ଗମ୍ଭୀରଙ୍କ ଅନୁପସ୍ଥିତିରେ ଦିଲ୍ଲୀ ପାସ୍‌: କେକେଆର୍‌ ଆଗରେ ବିଶାଳ ଲକ୍ଷ୍ୟ

କେକେଆର୍‌ ଆଗରେ ୨୨୦ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ। ଲଗାତାର ଖରାପ ପ୍ରଦର୍ଶନ ପରେ ଆଜି କେକେଆର୍ ବିପକ୍ଷରେ ଦିଲ୍ଲୀ ଡେୟାରର ବ୍ୟାଟ୍ସମ୍ୟାନ୍‌ ଆକର୍ଷଣୀୟ ବ୍ୟାଟିଂ କରି ଦଳର ସ୍କୋରକୁ ୨୦୦ ପାର କରିଛନ୍ତି। ଆଜିର ମ୍ୟାଚରେ ଦିଲ୍ଲୀ ଦଳର ନେତୃତ୍ୱ ନେଇଥିବା ଶ୍ରେୟସ ଆୟର ବିସ୍ଫୋରକ ବ୍ୟାଟିଂ କରିଥିବାବେଳେ ତାଙ୍କୁ ସାଥ୍‌ ଦେଇଥିଲେ ଯୁବ ଖେଳାଳି ପ୍ରିଥ୍ୱୀ-ଶା। ଆୟର ୪୦ ବଲରୁ ୧୦ଟି ଛକା ଓ ୩ଟି ଚୌକା ସହ ୯୩ ରନ କରିଥିବା ବେଳେ […]

Delhi-Daredevils5-lg-750x440

Rakesh Mallick
  • Published: Friday, 27 April 2018
  • , Updated: 27 April 2018, 10:15 PM IST

କେକେଆର୍‌ ଆଗରେ ୨୨୦ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ। ଲଗାତାର ଖରାପ ପ୍ରଦର୍ଶନ ପରେ ଆଜି କେକେଆର୍ ବିପକ୍ଷରେ ଦିଲ୍ଲୀ ଡେୟାରର ବ୍ୟାଟ୍ସମ୍ୟାନ୍‌ ଆକର୍ଷଣୀୟ ବ୍ୟାଟିଂ କରି ଦଳର ସ୍କୋରକୁ ୨୦୦ ପାର କରିଛନ୍ତି। ଆଜିର ମ୍ୟାଚରେ ଦିଲ୍ଲୀ ଦଳର ନେତୃତ୍ୱ ନେଇଥିବା ଶ୍ରେୟସ ଆୟର ବିସ୍ଫୋରକ ବ୍ୟାଟିଂ କରିଥିବାବେଳେ ତାଙ୍କୁ ସାଥ୍‌ ଦେଇଥିଲେ ଯୁବ ଖେଳାଳି ପ୍ରିଥ୍ୱୀ-ଶା। ଆୟର ୪୦ ବଲରୁ ୧୦ଟି ଛକା ଓ ୩ଟି ଚୌକା ସହ ୯୩ ରନ କରିଥିବା ବେଳେ ପ୍ରିଥ୍ୱୀ ଆଜି ଆଇପିଏଲର ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି। ଗମ୍ଭୀର ଦଳର ନେତୃତ୍ୱ ଭାର ଛାଡ଼ିବା ପରେ ଆଜିର ମ୍ୟାଚ୍‌ରେ ସେ ଟିମ୍‌ ଇଲେଭେନ୍‌ରୁ ବାଦ ପଡ଼ିଥିଲେ। ତାଙ୍କ ଅନୁପସ୍ଥିତିରେ ଦଳ ଆକର୍ଷଣୀୟ ପ୍ରଦର୍ଶନ କରିଥିବାରୁ ତାଙ୍କ ନେତୃତ୍ୱ ପ୍ରତି ଏବେ ସୋସିଆଲ୍‌ ମିଡ଼ିଆରେ ପ୍ରଶ୍ନ ଉଠିଛି।

Related story