୧୯୮୩ କ୍ରିକେଟ୍‌ ବିଶ୍ୱକପ ବିଜୟ ଉପରେ ତିଆରି ହେବ ବୟୋପିକ୍

ମୁମ୍ବାଇ: ୧୯୮୩ ବିଶ୍ୱକପ ଜିତିବାର କୌଣସି ଆଶା ନ ଥିଲା, ତଥାପି କପିଲ ଦେବଙ୍କ ଦଳ ଚମତ୍କାର ଖେଳ ପ୍ରଦର୍ଶନ କରି ଭାରତକୁ ପ୍ରଥମ ବିଶ୍ୱକପ ଟ୍ରଫି ଜିତାଇଥିଲେ। ବିଶ୍ୱକପ୍‌ ବିଜୟ ଯାତ୍ରା ଏବେ ପରଦାରେ ଦେଖିବାକୁ ମିଳିବ। ଅନୁରାଗ କଶ୍ୟପଙ୍କ ଫ୍ୟାଣ୍ଟମ ଫିଲ୍ମସ୍‌ ଏବଂ  ସେଲିବ୍ରିଟି କ୍ରିକେଟ ଲିଗ୍‌ର ପ୍ରତିଷ୍ଠାତା ବିଷ୍ଣୁ ଇନ୍ଦୁରୀ ମିଶି ଭାରତୀୟ ଦଳର ବିଶ୍ୱକପ୍‌ ଯାତ୍ରା ଉପରେ ଏକ ବାୟୋପିକ୍‌ ତିଆରି କରିବାକୁ ଯାଉଛନ୍ତି। ଦୁଇ କମ୍ପାନୀ ବାୟୋପିକ୍‌ ତିଆରି କରିବା […]

kapil-devs

Rakesh Mallick
  • Published: Wednesday, 20 July 2016
  • , Updated: 20 July 2016, 07:48 PM IST

ମୁମ୍ବାଇ: ୧୯୮୩ ବିଶ୍ୱକପ ଜିତିବାର କୌଣସି ଆଶା ନ ଥିଲା, ତଥାପି କପିଲ ଦେବଙ୍କ ଦଳ ଚମତ୍କାର ଖେଳ ପ୍ରଦର୍ଶନ କରି ଭାରତକୁ ପ୍ରଥମ ବିଶ୍ୱକପ ଟ୍ରଫି ଜିତାଇଥିଲେ। ବିଶ୍ୱକପ୍‌ ବିଜୟ ଯାତ୍ରା ଏବେ ପରଦାରେ ଦେଖିବାକୁ ମିଳିବ। ଅନୁରାଗ କଶ୍ୟପଙ୍କ ଫ୍ୟାଣ୍ଟମ ଫିଲ୍ମସ୍‌ ଏବଂ  ସେଲିବ୍ରିଟି କ୍ରିକେଟ ଲିଗ୍‌ର ପ୍ରତିଷ୍ଠାତା ବିଷ୍ଣୁ ଇନ୍ଦୁରୀ ମିଶି ଭାରତୀୟ ଦଳର ବିଶ୍ୱକପ୍‌ ଯାତ୍ରା ଉପରେ ଏକ ବାୟୋପିକ୍‌ ତିଆରି କରିବାକୁ ଯାଉଛନ୍ତି।

ଦୁଇ କମ୍ପାନୀ ବାୟୋପିକ୍‌ ତିଆରି କରିବା ପାଇଁ ୧୯୮୩ ବିଶ୍ୱକପ୍‌ କ୍ରିକେଟ ଦଳ ସହିତ ବୁଝାମଣା ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତି ଅନୁଯାୟୀ ପ୍ରଯୋଜକ ଖେଳାଳି ମାନଙ୍କର ପ୍ରକୃତ ନାମ ଏବଂ ତାଙ୍କ ପ୍ରକୃତ ଜୀବନର ଘଟଣାଗୁଡିକୁ ଫିଲ୍ମରେ ବ୍ୟବହାର କରିପାରିବେ।

ପୂର୍ବତନ ଅଧିନାୟକ କପିଲ ଦେବ କହିଛନ୍ତି, “୧୯୮୩ ଦଳର ଯାତ୍ରା ଏକ ପ୍ରେରଣାଦାୟକ କାହାଣୀ। ଏହା ପ୍ରମାଣ କରୁଛି, ଏକ ଲକ୍ଷ୍ୟ ସ୍ଥିର କରି ସେ ଦିଗରେ କାମ କଲେ ନିଶ୍ଚିତ ସଫଳତା ମିଳିବ।”

ଫ୍ୟାଣ୍ଟମ ଫିଲ୍ମସ୍‌ ‘ଲୁଟେରା’, ‘କୁଇନ୍‌’, ‘ଉଡତା ପଞ୍ଜାବ’ ଓ ‘ଏନଏଚ୧୦’ ଭଳି ଫିଲ୍ମର ପ୍ରଯୋଜନା କରିସାରିଛି।

ଫ୍ୟାଣ୍ଟମ ଏବଂ ଇନ୍ଦୁରୀ ଏକ ମିଳିତ ବକ୍ତବ୍ୟ ଜାରି କରି କହିଛନ୍ତି, “ଆମେ ୧୯୮୩ ବିଶ୍ୱକପ ବିଜୟ ଉପରେ ଫିଲ୍ମ ତିଆରି କରିବା ପାଇଁ ବହୁତ ଉତ୍ସାହିତ ଅଛୁ। ଏହି ଫିଲ୍ମ କିପରି ଭଲ ହେବ ସେଥିପାଇଁ ଆମେ ପ୍ରସ୍ତୁତି ଆରମ୍ଭ କରିଦେଇଛୁ, କାରଣ ଏହି ଫିଲ୍ମ ଗୁଡିକ ବାରମ୍ବାର ତିଆରି ହୋଇ ନ ଥାଏ”।

ଏପର୍ଯ୍ୟନ୍ତ ଏହି ଫିଲ୍ମର କଳାକାର, ନିର୍ଦ୍ଦେଶକଙ୍କ ନାମ ସାମ୍ନାକୁ ଆସିନାହିଁ। କିନ୍ତୁ ଶୁଣାଯାଉଛି ଅର୍ଜ୍ଜୁନ କପୁର ଏହି ଫିଲ୍ମରେ କପିଲ ଦେବଙ୍କ ଭୂମିକାରେ ଅଭିନୟ କରିବେ। କବୀର ଖାଁ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ବୋଲି ଚର୍ଚ୍ଚା ହେଉଛି।

Related story