧୋନିଙ୍କ ନେତୃତ୍ୱରେ ତାଙ୍କ ଟିମ୍ (ଚେନ୍ନାଇ ଓ ରାଇଜିଂ ପୁନେ ସୁପର ଜାଏଣ୍ଟସ) ୬୫ ମୁକାବିଲା ହାରିଛି ଏବଂ ଗୋଟିଏ ମ୍ୟାଚ୍ ବିନା ଫଳାଫଳ ରହିଛି।

ଅଧିନାୟକ ଭାବେ ମ୍ୟାଚ୍ ଜିତିବାରେ ଧୋନି ଗୌତମ ଗମ୍ଭୀରଙ୍କଠାରୁ (୨୯ ମ୍ୟାଚ୍) ଢ଼େର ଆଗରେ ଅଛନ୍ତି। ଏହି ତାଲିକାରେ ଗମ୍ଭୀର ୧୨୯ ମ୍ୟାଚରେ ୭୧ ବିଜୟ ହାସଲ କରିଛନ୍ତି। ତେବେ ଗମ୍ଭୀର ବର୍ତ୍ତମାନ କ୍ରିକେଟରୁ ସନ୍ନ୍ୟାସ ନେଇସାରିଛନ୍ତି। ଧୋନି ୧୫୨ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ନେତୃତ୍ୱ ନେଇଥିବା ବେଳେ ୧୪ଟି ମ୍ୟାଚରେ ପୁଣେର ନେତୃତ୍ୱ ନେଇଛନ୍ତି।

ତାଙ୍କ ନେତୃତ୍ୱରେ ଚେନ୍ନାଇ ୯୫ ମ୍ୟାଚ୍ ଜିତିଛି। ସେହିପରି ରାଇଜିଂ ପୁନେ ସୁପର ଜାଏଣ୍ଟସର ଅଧିନାୟକ ଭାବେ ଧୋନି ମାତ୍ର ୫ ବିଜୟ ହାସଲ କରିଛନ୍ତି। ଆଇପିଏଲର ୧୨ଟି ସଂସ୍କରଣ ମଧ୍ୟରେ ଧୋନି କେବଳ ୨୦୧୭ରେ ପୁନେ ଦଳର ନେତୃତ୍ୱ ନେଇନଥିଲେ। ତାଙ୍କ ସ୍ଥାନରେ ଷ୍ଟିଭେନ୍ ସ୍ମିଥ୍ ଦଳର ଅଧିନାୟକ ହୋଇଥିଲେ।

ସ୍ପଟ୍ ଫିକ୍ସିଂ କାରଣରୁ ଚେନ୍ନାଇ ସୁପର କିଙ୍ଗସ୍ ଦୁଇବର୍ଷ (୨୦୧୬ ଓ ୨୦୧୭) ଆଇପିଏଲରୁ ସସପେଣ୍ଡ ହୋଇଥିଲା। କିନ୍ତୁ ୨୦୧୮ରେ ଧୋନି ପୁଣିଥରେ ଚେନ୍ନାଇ କ୍ୟାପଟେନ୍ସିକୁ ଫେରିଥିଲେ। ତାଙ୍କ ପ୍ରତ୍ୟାବର୍ତ୍ତନରେ ଚେନ୍ନାଇ ୨୦୧୮ରେ ତୃତୀୟଥର ଟାଇଟଲ୍ ଜିତିଥିଲା।

ଧୋନି ଏପର୍ଯ୍ୟନ୍ତ ଆଇପିଏଲରେ ୧୮୨ ମ୍ୟାଚ୍ ଖେଳି ୪୧.୩୦ ହାରରେ ୪୧୭୨ ରନ୍ କରିଛନ୍ତି। ଏହା ମଧ୍ୟରେ ସେ ୨୧ ଅର୍ଦ୍ଧଶତକ (ଚେନ୍ନାଇ ପକ୍ଷରୁ ୧୯ ଏବଂ ପୁନେ ପକ୍ଷରୁ ୨) ଏବଂ ୱିକେଟକିପର ଭାବେ ୧୨୧ଟି ସଫଳତା ହାସଲ କରିଛନ୍ତି। ଚଳିତ ସଂସ୍କରଣରେ ଧୋନି ଚମତ୍କାର ଫର୍ମରେ ଅଛନ୍ତି। ସେ ଏପର୍ଯ୍ୟନ୍ତ ୬ଟି ମ୍ୟାଚରେ ୧୫୬ ରନ୍ କରିଛନ୍ତି।

ଧୋନିଙ୍କ ବ୍ୟତୀତ ଚେନ୍ନାଇର ଆଉ ଜଣେ ଖେଳାଳି ମଧ୍ୟ ନୂଆ ମାଇଲଖୁଣ୍ଟ ହାସଲ କରିଛନ୍ତି। ଦଳର ବାମହାତୀ ସ୍ପିନର ରବୀନ୍ଦ୍ର ଜାଡେଜା ଏହି ବ୍ୟୟବହୁଳ ଲିଗରେ ନିଜର ୧୦୦ତମ ୱିକେଟ୍ ପୂରଣ କରିଛନ୍ତି। ସେ ପ୍ରଥମ ବାମହାତୀ ସ୍ପିନର ଭାବେ ଆଇପିଏଲରେ ଏହି କୀର୍ତ୍ତିମାନ କରିଛନ୍ତି।

ସୂଚନାଯୋଗ୍ୟ, ବୁଧବାର ଜୟପୁର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିବା ହାଇଭୋଲଟେଜ୍ ମୁକାବିଲାରେ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ୍ ୪ ୱିକେଟରେ ଆୟୋଜକ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିଲା। ଏହି ମ୍ୟାଚରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ୍ ହରାଇ ୧୫୧ ରନ୍ କରିଥିଲା। ଜବାବରେ ଚେନ୍ନାଇ ୪ ୱିକେଟ୍ ହରାଇ ୧୫୫ ରନ୍ କରି ବିଜୟୀ ହୋଇଥିଲା।

ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ପକ୍ଷରୁ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ଦଳ ପକ୍ଷରୁ ବେନ୍ ଷ୍ଟୋକ୍ସ ସର୍ବାଧିକ ୨୮, ଜୋସ ବଟଲର ୨୩, ଅଧିନାୟଜ ଆଜିଙ୍କ୍ୟ ରାହାଣେ ୧୪, ଷ୍ଟିଭ୍ ସ୍ମିଥ୍ ୧୫, ରାହୁଲ୍ ତ୍ରିପାଠୀ ୧୦ ଓ ରିୟାନ୍ ପରାଗ ୧୬ ରନ୍ କରିଥିଲେ। ଶେଷଭାଗରେ ଶ୍ରେୟସ ଗୋପାଳ ଦ୍ରୁତ ୧୯ (୭ ବଲ, ୨ ଚୌକା, ୧ ଛକା) ଓ ଜୋଫ୍ରା ଆର୍ଚର ୧୩ ରନ୍ କରି ଅପରାଜିତ ରହିଥିଲେ। ଚେନ୍ନାଇର ସଫଳ ବୋଲର ଭାବେ ଦୀପକ ଚହର୍, ଶାର୍ଦ୍ଦୁଲ ଠାକୁର ଓ ଜାଡେଜା ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

୧୫୨ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ଚେନ୍ନାଇ ଏକ ସମୟରେ ୨୪ ରନରେ ୪ ୱିକେଟ୍ ହରାଇ ବିପଦରେ ପଡ଼ିଥିଲା। କିନ୍ତୁ ଅଧିନାୟକ ଧୋନି ଓ ଅମ୍ବାତି ରାୟୁଡୁ ଚମତ୍କାର ବ୍ୟାଟିଂ କରି ଦଳକୁ ବିଜୟ ଅଭିମୁଖେ ଦେଇଥିଲେ। ଶେଷଭାଗରେ ଜାଡେଜା (୯*) ଓ ମିଚେଲ ସାଣ୍ଟନର (୧୦*) ଅପରାଜିତ ରହି ଚେନ୍ନାଇକୁ ରୋମାଞ୍ଚକର ବିଜୟ ଦେଇଥିଲେ। ଏହି ମ୍ୟାଚରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିବା ଧୋନି ୪୩ ବଲରେ ୨ ଚୌକା ଓ ୩ ଛକା ସହ ସର୍ବାଧିକ ୫୮ ଓ ରାୟୁଡୁ ୫୭ (୪୭ ବଲ, ୨ ଚୌକା, ୩ ଛକା) ରନ୍ କରିଥିଲେ। ରାଜସ୍ଥାନ ପକ୍ଷରୁ ବେନ୍ ଷ୍ଟୋକ୍ସ ୨ଟି ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story