୨୦୨୦ ଟୋକିଓ ଅଲିମ୍ପିକ୍ସ ହକି କ୍ରୀଡ଼ାସୂଚୀ ଘୋଷିତ

ଟୋକିଓ: ଆସନ୍ତାବର୍ଷ ଟୋକିଓରେ ହେବାକୁଥିବା ଅଲିମ୍ପିକ୍ସ ହକି ମ୍ୟାଚ୍ ମଙ୍ଗଳବାର ପାଇଁ କ୍ରୀଡ଼ାସୂଚୀ ଘୋଷିତ ହୋଇଛି। ଭାରତୀୟ ପୁରୁଷ ହକି ଟିମ୍ ଜୁଲାଇ ୨୫ ତାରିଖରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ତା’ର ପ୍ରଥମ ମ୍ୟାଚ୍ ଖେଳିବ। ସେହିଦିନ ଭାରତୀୟ ମହିଳା ହକି ଟିମ୍ ତା’ର ପ୍ରଥମ ମ୍ୟାଚରେ ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ନେଦରଲ୍ୟାଣ୍ଡକୁ ଭେଟିବ। ଭାରତୀୟ ପୁରୁଷ ହକି ଟିମ୍ ଗ୍ରୁପ୍‌-ଏ’ରେ ବିଶ୍ୱ ଚାମ୍ପିୟନ୍ ଅଷ୍ଟ୍ରେଲିଆ, ସ୍ପେନ୍‌, ଡିଫେଣ୍ଡିଂ ଚାମ୍ପିୟନ୍ ଆର୍ଜେଣ୍ଟିନା ଓ ଆୟୋଜକ ଜାପାନ ସହ […]

hockey

Ranjit Kumar Jena
  • Published: Tuesday, 17 December 2019
  • , Updated: 17 December 2019, 06:15 PM IST

ଟୋକିଓ: ଆସନ୍ତାବର୍ଷ ଟୋକିଓରେ ହେବାକୁଥିବା ଅଲିମ୍ପିକ୍ସ ହକି ମ୍ୟାଚ୍ ମଙ୍ଗଳବାର ପାଇଁ କ୍ରୀଡ଼ାସୂଚୀ ଘୋଷିତ ହୋଇଛି। ଭାରତୀୟ ପୁରୁଷ ହକି ଟିମ୍ ଜୁଲାଇ ୨୫ ତାରିଖରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ତା'ର ପ୍ରଥମ ମ୍ୟାଚ୍ ଖେଳିବ। ସେହିଦିନ ଭାରତୀୟ ମହିଳା ହକି ଟିମ୍ ତା'ର ପ୍ରଥମ ମ୍ୟାଚରେ ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ନେଦରଲ୍ୟାଣ୍ଡକୁ ଭେଟିବ। ଭାରତୀୟ ପୁରୁଷ ହକି ଟିମ୍ ଗ୍ରୁପ୍‌-ଏ'ରେ ବିଶ୍ୱ ଚାମ୍ପିୟନ୍ ଅଷ୍ଟ୍ରେଲିଆ, ସ୍ପେନ୍‌, ଡିଫେଣ୍ଡିଂ ଚାମ୍ପିୟନ୍ ଆର୍ଜେଣ୍ଟିନା ଓ ଆୟୋଜକ ଜାପାନ ସହ ସ୍ଥାନ ପାଇଛି। ସେହିପରି ମହିଳା ଟିମ୍ ଗ୍ରୁପ୍‌-ଏ'ରେ ଜର୍ମାନୀ, ଗ୍ରେଟ୍ ବ୍ରିଟେନ୍‌, ଆୟର୍ଲ୍ୟାଣ୍ଡ ଓ ଦକ୍ଷିଣ ଆଫ୍ରିକା ସହ ସ୍ଥାନ ପାଇଛି।

ପୁରୁଷ ଦଳ ତା'ର ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆକୁ ଜୁଲାଇ ୨୬ ତାରିଖରେ ଭେଟିବ। ଏହା ପରେ ଭାରତ ଜୁଲାଇ ୨୮ରେ ସ୍ପେନ୍‌, ଜୁଲାଇ ୩୦ରେ ଆର୍ଜେଣ୍ଟିନା ଏବଂ ୩୧ ତାରିଖରେ ଜାପାନକୁ ଭେଟିବ। ମହିଳା ଟିମ୍ ଜୁଲାଇ ୨୭ ତାରିଖରେ ଜର୍ମାନୀକୁ, ଜୁଲାଇ ୨୯ରେ ଗ୍ରେଟ୍ ବ୍ରିଟେନ୍‌, ଜୁଲାଇ ୩୧ ତାରିଖରେ ଆୟର୍ଲ୍ୟାଣ୍ଡ୍ ଏବଂ ଅଗଷ୍ଟ ୧ ତାରିଖରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ପୁରୁଷ ଓ ମହିଳା ଦଳର ସ୍ୱର୍ଣ୍ଣ ପଦକ ମ୍ୟାଚ୍ ଅଗଷ୍ଟ ୬ ଓ ୭ ତାରିଖରେ ଖେଳାଯିବ।

ଏଫଆଇଏଚ୍ ବିଶ୍ୱ ରାଙ୍କିଙ୍ଗରେ ପଞ୍ଚମ ସ୍ଥାନରେ ଥିବା ଭାରତୀୟ ପୁରୁଷ ଟିମ୍ ଭୁବନେଶ୍ୱରରେ ଆୟୋଜିତ ଅଲିମ୍ପିକ୍ କ୍ୱାଲିଫାୟରରେ ରୁଷକୁ ୧୧-୩ ଗୋଲରେ ହରାଇ ଟୋକିଓ ଟିକେଟ୍ କାଟିଥିଲା । ସେହିପରି ନବମ ସ୍ଥାନରେ ଥିବା ମହିଳା ଟିମ୍ କ୍ୱାଲିଫାୟର୍ ମୁକାବିଲାରେ ଆମେରିକାକୁ ୬-୫ ଗୋଲରେ ହରାଇ ଅଲିମ୍ପିକକୁ ଯୋଗ୍ୟତା ଅର୍ଜନ କରିଥିଲା।

ମଙ୍ଗଳବାର ଟୋକିଓରେ ଆୟୋଜିତ ବୈଠକରେ ଏଫଆଇଏଚ୍ କାର୍ଯ୍ୟକାରୀ ବୋର୍ଡର ସଦସ୍ୟ ଏବଂ ଆଇଓସି ଅଲିମ୍ପିକ୍ ସଲିଡାରିଟୀ କମିଶନ୍ ମେମ୍ବର୍ ତୟବ ଇକ୍ରମ, ୨୦୨୦ ଟୋକିଓ ଅଲିମ୍ପିକ୍ ସ୍ପୋର୍ଟ୍ସ ଡାଇରେକ୍ଟର କୋଜି ମୁରୋଫୁଶି, ଜାପାନ ଜାତୀୟ ମହିଳା ହକି ଟିମ୍ ଖେଳାଳି ଶିହୋରୀ ଓଇକାୱା ଏବଂ ଜାପାନ ଜାତୀୟ ପୁରୁଷ ହକି ଦଳର ଖେଳାଳି ସାରେନ୍ ତାନାକା ଉପସ୍ଥିତ ଥିଲେ।

Related story