ବିନା ଟସରେ ଶେଷ ହେଲା ଧର୍ମଶାଳା ଦିନିକିଆ

ଧର୍ମଶାଳା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଛି। ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ (ଏଚପିସିଏ)ର ଷ୍ଟାଡିୟମରେ ଗତ ୬ମାସ ଭିତରେ ଦ୍ୱିତୀୟ ମ୍ୟାଚ୍ ଖରାପ ପାଗ କାରଣରୁ ବିନା ଟସରେ ଶେଷ ହୋଇଛି। ସଂଯୋଗବଶତ ଗତବର୍ଷ ସେପ୍ଟେମ୍ବରରେ ମଧ୍ୟ ଏଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯିବାର ଥିଲା। ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଉପରେ ଆରମ୍ଭରୁ ହିଁ […]

1st-odi

Ranjit Kumar Jena
  • Published: Thursday, 12 March 2020
  • , Updated: 12 March 2020, 09:51 PM IST

ଧର୍ମଶାଳା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଛି। ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ (ଏଚପିସିଏ)ର ଷ୍ଟାଡିୟମରେ ଗତ ୬ମାସ ଭିତରେ ଦ୍ୱିତୀୟ ମ୍ୟାଚ୍ ଖରାପ ପାଗ କାରଣରୁ ବିନା ଟସରେ ଶେଷ ହୋଇଛି। ସଂଯୋଗବଶତ ଗତବର୍ଷ ସେପ୍ଟେମ୍ବରରେ ମଧ୍ୟ ଏଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯିବାର ଥିଲା।

ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଉପରେ ଆରମ୍ଭରୁ ହିଁ ସଙ୍କଟର ବାଦଲ ଦେଖା ଦେଇଥିଲା, କାରଣ ପାଣିପାଗ ବିଭାଗ ଉତ୍ତର ପାକିସ୍ତାନ ଏବଂ ଜମ୍ମୁ ଓ କଶ୍ମୀର ଅଞ୍ଚଳରେ ଗୁରୁବାର ଓ ଶୁକ୍ରବାର ପ୍ରବଳ ବୃଷ୍ଟିପାତ ଓ କୁଆପଥର ବର୍ଷା ନେଇ ଭବିଷ୍ୟବାଣୀ କରିଥିଲା। ପ୍ରଶଂସକ ଓ ଆୟୋଜକ ଇନ୍ଦ୍ରଦେବତାକୁ ମନାଇବା ପାଇଁ ଏଠାରେ ଇନ୍ଦ୍ରନାଗ ମନ୍ଦିରରେ ପୂଜାର୍ଚ୍ଚନା ମଧ୍ୟ କରାଇଥିଲା, କିନ୍ତୁ ଏହାର କୌଣସି ସୁଫଳ ମିଳିଲା ନାହିଁ।

ବୁଧବାର ଉଭୟ ଦଳର ପ୍ରାକ୍ଟିସ୍ ପରେ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା ଏବଂ ଆୟୋଜକଙ୍କୁ ପୂରା ଷ୍ଟାଡିୟମକୁ ଢାଙ୍କିବାକୁ ପଡ଼ିଥିଲା। ଗୁରୁବାର ଦିନତମାମ ଆକାଶରେ କଳା ବାଦଲ ଘେରି ରହିଥିଲା ଏବଂ ମ୍ୟାଚ୍ ଆରମ୍ଭ ହେବାର ଠିକ୍ ପୂର୍ବରୁ ବର୍ଷା ହୋଷଇଥିଲା। ଏହା ପରେ ନିୟମିତ ବ୍ୟବଧାନରେ ବର୍ଷା ଲାଗି ରହିଥିଲା, ଯେଉଁକାରଣରୁ ଟସ୍ ପଡ଼ିପାରିନଥିଲା। ବର୍ଷା ପ୍ରବଳ ମାତ୍ରାରେ ହୋଇନଥିଲା, କିନ୍ତୁ ଗ୍ରାଉଣ୍ଡରେ ପର୍ଯ୍ୟାପ୍ତ ପାଣି ଜମି ରହିଥିଲା। ଏଥିପାଇଁ ଆୟୋଜକ ତିନୋଟି ସୁପର୍ ସପରର ଉପଯୋଗ ମଧ୍ୟ କରିଥିଲା।

ଏହା ପରେ ଗ୍ରାଉଣ୍ଡସମ୍ୟାନ୍ ମଇଦାନକୁ ଖେଳ ଉପଯୋଗୀ କରିବାରେ ବିଫଳ ରହିଥିଲେ, ଯାହା ପରେ ଅମ୍ପାୟାର ମ୍ୟାଚକୁ ବାତିଲ ଘୋଷିତ କରିଥିଲେ। ୨୦ ଓଭର ବିଶିଷ୍ଟ ମ୍ୟାଚ୍ ପାଇଁ ଅନ୍ତିମ ସମୟ ସାଢ଼େ ୬ଟା ଧାର୍ଯ୍ୟ ହୋଇଥିଲା, କିନ୍ତୁ ଫିଲ୍ଡ ଅମ୍ପାୟାର ଅନ୍ତିମ ନୀରିକ୍ଷଣ କରିବା ପୂର୍ବରୁ ହିଁ ମ୍ୟାଚ୍ ଶେଷ ବୋଲି ଘୋଷଣା କରିଦେଇଥିଲେ। କରୋନା ଭାଇରସ୍ ଓ ଖରାପ ପାଗର ପ୍ରଭାବ ଟିକେଟ୍ ବିକ୍ରି ଉପରେ ମଧ୍ୟ ପଡ଼ିଥିଲା। ଦ୍ୱିତୀୟ ଦିନିକିଆ ୧୫ ତାରିଖରେ ଲକ୍ଷ୍ନୌ ଏବଂ ତୃତୀୟ ମ୍ୟାଚ୍ ୧୮ ତାରିଖରେ କୋଲକାତାରେ ଖେଳାଯିବ।

Related story