ପ୍ରଥମ ଟେଷ୍ଟ: ବାଂଲାଦେଶ ୨୩୩ ରନ୍‌ରେ ଅଲଆଉଟ୍‌

ରାୱଲପିଣ୍ଡି: ଶାହୀନ ଶାହ ଆଫ୍ରିଦିଙ୍କ ଘାତକ ବୋଲିଂ ବଳରେ ପାକିସ୍ତାନ ଏଠାରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟରେ ବାଂଲାଦେଶକୁ ୨୩୩ ରନରେ ଅଲଆଉଟ୍ କରି ଦେଇଛି। ବାଂଲାଦେଶ ପକ୍ଷରୁ ମହମ୍ମଦ ମିଥୁନ୍ ଅର୍ଦ୍ଧଶତକ ମାରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ଇନିଂସ୍ ଖେଳିପାରିନାହାନ୍ତି। ପାକିସ୍ତାନ ପକ୍ଷରୁ ଆଫ୍ରିଦି ସର୍ବାଧିକ ୪ ୱିକେଟ୍ ନେଇଛନ୍ତି। ପାକିସ୍ତାନ କ୍ୟାପଟେନ୍ ଆଝାର ଅଲୀ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବାଂଲାଦେଶ ତା’ର ଦୁଇ ଓପ୍ନର ତମିମ୍ […]

pak-vs-ban

Ranjit Kumar Jena
  • Published: Friday, 07 February 2020
  • , Updated: 08 February 2020, 07:59 AM IST

ରାୱଲପିଣ୍ଡି: ଶାହୀନ ଶାହ ଆଫ୍ରିଦିଙ୍କ ଘାତକ ବୋଲିଂ ବଳରେ ପାକିସ୍ତାନ ଏଠାରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟରେ ବାଂଲାଦେଶକୁ ୨୩୩ ରନରେ ଅଲଆଉଟ୍ କରି ଦେଇଛି। ବାଂଲାଦେଶ ପକ୍ଷରୁ ମହମ୍ମଦ ମିଥୁନ୍ ଅର୍ଦ୍ଧଶତକ ମାରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ଇନିଂସ୍ ଖେଳିପାରିନାହାନ୍ତି। ପାକିସ୍ତାନ ପକ୍ଷରୁ ଆଫ୍ରିଦି ସର୍ବାଧିକ ୪ ୱିକେଟ୍ ନେଇଛନ୍ତି।

ପାକିସ୍ତାନ କ୍ୟାପଟେନ୍ ଆଝାର ଅଲୀ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବାଂଲାଦେଶ ତା'ର ଦୁଇ ଓପ୍ନର ତମିମ୍ ଇକବାଲ୍ (୩) ଓ ଡେବ୍ୟୁଟାଣ୍ଟ ସୈଫ୍ ହାସନ୍ (୦)ଙ୍କୁ ଶସ୍ତାରେ ହରାଇଥିଲା। ନଜମୁଲ୍ ହୁସେନ୍ ଶାନ୍ତୋ (୪୪) ଓ କ୍ୟାପଟେନ୍ ମୋମିନୁଲ୍ ହକ୍ (୩୦) ତୃତୀୟ ୱିକେଟ୍ ପାଇଁ ୫୯ ରନର ଭାଗୀଦାରୀ କରିଥିଲେ।

ମଧ୍ୟକ୍ରମରେ ମହମଦୁଲ୍ଲା ୨୫ ରନ୍ କରି ଆଉଟ୍ ହୋଇଥିବା ବେଳେ ମିଥୁନ୍ ସର୍ବାଧିକ ୬୩ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଲୋୟର୍ ମିଡିଲ୍ ଅର୍ଡରରେ ଲିଟନ୍ ଦାସ (୩୩) ଓ ତାଇଜୁଲ୍ ଇସଲାମ୍ (୨୪) ମଧ୍ୟ ନିରାଶ କରିଥିଲେ। ରୁବେଲ୍ ହୁସେନ୍ (୧) ଓ ଆବୁ ଜାୟେଦ୍ (୦) ଦୁଇଅଙ୍କ ଛୁଇଁପାରିନଥିଲେ। ପାକିସ୍ତାନର ମହମ୍ମଦ ଆବାସ୍ ଓ ହାରିସ୍ ସୋହେଲ୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

Related story