ଦ୍ୱିତୀୟ ଦିନିକିଆରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ

ନାଗପୁର: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏଠାରେ ଖେଳାଯାଉଥିବା ପାଞ୍ଚମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରେ ଭମ୍ରଣକାରୀ ଦଳ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି । ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି  ଏବଂ ୧୬ ଓଭରରେ ୨ ୱିକେଟ ହରାଇ ୬୮ ରନ୍ କରିଛି। ଦୁଇ ଓପ୍ନର ରୋହିତ ଶର୍ମା ଓ ଶିଖର ଧୱନ୍ ନୈରାଶ୍ୟଜନକ ବ୍ୟାଟିଂ କରିଛନ୍ତି । ମ୍ୟାଚର ପ୍ରଥମ ଓଭରର […]

ii

Subrat Kumar Nayak
  • Published: Tuesday, 05 March 2019
  • , Updated: 05 March 2019, 03:08 PM IST

ନାଗପୁର: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏଠାରେ ଖେଳାଯାଉଥିବା ପାଞ୍ଚମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରେ ଭମ୍ରଣକାରୀ ଦଳ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି । ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି  ଏବଂ ୧୬ ଓଭରରେ ୨ ୱିକେଟ ହରାଇ ୬୮ ରନ୍ କରିଛି। ଦୁଇ ଓପ୍ନର ରୋହିତ ଶର୍ମା ଓ ଶିଖର ଧୱନ୍ ନୈରାଶ୍ୟଜନକ ବ୍ୟାଟିଂ କରିଛନ୍ତି ।

ମ୍ୟାଚର ପ୍ରଥମ ଓଭରର ଶେଷ ବଲରେ ରୋହିତ ଖାତା ଖୋଲିବା ପୂର୍ବରୁ ପ୍ୟାଟ୍ କମିନ୍ସଙ୍କ ଶିକାର ହୋଇଥିଲେ । ପ୍ରଥମ ଦିନିକିଆରେ ଶୂନରେ ଆଉଟ୍ ହୋଇଥିବା ଧୱନ୍ (୨୧) ମଧ୍ୟ ବେଶୀ ସମୟ ତିଷ୍ଠିପାରି ନଥିଲେ । ତାଙ୍କୁ ଗ୍ଲେନ୍ ମ୍ୟାକ୍ସୱେଲ ଏଲବିଡବ୍ଲ୍ୟୁ ଆଉଟ୍ କରିଛନ୍ତି।

ତେବେ ଅଧିନାୟକ ବିରାଟ କୋହଲି ଓ ଅମ୍ବାତି ରାୟୁଡୁ ବ୍ୟାଟିଂ ଜାରି ରଖିଛନ୍ତି । ବିରାଟ ୨୬ ଓ ରାୟୁଡୁ ୧୮ ରନ୍ କରି ବ୍ୟାଟିଂ କରୁଥିଲେ। ଉକ୍ତ ମ୍ୟାଚରେ ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ତା’ର ଚୂଡ଼ାନ୍ତ ଦଳରେ ଦୁଇଟି ପରିବର୍ତ୍ତନ କରିଛି । ଆଷ୍ଟନ ଟର୍ଣ୍ଣରଙ୍କ ସ୍ଥାନରେ ଶନ୍ ମାର୍ଶ ଓ ଜେସନ୍ ବେରେନଡର୍ଫଙ୍କ ସ୍ଥାନରେ ସ୍ପିନର୍ଥ ନେଥନ ଲିଅନ୍ ଖେଳୁଛନ୍ତି ।

Related story