IPL-11: ପ୍ଲେଅଫ୍‌ରେ ପହଞ୍ଚିଲେ ଏହି 4ଟି ଦଳ: ଟପ୍‌-2 ଟିମ୍‌ ପାଇଁ ସୁଯୋଗ

ଆଇପିଏଲର ୧୧ତମ ସିଜିନ ପାଇଁ ପ୍ଲେଅଫ୍‌ ସୂଚୀ ସ୍ପଷ୍ଟ ହୋଇଯାଇଛି। ପ୍ଲେଅଫ୍ ପାଇଁ ୪ଟି ଟିମ୍‌ ନିଜ ସ୍ଥାନ ପକ୍କା କରିଛନ୍ତି। ଶେଷ ଲିଗ୍‌ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍କ୍ସ ପଞ୍ଜାବକୁ ୫ ୱିକେଟ୍‌ରେ ହରାଇବା ପରେ ପ୍ଲେଅଫ୍‌ରେ କେଉଁ ୪ଟି ଟିମ୍ ଖେଳିବେ ତାହା ଜଣାପଡ଼ିଛି। ହାଇଦ୍ରାବାଦ, ଚେନ୍ନାଇ, କେକେଆର୍‌ ଓ ରାଜସ୍ଥାନ ରୟାଲ୍ସ ପ୍ଲେଏଫ୍‌ରେ ପହଞ୍ଚିଯାଇଛନ୍ତି। ହାଇଦ୍ରାବାଦ ଓ ଚେନ୍ନାଇ ଟପ୍‌-୨ରେ ରହିଥିବାରୁ ଏହି ଦୁଇ ଟିମ୍‌, ପ୍ଲେଅଫ କ୍ୱାଲିଫାୟର-୧ରେ ହାରିଲେ ଆଉ ଏକ […]

555_1526835320_618x347

Rakesh Mallick
  • Published: Monday, 21 May 2018
  • , Updated: 21 May 2018, 01:25 AM IST

ଆଇପିଏଲର ୧୧ତମ ସିଜିନ ପାଇଁ ପ୍ଲେଅଫ୍‌ ସୂଚୀ ସ୍ପଷ୍ଟ ହୋଇଯାଇଛି। ପ୍ଲେଅଫ୍ ପାଇଁ ୪ଟି ଟିମ୍‌ ନିଜ ସ୍ଥାନ ପକ୍କା କରିଛନ୍ତି। ଶେଷ ଲିଗ୍‌ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍କ୍ସ ପଞ୍ଜାବକୁ ୫ ୱିକେଟ୍‌ରେ ହରାଇବା ପରେ ପ୍ଲେଅଫ୍‌ରେ କେଉଁ ୪ଟି ଟିମ୍ ଖେଳିବେ ତାହା ଜଣାପଡ଼ିଛି। ହାଇଦ୍ରାବାଦ, ଚେନ୍ନାଇ, କେକେଆର୍‌ ଓ ରାଜସ୍ଥାନ ରୟାଲ୍ସ ପ୍ଲେଏଫ୍‌ରେ ପହଞ୍ଚିଯାଇଛନ୍ତି। ହାଇଦ୍ରାବାଦ ଓ ଚେନ୍ନାଇ ଟପ୍‌-୨ରେ ରହିଥିବାରୁ ଏହି ଦୁଇ ଟିମ୍‌, ପ୍ଲେଅଫ କ୍ୱାଲିଫାୟର-୧ରେ ହାରିଲେ ଆଉ ଏକ ସୁଯୋଗ ମିଳିବ। ଆସନ୍ତା ୨୨ ତାରିଖରେ କ୍ୱାଲିଫାୟର-୧ରେ ଏହି ଦୁଇଟି ଟିମ୍‌ ମଧ୍ୟରେ ଲଢ଼େଇ ହେବ। ଯେଉଁ ଟିମ୍‌ ଜିତିବ ସିଧା ଫାଇନାଲରେ ପହଞ୍ଚିବ। ସେପଟେ ହାରିବା ଟିମ୍‌କୁ ଆଉ ଏକ ସୁଯୋଗ ମିଳିବ ଫାଇନାଲରେ ପହଞ୍ଚିବା ପାଇଁ।ଅନ୍ୟପଟେ ତୃତୀୟ ଓ ଚତୁର୍ଥ ସ୍ଥାନରେ ଥିବା କେକେଆର୍‌ ଓ ରାଜସ୍ଥାନ ଆସନ୍ତା ୨୩ ତାରିଖରେ ଏଲିମିନେଟର୍‌ ରାଉଣ୍ଡରେ ସାମ୍ନାସାମ୍ନି ହେବେ। ହାରିବା ଟିମ୍‌ ପ୍ରତିଯୋଗିତାରୁ ବିଦା ହେବ। ଏବଂ ଜିତିବା ଟିମ୍‌ କ୍ୱାଲିଫାୟର-୧ରେ ହାରିଥିବା ଟିମ୍‌ ସହ ମ୍ୟାଚ୍‌ ଖେଳିବ। ଏବଂ ଏହି ମ୍ୟାଚ୍‌ରେ ଜିତିବା ଟିମ୍‌ ଫାଇନାଲରେ ପହଞ୍ଚିବ। ଫାଇନାଲ ମ୍ୟାଚ୍ ମେ ୨୭ ତାରିଖରେ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡ଼ିୟମରେ ଖେଳାଯିବ।

Related story