ସୁଲତାନ ଜୋହର୍ କପ୍ ହକି: ଭାରତୀୟ ଦଳରେ ୪ ଓଡ଼ିଆ ସାମିଲ୍

ନୂଆଦିଲ୍ଲୀ: ଅକ୍ଟୋବର ୧୨ରୁ ୧୯ ତାରିଖ ପର୍ଯ୍ୟନ୍ତ ମ୍ୟାଲେସିୟାରେ ହେବାକୁଥିବା ସମ୍ମାନଜନକ ସୁଲତାନ ଜୋହର୍ କପ୍ ହକି ଟୁର୍ଣ୍ଣାମେଣ୍ଟ ପାଇଁ ୧୮ଜଣିଆ ଭାରତୀୟ ଦଳର ଘୋଷଣା କରାଯାଇଛି। ଟିମର ନେତୃତ୍ୱ ଭାର ନେବେ ଡିଫେଣ୍ଡର ମନଦୀପ ମୋର୍। ସେହିପରି ଭାରତୀୟ ଦଳରେ ଚାରିଜଣ ଓଡ଼ିଆ ଖେଳାଳିଙ୍କୁ ସାମିଲ୍ କରାଯାଇଛି। ସେମାନେ ହେଲେ ପ୍ରତାପ ଲାକ୍ରା, ସୁମନ୍ ବେକ୍, ସୁଦୀପ ଚିରମାକୋ ଏବଂ ଶିଳାନନ୍ଦ ଲାକ୍ରା। ମନଦୀପଙ୍କ ଡେପୁଟି ଭାବେ ସଞ୍ଜୟ ଟିମରେ ସ୍ଥାନ ପାଇଛନ୍ତି। ଡିଫେଣ୍ଡର୍ ଦିନଚନ୍ଦ୍ର […]

hockey

hockey

Ranjit Kumar Jena
  • Published: Monday, 30 September 2019
  • Updated: 30 September 2019, 08:31 PM IST

Sports

Latest News

ନୂଆଦିଲ୍ଲୀ: ଅକ୍ଟୋବର ୧୨ରୁ ୧୯ ତାରିଖ ପର୍ଯ୍ୟନ୍ତ ମ୍ୟାଲେସିୟାରେ ହେବାକୁଥିବା ସମ୍ମାନଜନକ ସୁଲତାନ ଜୋହର୍ କପ୍ ହକି ଟୁର୍ଣ୍ଣାମେଣ୍ଟ ପାଇଁ ୧୮ଜଣିଆ ଭାରତୀୟ ଦଳର ଘୋଷଣା କରାଯାଇଛି। ଟିମର ନେତୃତ୍ୱ ଭାର ନେବେ ଡିଫେଣ୍ଡର ମନଦୀପ ମୋର୍। ସେହିପରି ଭାରତୀୟ ଦଳରେ ଚାରିଜଣ ଓଡ଼ିଆ ଖେଳାଳିଙ୍କୁ ସାମିଲ୍ କରାଯାଇଛି। ସେମାନେ ହେଲେ ପ୍ରତାପ ଲାକ୍ରା, ସୁମନ୍ ବେକ୍, ସୁଦୀପ ଚିରମାକୋ ଏବଂ ଶିଳାନନ୍ଦ ଲାକ୍ରା। ମନଦୀପଙ୍କ ଡେପୁଟି ଭାବେ ସଞ୍ଜୟ ଟିମରେ ସ୍ଥାନ ପାଇଛନ୍ତି।

ଡିଫେଣ୍ଡର୍ ଦିନଚନ୍ଦ୍ର ସିଂହ ମୋଇରାଙ୍ଗଥେମ ଏବଂ ଶାରଦାନନ୍ଦ ତିୱାରୀ ନୂଆ ମୁହଁ ଭାବେ ଟିମରେ ସାମିଲ୍ ହୋଇଛନ୍ତି । ଅଭିଜ୍ଞ ଦିଲପ୍ରୀତ ସିଂହ ଫରୱାର୍ଡ ଟିମକୁ ଲିଡ୍ କରିବେ, ଯେଉଁଥିରେ ଓଡ଼ିଆ ଖେଳାଳି ଶିଳାନନ୍ଦ ଓ ଗୁରସାହିବଜିତ୍ ସିଂହଙ୍କ ସମେତ ୬ ଖେଳାଳି ସାମିଲ୍ ଅଛନ୍ତି। ପ୍ରଶାନ୍ତ କୁମାର ଚୌହାନ୍ ଓ ପୱନ୍ ଟିମରେ ଗୋଲକିପର ଭାବେ ସ୍ଥାନ ପାଇଛନ୍ତି।

ଜୋହର କପରେ ଭାରତୀୟ ଟିମ୍ ଭଲ ପ୍ରଦର୍ଶନ କରିବା ନେଇ ଆଶାୟୀ ଅଛି। ଜୁନରେ ମ୍ୟାଡ୍ରିଡରେ ୮ଟି ଦେଶକୁ ନେଇ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରି ଅଷ୍ଟମ ସ୍ଥାନରେ ରହିଥିଲା। କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟ ଏବେ ଅତୀତ ହୋଇସାରିଛି। ତେଣୁ ଟିମ୍ ମ୍ୟାଲେସିୟାରେ ନୂଆ ଆଭିମୁଖ୍ୟ ନେଇ ମଇଦାନକୁ ଓହ୍ଲାଇବ ବୋଲି କୋଚ୍ ବି ଜେ କାରିଆପ୍ପା କହିଛନ୍ତି।

କାରିଆପ୍ପା କହିଛନ୍ତି, "ନବମ ସୁଲତାନ ଜୋହର୍ କପ୍ ଭାରତୀୟ ଜୁନିୟର ପୁରୁଷ ଟିମ୍ ପାଇଁ ଭଲ ଅଭିଜ୍ଞତା ହେବ, କାରଣ ଏଥିରେ ଅଷ୍ଟ୍ରେଲିଆ ଓ ଗ୍ରେଟ୍ ବ୍ରିଟେନ୍ ଭଳି ମଜଭୁତ୍ ଟିମ୍ ଭାଗ ନେଉଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳିମାନେ ବେଙ୍ଗାଲୁରୁସ୍ଥିତ ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ)ରେ କଠିନ ପରିଶ୍ରମ କରିଥିଲେ। ଏହି ଶିବିରରେ ସେମାନଙ୍କର ଦକ୍ଷତାରେ ବହୁତ ଉନ୍ନତି ହୋଇଛି। ଏପରିକି ସେମାନେ ଫିଲ୍ଡରେ ନିଜ ନିଜର ରଣନୀତିକୁ କିପରି ଫଳପ୍ରଦ କରିବେ, ସେ ନେଇ ବ୍ୟଗ୍ର ଅଛନ୍ତି।" ସୂଚନାଯୋଗ୍ୟ, ଟୁର୍ଣ୍ଣାମେଣ୍ଟରେ ଭାରତ ସମେତ ଆୟୋଜକ ମ୍ୟାଲେସିୟା, ନ୍ୟୁଜିଲ୍ୟାଣ୍ଡ୍, ଜାପାନ, ଅଷ୍ଟ୍ରେଲିଆ ଏବଂ ଗ୍ରେଟ୍ ବ୍ରିଟେନ୍ ଭଳି ଟିମ୍ ରହିଛନ୍ତି। ଭାରତ ଏହି ସବୁ ଟିମ୍ ସହ ରାଉଣ୍ଡର ରବିନ୍ ଲିଗ୍ ମ୍ୟାଚ୍ ଖେଳିବ।

ଭାରତୀୟ ଜୁନିୟର ପୁରୁଷ ଟିମ୍
ଗୋଲକିପର: ପ୍ରଶାନ୍ତ କୁମାର ଚୌହାନ୍, ପୱନ୍
ଡିଫେଣ୍ଡର: ସଞ୍ଜୟ (ଭାଇସ୍-କ୍ୟାପଟେନ), ଦିନଚନ୍ଦ୍ର ସିଂହ ମୋଇରାଙ୍ଗଥେମ, ପ୍ରତାପ ଲାକ୍ରା, ସୁମନ୍ ବେକ୍, ମନଦୀପ ମୋର୍ (କ୍ୟାପଟେନ), ୟଶଦୀପ ସିୱାଚ୍, ଶାରଦାନନ୍ଦ ତିୱାରୀ।
ମିଡଫିଲ୍ଡର୍: ବିଷ୍ଣୁକାନ୍ତ ସିଂହ, ରବିଚନ୍ଦ୍ର ସିଂହ ମୋଇରାଙ୍ଗଥେମ, ମନିନ୍ଦର ସିଂହ।
ଫରୱାର୍ଡ୍ସ: ଦିଲପ୍ରୀତ ସିଂହ, ସୁଦୀପ ଚିରମାକୋ, ଗୁରସାହିବଜିତ୍ ସିଂହ, ଉତ୍ତମ ସିଂହ, ରାହୁଲ୍ କୁମାର ରାଜଭର୍, ଶିଳାନନ୍ଦ ଲାକ୍ରା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos