ଆସନ୍ତା ୨ ଦିନରେ ଆସିବ ନରସିଂହଙ୍କ ଡୋପ ଟେଷ୍ଟର ରିପୋର୍ଟ

ନୂଆଦିଲ୍ଲୀ: ଡୋପିଂ ଟେଷ୍ଟରେ ବିଫଳ ହୋଇଥିବା ନରସିଂହ ଯାଦବଙ୍କ ଫାଇନାଲ ରିପୋର୍ଟ ଆସନ୍ତା ୨ ଦିନ ମଧ୍ୟରେ ଲୋକଲୋଚନକୁ ଆସିବ।ସେପର୍ଯ୍ୟନ୍ତ ସେ ନିଲମ୍ବିତ ରହିବେ ବୋଲି ଲୋକସଭାରେ କହିଛନ୍ତି କେନ୍ଦ୍ର ସରକାର। କୁସ୍ତିଯୋଦ୍ଧା ନରସିଂହଙ୍କ ଡୋପ ବିଫଳତା ବାବଦରେ ସାଂସଦଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କ୍ରୀଡାମନ୍ତ୍ରୀ ବିଜୟ ଗୋଏଲ କହିଛନ୍ତି ଯେ ଆନାବୋଲିକ ଷ୍ଟେରଏଡ ବଜାରରେ ଖୋଲାଖୋଲି ବିକ୍ରି ଉପରେ ଅଙ୍କୁଶ ଲଗାଇବା ପାଇଁ ସଭ୍ୟମାନେ କରିଥିବା ଦାବି ଉପରେ ସରକାର ବିଚାର କରିବେ। ନ୍ୟାସନାଲ […]

narsingh yadav

Rakesh Mallick
  • Published: Wednesday, 27 July 2016
  • , Updated: 27 July 2016, 05:30 PM IST

ନୂଆଦିଲ୍ଲୀ: ଡୋପିଂ ଟେଷ୍ଟରେ ବିଫଳ ହୋଇଥିବା ନରସିଂହ ଯାଦବଙ୍କ ଫାଇନାଲ ରିପୋର୍ଟ ଆସନ୍ତା ୨ ଦିନ ମଧ୍ୟରେ ଲୋକଲୋଚନକୁ ଆସିବ।ସେପର୍ଯ୍ୟନ୍ତ ସେ ନିଲମ୍ବିତ ରହିବେ ବୋଲି ଲୋକସଭାରେ କହିଛନ୍ତି କେନ୍ଦ୍ର ସରକାର।

କୁସ୍ତିଯୋଦ୍ଧା ନରସିଂହଙ୍କ ଡୋପ ବିଫଳତା ବାବଦରେ ସାଂସଦଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କ୍ରୀଡାମନ୍ତ୍ରୀ ବିଜୟ ଗୋଏଲ କହିଛନ୍ତି ଯେ ଆନାବୋଲିକ ଷ୍ଟେରଏଡ ବଜାରରେ ଖୋଲାଖୋଲି ବିକ୍ରି ଉପରେ ଅଙ୍କୁଶ ଲଗାଇବା ପାଇଁ ସଭ୍ୟମାନେ କରିଥିବା ଦାବି ଉପରେ ସରକାର ବିଚାର କରିବେ। ନ୍ୟାସନାଲ ଆଣ୍ଟିଂ ଡୋପିଂ ଏଜେନ୍ସି (ନାଡା) ୱାଲ୍ଡ ଆଣ୍ଟି ଡୋପିଂ ଏଜେନ୍ସି(ୱାଡା) ଅଧୀନରେ କାର୍ଯ୍ୟ କରେ। ଏହି ମାମଲାର ତଦନ୍ତଭାର ଆଣ୍ଟି ଡୋପିଂ ପ୍ୟାନେଲକୁ ହସ୍ତାନ୍ତର କରାଯାଇଛି। ଏହି ସଂସ୍ଥା ନିରପେକ୍ଷ ଭାବେ ଏହାର ତଦନ୍ତ କରି ଆସନ୍ତା ୨ ଦିନ ମଧ୍ୟରେ ରିପୋର୍ଟ ଦେବ। ଏହା ପରେ ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିବ।”

ଅନ୍ୟପକ୍ଷରେ କ୍ରୀଡ଼ାମନ୍ତ୍ରୀଙ୍କ ଏହି ଉତ୍ତରରେ ବିରୋଧୀ ଦଳ ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ।

Related story