ହେଟମେୟର୍ ଓ ପୋଲାର୍ଡଙ୍କ ଦମରେ ୱେଷ୍ଟଇଣ୍ଡିଜ୍ ୨୦୭/୫

ହାଇଦ୍ରାବାଦ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚରେ ଘରୋଇ ବୋଲରଙ୍କ ଖରାପ ପ୍ରଦର୍ଶନର ଫାଇଦା ଉଠାଇଛି ଭ୍ରମଣକାରୀ ଟିମ୍। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ପାଇଥିବା କ୍ୟାରିବିୟାନ୍ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୨୦୭ ରନ୍ କରିଛି। ଫଳରେ ମ୍ୟାଚ୍ ଜିତିବା ପାଇଁ ଭାରତକୁ ୨୦୮ ରନ୍ କରିବାକୁ ପଡ଼ିବ। ଆରମ୍ଭରୁ ଭାରତକୁ ସଫଳତା ମିଳିଥିଲା, କିନ୍ତୁ ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନମାନେ ଚମତ୍କାର ବ୍ୟାଟିଂ କରିଥିଲେ। ଦଳ […]

hetmyer

hetmyer

Ranjit Kumar Jena
  • Published: Friday, 06 December 2019
  • Updated: 06 December 2019, 08:42 PM IST

Sports

Latest News

ହାଇଦ୍ରାବାଦ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚରେ ଘରୋଇ ବୋଲରଙ୍କ ଖରାପ ପ୍ରଦର୍ଶନର ଫାଇଦା ଉଠାଇଛି ଭ୍ରମଣକାରୀ ଟିମ୍। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ପାଇଥିବା କ୍ୟାରିବିୟାନ୍ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୨୦୭ ରନ୍ କରିଛି। ଫଳରେ ମ୍ୟାଚ୍ ଜିତିବା ପାଇଁ ଭାରତକୁ ୨୦୮ ରନ୍ କରିବାକୁ ପଡ଼ିବ। ଆରମ୍ଭରୁ ଭାରତକୁ ସଫଳତା ମିଳିଥିଲା, କିନ୍ତୁ ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନମାନେ ଚମତ୍କାର ବ୍ୟାଟିଂ କରିଥିଲେ। ଦଳ ପକ୍ଷରୁ ଶିମରନ୍ ହେଟମେୟର୍ ଓ କ୍ୟାପଟେନ୍ କାଇରନ୍ ପୋଲାର୍ଡ ଦ୍ରୁତ ରନ୍ କରି ଟିମକୁ ମଜଭୁତ୍ ସ୍କୋରରେ ପହଞ୍ଚାଇଛନ୍ତି।

ରାଜୀବ ଗାନ୍ଧି ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ କ୍ୟାପଟେନ୍ ବିରାଟ୍ କୋହଲି ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଇନିଂସର ଦ୍ୱିତୀୟ ଓଭରରେ ଦୀପକ ଚହର୍ ଓପନିଂ ବ୍ୟାଟ୍ସମ୍ୟାନ୍ ଲେଣ୍ଡଲ ସିମନ୍ସ (୨)ଙ୍କୁ ପ୍ୟାଭିଲିୟନ୍ ପଠାଇ ଭାରତକୁ ପ୍ରଥମ ସଫଳତା ଦେଇଥିଲେ।

ଅନ୍ୟତମ ଓପ୍ନର ଏଭିନ୍ ଲୁଇସ୍ ନିଜର ଚିରାଚରିତ ଢ଼ଙ୍ଗରେ ବ୍ୟାଟିଂ କରି ଭାରତୀୟ ବୋଲରଙ୍କ ଉପରେ ଚାପ ପକାଇଥିଲେ। ସେ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ବ୍ରାଣ୍ଡନ୍ କିଙ୍ଗଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୫୧ ରନ୍ ଯୋଡ଼ିଥିଲେ। ଲୁଇସ୍ ମାତ୍ର ୧୭ ବଲରେ ୩ ଚୌକା ଓ ୪ ଛକା ମାରି ୱାଶିଂଟନ୍ ସୁନ୍ଦରଙ୍କ ଶିକାର ହୋଇଥିଲେ। ନିଜର ଚତୁର୍ଥ ମ୍ୟାଚ୍ ଖେଳୁଥିବା ବ୍ରାଣ୍ଡନ୍ ମଧ୍ୟ ଦ୍ରୁତ ରନ୍ କରି ଦଳର ସ୍କୋରକୁ ୧୦ ଓଭରରେ ୧୦୦ ଅତିକ୍ରମ କରାଇଥିଲେ । ତାଙ୍କୁ ଅନ୍ୟତମ ଯୁବ ବ୍ୟାଟ୍ସମ୍ୟାନ୍ ହେଟମେୟର୍ ଭରପୂର ସହଯୋଗ କରିଥିଲେ। ତେବେ କିଙ୍ଗ୍ ବ୍ୟକ୍ତିଗତ ୩୧ (୨୩ ବଲ୍‌, ୩ ଚୌକା, ୧ ଛକା) ରନ୍ କରି ଭାରତର ସବୁଠାରୁ ଅଭିଜ୍ଞ ବୋଲର ରବୀନ୍ଦ୍ର ଜାଡେଜା ବଲରେ ଆଉଟ୍ ହେବା ପରେ ହେଟମେୟର୍ ଓ କ୍ୟାପଟେନ୍ ପୋଲାର୍ଡ ରନ୍ ଗତିକୁ ବଢ଼ାଇଥିଲେ।

ହେଟମେୟରଙ୍କ ଉପସ୍ଥିତିରେ ପୋଲାର୍ଡ ଅଧିକ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଦୁହେଁ ୧୭ ଓଭରରେ ଟିମର ସ୍କୋରକୁ ୧୭୨ ରନରେ ପହଞ୍ଚାଇଥିଲେ ଏବଂ ଏହି ସମୟରେ ଟିମର ସ୍କୋର ୨୨୦ ରନ୍ ଟପିବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ୟୁଜବେନ୍ଦ୍ର ଚହଲ୍ ନିଜର ଶେଷ ସ୍ପେଲରେ ଦୁଇ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ୍ ପଠାଇ ରନରେ ଅଙ୍କୁଶ ଲଗାଇଥିଲେ। ହେଟମେୟର୍ ୫୬ (୪୧ ବଲ୍‌, ୨ ଚୌକା, ୪ ଛକା) ରନର ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିବା ବେଳେ ପୋଲାର୍ଡ ଦ୍ରୁତ ୩୭ (୧୯ ବଲ୍‌, ୧ ଚୌକା, ୪ ଛକା) ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

ଜେସନ୍ ହୋଲ୍ଡର ଓ ଦିନେଶ ରାମଦିନ୍ ଶେଷଭାଗରେ ଭଲ ବ୍ୟାଟିଂ କରି ଟିମ୍ ସ୍କୋରକୁ ୨୦୦ ରନ୍ ଅତିକ୍ରମ କରାଇଥିଲେ। ହୋଲ୍ଡର୍ ୯ ବଲରେ ୧ ଚୌକା ଓ ୨ ଛକା ସହ ୨୪ ଓ ରାମଦିନ୍ ୭ ବଲରେ ୧୧ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ଦୀପକ ଚହର୍ ଅଧିକ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ସେ ୪ ଓଭରରେ ୫୬ ରନ୍ ବ୍ୟୟ କରି ମାତ୍ର ଗୋଟିଏ ୱିକେଟ୍ ପାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚହଲ୍ ୨ଟି, ସୁନ୍ଦର ଓ ଜାଡେଜା ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story