ନିଦହାସ ଟ୍ରଫି: ଆଜି ଭାରତ ଶ୍ରୀଲଙ୍କା ମଧ୍ୟରେ ଟକ୍କର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ଶ୍ରୀଲଙ୍କାରେ ଆରମ୍ଭ ହେବାକୁ ଯାଉଛି ନିଦହାସ ଟି-ଟ୍ୱେଣ୍ଟି ଟୁର୍ଣ୍ଣମେଣ୍ଟ। ଆଜି ପ୍ରେମଦାସା ଷ୍ଚାଡିୟମରେ ଆୟୋଜକ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ। ତୃତୀୟ ଦଳ ଭାବେ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛି ବାଂଲାଦେଶ। ପ୍ରତି ଦଳ ୪ଟି ଲେଖାଏଁ ମ୍ୟାଚ୍ ଖେଳିବେ। ଶ୍ରେଷ୍ଠ ଦୁଇ ଦଳ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ତେବେ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ଟିମ୍ ଇଣ୍ଡିଆରେ ଅଧିକାଂଶ ଷ୍ଟାର ଖେଳାଳି ନାହାଁନ୍ତି। ଧୋନି, କୋହଲି, ପାଣ୍ଡିୟା, ଭୁବନେଶ୍ୱର […]

pjimage-10-1519991006

Ordigital Desk
  • Published: Tuesday, 06 March 2018
  • , Updated: 06 March 2018, 09:31 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ଶ୍ରୀଲଙ୍କାରେ ଆରମ୍ଭ ହେବାକୁ ଯାଉଛି ନିଦହାସ ଟି-ଟ୍ୱେଣ୍ଟି ଟୁର୍ଣ୍ଣମେଣ୍ଟ। ଆଜି ପ୍ରେମଦାସା ଷ୍ଚାଡିୟମରେ ଆୟୋଜକ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ। ତୃତୀୟ ଦଳ ଭାବେ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛି ବାଂଲାଦେଶ। ପ୍ରତି ଦଳ ୪ଟି ଲେଖାଏଁ ମ୍ୟାଚ୍ ଖେଳିବେ। ଶ୍ରେଷ୍ଠ ଦୁଇ ଦଳ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ତେବେ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ଟିମ୍ ଇଣ୍ଡିଆରେ ଅଧିକାଂଶ ଷ୍ଟାର ଖେଳାଳି ନାହାଁନ୍ତି। ଧୋନି, କୋହଲି, ପାଣ୍ଡିୟା, ଭୁବନେଶ୍ୱର କୁମାର ଓ ବୁମରାହ ଭଳି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ଦଳର ନେତୃତ୍ୱ ନେବେ ରୋହିତ ଶର୍ମା। ତଥାପି ଏହି ପ୍ରତିଯୋଗିତାରେ ଟିମ୍‌ ଇଣ୍ଡିଆକୁ ଟୁର୍ଣ୍ଣାମେଣ୍ଟର ଫେଭରିଟ୍ ମନେ କରାଯାଉଛି। ବିଜୟ ଶଙ୍କର, ଓ୍ୱାସିଂଟନ୍ ସୁନ୍ଦର, ଦୀପକ ହୁଜା, ରିଷଭ ପନ୍ତ ଓ ମହମ୍ମଦ ସିରାଜଙ୍କ ଭଳି ନୂଆ ଖେଳାଳିଙ୍କୁ ନିଜ ପ୍ରଦର୍ଶନ ଦେଖାଇବା ପାଇଁ ଏହା ଶ୍ରେଷ୍ଠ ସୁଯୋଗ ହେବ।

Related story