ପର୍ଥ ଟେଷ୍ଟ: ଷ୍ଟାର୍କଙ୍କ ବୋଲିଂ ଆଗରେ ନ୍ୟୁଜିଲ୍ୟାଣ୍ଡ ଧରାଶାୟୀ

ପର୍ଥ: ପର୍ଥରେ ଚାଲିଥିବା ପ୍ରଥମ ଦିବାରାତ୍ର ଟେଷ୍ଟର ଦ୍ୱିତୀୟ ଦିବସରେ ଅଷ୍ଟ୍ରେଲୀୟ ପେସ୍ ବୋଲର ମିଚେଲ୍ ଷ୍ଟାର୍କ (୪/୩୧)ଙ୍କ ଘାତକ ବୋଲିଂ ଆଗରେ ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ଧରାଶାୟୀ ହୋଇଛି। ଏହି ମୁକାବିଲାରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ୍ ସ୍କୋର ୪୧୬ ରନ୍ ଜବାବରେ ନ୍ୟୁଜିଲ୍ୟାଣ୍ଡ୍ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୫ ୱିକେଟ୍ ହରାଇ ୧୦୯ ରନ୍ କରିଛି। କିୱି ଟିମ୍ ପକ୍ଷରୁ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ରସ୍ ଟେଲର୍ କ୍ରିଜରେ ଜମି ରହିଛନ୍ତି। ଟେଲର୍ ୮୬ ବଲରେ […]

starc

starc

Ranjit Kumar Jena
  • Published: Friday, 13 December 2019
  • Updated: 13 December 2019, 08:38 PM IST

ପର୍ଥ: ପର୍ଥରେ ଚାଲିଥିବା ପ୍ରଥମ ଦିବାରାତ୍ର ଟେଷ୍ଟର ଦ୍ୱିତୀୟ ଦିବସରେ ଅଷ୍ଟ୍ରେଲୀୟ ପେସ୍ ବୋଲର ମିଚେଲ୍ ଷ୍ଟାର୍କ (୪/୩୧)ଙ୍କ ଘାତକ ବୋଲିଂ ଆଗରେ ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ଧରାଶାୟୀ ହୋଇଛି। ଏହି ମୁକାବିଲାରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ୍ ସ୍କୋର ୪୧୬ ରନ୍ ଜବାବରେ ନ୍ୟୁଜିଲ୍ୟାଣ୍ଡ୍ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୫ ୱିକେଟ୍ ହରାଇ ୧୦୯ ରନ୍ କରିଛି। କିୱି ଟିମ୍ ପକ୍ଷରୁ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ରସ୍ ଟେଲର୍ କ୍ରିଜରେ ଜମି ରହିଛନ୍ତି।

ଟେଲର୍ ୮୬ ବଲରେ ୮ ଚୌକା ସହ ୬୬ ରନରେ ବ୍ୟାଟିଂ କରୁଛନ୍ତି। ତାଙ୍କ ସହ ବିଜେ ୱାଟଲିଙ୍ଗ୍ କୌଣସି ରନ୍ ନକରି ଅପରାଜିତ ଅଛନ୍ତି। ଟେଲରଙ୍କ ବ୍ୟତୀତ କିୱି ଟିମର କ୍ୟାପଟେନ୍ କେନ୍ ୱିଲିୟନସନ୍ ହିଁ ଦୁଇଅଙ୍କ ଛୁଇଁଛନ୍ତି। ୱିଲିୟମସନ୍ ୭୦ ବଲରେ ୭ ଚୌକା ସହ ୩୪ ରନର ଇନିଂସ୍ ଖେଳିଛନ୍ତି ଏବଂ ଟେଲରଙ୍କ ସହ ମିଶି ତୃତୀୟ ୱିକେଟ୍ ପାଇଁ ୭୬ ରନର ଭାଗୀଦାରୀ କରିଛନ୍ତି। ଏହି ଭାଗୀଦାରୀକୁ ମଧ୍ୟ ଷ୍ଟାର୍କ ଭାଙ୍ଗିଥିଲେ।

ଷ୍ଟାର୍କଙ୍କ ବୋଲିଂରେ ୱିଲିୟମସନ୍ ସ୍ଲିପରେ ଷ୍ଟିଭ୍ ସ୍ମିଥଙ୍କୁ କ୍ୟାଚ୍ ଦେଇ ବସିଥିଲେ। ଏହା ପୂର୍ବରୁ ଷ୍ଟାର୍କ କିୱି ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ଟମ୍ ଲାଥାମ (୦)ଙ୍କୁ ମଧ୍ୟ ପ୍ୟାଭିଲିୟନ୍ ପଠାଇଥିଲେ। ଅନ୍ୟତମ ଓପ୍ନର ଜିତ୍ ରାଭାଲ (୧)ଙ୍କୁ ଜୋଶ୍ ହେଜଲଉଡ୍ କ୍ଲିନ୍ ବୋଲ୍ଡ କରିଥିଲେ। ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ହେନରୀ ନିକୋଲ୍ସ ମାତ୍ର ୭ ରନ୍ କରିଥିବା ବେଳେ ନାଇଟ୍ ୱାଚମ୍ୟାନ୍ ଭାବେ ବ୍ୟାଟିଂ କରିବାକୁ ଆସିଥିବା ନିଲ୍ ୱାଗନର୍ ଖାତା ଖୋଲିବା ପୂର୍ବରୁ ଷ୍ଟାର୍କଙ୍କ ଶିକାର ହୋଇଥିଲେ।

ଏହା ପୂର୍ବରୁ ଅଷ୍ଟ୍ରେଲିଆ ଦ୍ୱିତୀୟ ଦିବସରେ ଅସମାପ୍ତ ୨୪୮/୪ରୁ ଖେଳ ଆରମ୍ଭ କରିଥିଲା। ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ମାର୍ନସ୍ ଲାବୁଶେନ୍ ଓ ଟ୍ରାଭିସ୍ ହେଡ୍ ପଞ୍ଚମ ୱିକେଟ୍ ପାଇଁ ୭୬ ରନ୍ ଯୋଡ଼ିଥିଲେ। ଲାବୁଶେନ୍ ନିଜ ଖାତାରେ ଆଉ ୩୩ନ ରନ୍ ଯୋଡ଼ି ୱାଗନରଙ୍କ ଶିକାର ହୋଇଥିଲେ। ସେ ୨୪୦ ବଲର ସାମ୍ନା କରି ୧୮ ଚୌକା ଓ ୧ ଛକା ସହାୟତାରେ ୧୪୩ ରନ୍ କରିଥିଲେ। ତାଙ୍କ ପରେ ହେଡଙ୍କୁ ଟିମ୍ ସାଉଦୀ ପ୍ୟାଭିଲିୟନ୍ ପଠାଇଥିଲେ । ହେଡ୍ ୫୬ (୯୭ ବଲ୍‌, ୧୦ ଚୌକା) ରନ୍ କରିଥିଲେ।

କ୍ୟାପଟେନ୍ ଟିମ୍ ପେନ୍ (୩୯), ପ୍ୟାଟ୍ କମିନ୍ସ (୨୦) ଓ ଷ୍ଟାର୍କ (୩୦)ଙ୍କ ଉପଯୋଗୀ ଯୋଗାଦାନ ଦ୍ୱାରା ଅଷ୍ଟ୍ରେଲିଆ ୪୧୬ ରନର ମଜଭୁତ୍ ସ୍କୋର କରିପାରିଥିଲା। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ସାଉଦୀ ୯୩ ରନ୍ ଦେଇ ୪ଟି ଓ ୱାଗନର୍ ୯୨ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ। ସେହିପରି କଲିନ୍ ଡି'ଗ୍ରାଣ୍ଡହୋମ୍ ଓ ଜିତ୍ ରାଭାଲ୍ ଗୋଟିଏ ଲେଖାଏ ୱିକେଟ୍ ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos