ଜାତୀୟ ସିନିୟର ମହିଳା ଫୁଟବଲ ଚାମ୍ପିୟନଶିପ୍: ସେମିରେ ହାରିଲା ଓଡ଼ିଶା

କଟକ (ଓଡ଼ିଶା ରିପୋର୍ଟର): ଅରୁଣାଚଳ ପ୍ରଦେଶରେ ଚାଲିଥିବା ୨୫ତମ ଜାତୀୟ ସିନିୟର ମହିଳା ଫୁଟବଲ ଚାମ୍ପିୟନଶିପରେ ଓଡ଼ିଶାର ଅଭିଯାନ ଶେଷ ହୋଇଛି। ରବିବାର ସିଏଚଏଫ୍ ଷ୍ଟାଡିୟମରେ ଖେଳାଯାଇଥିବା ସେମିଫାଇନାଲରେ ଓଡ଼ିଶା ୧-୩ ଗୋଲରେ ଇଣ୍ଡିଆନ୍ ରେଲୱେଠାରୁ ହାରି ଚାମ୍ପିୟନଶିପରୁ ବିଦାୟ ନେଇଛି। ବିଜୟ ସହ ଇଣ୍ଡିଆନ୍ ରେଲୱେ ଫାଇନାଲରେ ପ୍ରବେଶ କରିଛି। ଫାଇନାଲରେ ଟିମର ସାମ୍ନା ମଣିପୁର ସହ ହେବ। ସେମିଫାଇନାଲରେ ଓଡ଼ିଶା ଦ୍ୱିତୀୟାର୍ଦ୍ଧରେ ଭଲ ପ୍ରଦର୍ଶନ କରିଥିଲା। କିନ୍ତୁ ପ୍ରଥମାର୍ଦ୍ଧରେ ଇଣ୍ଡିଆନ୍ ରେଲୱେ ଟିମ୍ ଆକ୍ରମଣାତ୍ମକ […]

women

Ranjit Kumar Jena
  • Published: Sunday, 22 September 2019
  • , Updated: 22 September 2019, 06:31 PM IST

କଟକ (ଓଡ଼ିଶା ରିପୋର୍ଟର): ଅରୁଣାଚଳ ପ୍ରଦେଶରେ ଚାଲିଥିବା ୨୫ତମ ଜାତୀୟ ସିନିୟର ମହିଳା ଫୁଟବଲ ଚାମ୍ପିୟନଶିପରେ ଓଡ଼ିଶାର ଅଭିଯାନ ଶେଷ ହୋଇଛି। ରବିବାର ସିଏଚଏଫ୍ ଷ୍ଟାଡିୟମରେ ଖେଳାଯାଇଥିବା ସେମିଫାଇନାଲରେ ଓଡ଼ିଶା ୧-୩ ଗୋଲରେ ଇଣ୍ଡିଆନ୍ ରେଲୱେଠାରୁ ହାରି ଚାମ୍ପିୟନଶିପରୁ ବିଦାୟ ନେଇଛି।

ବିଜୟ ସହ ଇଣ୍ଡିଆନ୍ ରେଲୱେ ଫାଇନାଲରେ ପ୍ରବେଶ କରିଛି। ଫାଇନାଲରେ ଟିମର ସାମ୍ନା ମଣିପୁର ସହ ହେବ। ସେମିଫାଇନାଲରେ ଓଡ଼ିଶା ଦ୍ୱିତୀୟାର୍ଦ୍ଧରେ ଭଲ ପ୍ରଦର୍ଶନ କରିଥିଲା। କିନ୍ତୁ ପ୍ରଥମାର୍ଦ୍ଧରେ ଇଣ୍ଡିଆନ୍ ରେଲୱେ ଟିମ୍ ଆକ୍ରମଣାତ୍ମକ ଖେଳ ଦେଇ ଦୁଇଟି ଗୋଲ୍ କରିଥିଲା।

ଇଣ୍ଡିଆନ୍ ରେଲୱେ ପକ୍ଷରୁ ୱାଇ. କମଳା ଦେବୀ ଦୁଇଟି (ଦଶମ ଓ ୬୦ତମ) ଏବଂ ମମତା (୨୩ତମ) ଗୋଟିଏ ଗୋଲ୍ ଦେଇଥିଲେ। ଓଡ଼ିଶା ପକ୍ଷରୁ ଯଶୋଦା ମୁଣ୍ଡା (୮୮ତମ) ଏକମାତ୍ର ଗୋଲ୍ ଦେଇଥିଲେ।

Related story