ଏସିଡ୍ ଟେଷ୍ଟରେ ରୋହିତ୍ ଧମାକା

ବିଶାଖାପାଟଣ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଏଠାରେ ଆରମ୍ଭ ହୋଇଛି। ଉକ୍ତ ଟେଷ୍ଟରେ ସମସ୍ତଙ୍କ ନଜର ଯାହା ଉପରେ ଥିଲା, ସେ ହିଁ ଛାଇଗଲେ। ସେ ଆଉ କେହି ନୁହନ୍ତି, ବରଂ ହିଟମ୍ୟାନ୍ ଭାବେ ପରିଚିତ ରୋହିତ୍ ଶର୍ମା। ଦିନିକିଆ ଭଳି ଟେଷ୍ଟରେ ମଧ୍ୟ ରୋହିତ୍ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ନିଜର ଛାପ ଛାଡ଼ିବାରେ ସଫଳ ହୋଇଛନ୍ତି। ରୋହିତଙ୍କ ସହ ଓପନ୍ କରିଥିବା ମୟଙ୍କ ଅଗ୍ରୱାଲ ଦମଦାର […]

ROHIT

ROHIT

Ranjit Kumar Jena
  • Published: Wednesday, 02 October 2019
  • Updated: 02 October 2019, 04:30 PM IST

ବିଶାଖାପାଟଣ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଏଠାରେ ଆରମ୍ଭ ହୋଇଛି। ଉକ୍ତ ଟେଷ୍ଟରେ ସମସ୍ତଙ୍କ ନଜର ଯାହା ଉପରେ ଥିଲା, ସେ ହିଁ ଛାଇଗଲେ। ସେ ଆଉ କେହି ନୁହନ୍ତି, ବରଂ ହିଟମ୍ୟାନ୍ ଭାବେ ପରିଚିତ ରୋହିତ୍ ଶର୍ମା। ଦିନିକିଆ ଭଳି ଟେଷ୍ଟରେ ମଧ୍ୟ ରୋହିତ୍ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ନିଜର ଛାପ ଛାଡ଼ିବାରେ ସଫଳ ହୋଇଛନ୍ତି। ରୋହିତଙ୍କ ସହ ଓପନ୍ କରିଥିବା ମୟଙ୍କ ଅଗ୍ରୱାଲ ଦମଦାର ବ୍ୟାଟିଂ କରିଛନ୍ତି, ଯାହା ବଳରେ ଭାରତ ପ୍ରଥମ ଦିବସରେ ବର୍ଷା ବାଧାପ୍ରାପ୍ତ ସୁଦ୍ଧା ୫୯.୧ ଓଭରରେ ବିନା ୱିକେଟ୍ ହରାଇ ୨୦୨ ରନ୍ କରିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଅଭ୍ୟାସ ମ୍ୟାଚରେ ଶୂନରେ ଆଉଟ୍ ହେବା ପରେ ଓପ୍ନର ଭାବେ ରୋହିତଙ୍କ ପ୍ରଦର୍ଶନକୁ ନେଇ ନାନା ପ୍ରଶ୍ନ ଉଠୁଥିଲା। କିନ୍ତୁ ରୋହିତ ସେସବୁ କଥାକୁ ପଛରେ ପକାଇ ଏଠାରେ ଜବରଦସ୍ତ ଶତକ ମାରି ଭାରତର ଓପନିଂ ସମସ୍ୟା ଦୂର କରିବା ସହ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି।

ଚା'ପାନ ବିରତି ପରେ ବର୍ଷା ଲଗାତାର ଜାରି ରହିବାରୁ ଆଉ ଖେଳ ସମ୍ଭବ ହୋଇନଥିଲା, ଯେଉଁକାରଣରୁ ଅମ୍ପାୟାର ଷ୍ଟମ୍ପ୍ ଘୋଷଣା କରିଥିଲେ। ଷ୍ଟମ୍ପ୍ ଅପସାରଣ ବେଳକୁ ରୋହିତ୍ ୧୧୫ (୧୭୪ ବଲ୍, ୧୨ ଚୌକା, ୫ ଛକା) ଓ ମୟଙ୍କ ୮୪ (୧୮୩ ବଲ୍, ୧ ଚୌକା, ୨ ଛକା) ରନ୍ କରି ଅପରାଜିତ ଅଛନ୍ତି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାର କୌଣସି ବୋଲର ଭାରତୀୟ ଓପ୍ନରଙ୍କ ଉପରେ ପ୍ରଭାବ ପକାଇପାରି ନାହାନ୍ତି।

ଏହା ପୂର୍ବରୁ ଭାରତ କ୍ୟାପଟେନ୍ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ମ୍ୟାଚର ଦିନକ ପୂର୍ବରୁ ତା'ର ଚୂଡ଼ାନ୍ତ ଏକାଦଶ ଘୋଷଣା କରିଥିଲା। ରୋହିତଙ୍କୁ ଟେଷ୍ଟରେ ପ୍ରଥମଥର ଲାଗି ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ଚୟନ କରାଯାଇଥିଲା। କୋହଲି ଏହି ମ୍ୟାଚ୍ ପାଇଁ ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କୁ ବାଦ୍ ଦେଇ ଅଭିଜ୍ଞ ୱିକେଟକିପର ଋଦ୍ଧିମାନ ସାହାଙ୍କୁ ସୁଯୋଗ ଦେଇଥିଲେ । ଆହତରୁ ପ୍ରତ୍ୟାବର୍ତ୍ତନ କରିବା ପରେ ସାହାଙ୍କର ଏହା ପ୍ରଥମ ସିରିଜ୍।

ପ୍ରଥମ ସେସନ୍: ଭାରତର ଦୁଇ ଓପ୍ନର ରୋହିତ୍ ଓ ମୟଙ୍କ ଆରମ୍ଭରୁ ସତର୍କତାର ସହ ବ୍ୟାଟିଂ କରିଥିଲେ। ପ୍ରାକ୍ଟିସ୍ ମ୍ୟାଚରେ ଖାତା ଖୋଲିପାରି ନଥିବା ରୋହିତ୍ ଓପ୍ନର ଭାବେ ଟେଷ୍ଟରେ ନିଜର ପ୍ରଥମ ରନ୍ ଚୌକା ମାରି କରିଥିଲେ  ସେ କାଗିସୋ ରବାଡାଙ୍କ ବଲରେ ଏହି ଚୌକା ମାରିଥିଲେ। ତେବେ ଭାରତୀୟ ଓପ୍ନରଦ୍ୱୟ କୌଣସି ରିସ୍କ୍ ନେବାରୁ ଦୂରେଇ ରହିଥିଲେ। ଦୁହେଁ ୧୯.୧ ଓଭରରେ ଭାରତର ସ୍କୋରକୁ ୫୦ ରନରେ ପହଞ୍ଚାଇଥିଲେ। ମୟଙ୍କଙ୍କ ଅପେକ୍ଷା ରୋହିତ୍ ସାମାନ୍ୟ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ରୋହିତ୍ ୮୪ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଏହିପରି ଭାବେ ଦୁହେଁ ମଧ୍ୟାହ୍ନ ଭୋଜନ ସୁଦ୍ଧା ଭାରତର ସ୍କୋରକୁ ବିନା କ୍ଷତିରେ ୯୧ ରନରେ ପହଞ୍ଚାଇଥିଲେ।

ଦ୍ୱିତୀୟ ସେସନ୍: ମଧ୍ୟାହ୍ନ ଭୋଜନ ପରେ ଭାରତ ୩୫.୩ ଓଭରରେ ୧୦୦ ରନ୍ ପୂରଣ କରିଥିଲା। ମୟଙ୍କ ନିଜର ଚତୁର୍ଥ ଟେଷ୍ଟ ଅର୍ଦ୍ଧଶତକ ୧୧୪ ବଲରେ ହାସଲ କରିଥିଲେ। ଅଗ୍ରୱାଲ୍ ଛକା ମାରି ଅର୍ଦ୍ଧଶତକ ପୂରଣ କରିଥିଲେ। ଏହା ମଧ୍ୟରେ ଭ୍ରମଣକାରୀ ଟିମର କ୍ୟାପଟେନ୍ ଫାଫ୍ ଡ୍ୟୁପ୍ଲେସିସ୍ ସବୁ ବୋଲରଙ୍କୁ ଲଗାଇଥିଲେ ହେଁ, ତାଙ୍କୁ କୌଣସି ସଫଳତା ମିଳିନଥିଲା। ଦ୍ୱିତୀୟ ସେସନରେ ରୋହିତ୍ ଅଧିକ ଆକ୍ରମକ ବ୍ୟାଟିଂ ନିଜର ଶତକ ଆଡ଼କୁ ଅଗ୍ରସର ହୋଇଥିଲେ।

ଭାରତ ୪୭.୫ ଓଭରରେ ୧୫୦ ରନ୍ ପୂରଣ କରିଥିଲେ। ଏହା ପରେ ରୋହିତ୍ ୧୫୪ ବଲରେ ନିଜର ଚତୁର୍ଥ ଟେଷ୍ଟ ଶତକ ପୂରଣ କରିଥିଲେ। ଅର୍ଦ୍ଧଶତକରୁ ଶତକ ପୂରଣ କରିବା ପାଇଁ ରୋହିତ୍ ୭୦ ବଲର ସହାୟତା ନେଇଥିଲେ। ମୟଙ୍କ ହୁଏତ ଧିମା ବ୍ୟାଟିଂ କରିଥିଲେ, କିନ୍ତୁ ସେ ରୋହିତଙ୍କୁ ଭରପୂର ସହଯୋଗ ଦେଇଥିଲେ। ଭାରତର ସ୍କୋର ୫୯.୧ ଓଭରରେ ୨୦୨ ରନରେ ଥିବା ବେଳେ ଖରାପ ଆଲୋକ ଯୋଗୁ ଖେଳ ବନ୍ଦ ରହିଥିଲା। ଏପରିକି ଅମ୍ପାୟାର ଏହି ସମୟରେ ଚା'ପାନ ବିରତି ନେଇଥିଲେ। କିନ୍ତୁ ଏହା ପରେ ବର୍ଷା ଆରମ୍ଭ ହୋଇଯାଇଥିଲା, ଯାହା ପରେ ମ୍ୟାଚ୍ ସମ୍ଭବ ହୋଇନଥିଲା। ବର୍ଷା ନଛାଡ଼ିବାରୁ ଅମ୍ପାୟାର ଦିବସର ଖେଳ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଡେନ୍ ପିଟ୍ ଅଧିକ ମହଙ୍ଗା ସାବ୍ୟସ୍ତ ହୋଇଥିଲେ, ଯିଏ ୭ ଓଭରରେ ୪୩ ରନ୍ ବ୍ୟୟ କରିଥିଲେ। ଅନ୍ୟ ବୋଲରଙ୍କ ମଧ୍ୟରେ ଅଭିଜ୍ଞ ଭର୍ନନ୍ ଫିଲାଣ୍ଡର, କାଗିସୋ ରବାଡା, କେଶବ ମହାରାଜ ଓ ସେନୁରାନ ମୁଥୁସାମି ନିରାଶ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story