ବୁଧବାର ଦ୍ୱିତୀୟ ଦିନିକିଆ: ବୋଲିଂକୁ ନେଇ ଚିନ୍ତାରେ ଟିମ୍ ଇଣ୍ଡିଆ

ବିଶାଖାପଟ୍ଟନମ୍‌: ପ୍ରଥମ ଦିନିକିଆରେ ୱେଷ୍ଟଇଣ୍ଡିଜ୍ ନିକଟରୁ ୮ ୱିକେଟରେ ଶୋଚନୀୟ ଭାବେ ପରାସ୍ତ ହୋଇଥିବା ଟିମ୍ ଇଣ୍ଡିଆ ଆସନ୍ତାକାଲି ଦ୍ୱିତୀୟ ଦିନିକିଆରେ ବିଜୟ ସହ ସିରିଜକୁ ପ୍ରତ୍ୟାବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଛି। ଚେନ୍ନାଇରେ ଖେଳାଯାଇଥିବା ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ବୋଲରମାନେ ଆଶାମୁତାବକ ପ୍ରଦର୍ଶକ କରିପାରିନଥିଲା ଏବଂ ପ୍ରମୁଖ ପେସ୍ ବୋଲର ଦୀପକ ଚହର୍‌, ମହମ୍ମଦ ଶାମି, କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜାଙ୍କୁ ବୋଲିଂରେ ସଂଘର୍ଷ କରିଥିବାର ଦେଖିବାକୁ ମିଳିଥିଲା। ସିରିଜରେ ଭାରତ ୦-୧ରେ ପଛୁଆ […]

india

Ranjit Kumar Jena
  • Published: Tuesday, 17 December 2019
  • , Updated: 17 December 2019, 08:32 PM IST

ବିଶାଖାପଟ୍ଟନମ୍‌: ପ୍ରଥମ ଦିନିକିଆରେ ୱେଷ୍ଟଇଣ୍ଡିଜ୍ ନିକଟରୁ ୮ ୱିକେଟରେ ଶୋଚନୀୟ ଭାବେ ପରାସ୍ତ ହୋଇଥିବା ଟିମ୍ ଇଣ୍ଡିଆ ଆସନ୍ତାକାଲି ଦ୍ୱିତୀୟ ଦିନିକିଆରେ ବିଜୟ ସହ ସିରିଜକୁ ପ୍ରତ୍ୟାବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଛି। ଚେନ୍ନାଇରେ ଖେଳାଯାଇଥିବା ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ବୋଲରମାନେ ଆଶାମୁତାବକ ପ୍ରଦର୍ଶକ କରିପାରିନଥିଲା ଏବଂ ପ୍ରମୁଖ ପେସ୍ ବୋଲର ଦୀପକ ଚହର୍‌, ମହମ୍ମଦ ଶାମି, କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜାଙ୍କୁ ବୋଲିଂରେ ସଂଘର୍ଷ କରିଥିବାର ଦେଖିବାକୁ ମିଳିଥିଲା। ସିରିଜରେ ଭାରତ ୦-୧ରେ ପଛୁଆ ରହିଛି। ଏଭଳି ସ୍ଥିତିରେ ସିରିଜକୁ ଫେରିବା ପାଇଁ ବିରାଟ୍ କୋହଲିଙ୍କୁ ଆସନ୍ତାକାଲି କୌଣସି ପରିସ୍ଥିତିରେ ଲୟ ହାସଲ କରିବାକୁ ପଡ଼ିବ। ତେଣୁ ଟିମ୍ ଇଣ୍ଡିଆକୁ ଏଥିପାଇଁ ବୋଲିଂ କମ୍ବିନେଶନରେ ସୁଧାର କରିବାକୁ ହେବ।

କାଇରନ୍ ପୋଲାର୍ଡଙ୍କ ୱେଷ୍ଟଇଣ୍ଡିଜ୍ ଟିମ୍ ପ୍ରଥମ ଦିନିକିଆ ଜିତି ଘରୋଇ ଦଳ ଉପରେ ଚାପ ପକାଇବାରେ ସଫଳ ହୋଇଛି, କିନ୍ତୁ ବ୍ୟାଟିଂ ପାଇଁ ଆଦର୍ଶ କୁହାଯାଉଥିବା ବିଶାଖାପଟ୍ଟନମର ପିଚରେ ବିରାଟ୍ କୋହଲି ଓ ରୋହିତ ଶର୍ମାଙ୍କୁ ରୋକିବା ସେମାନଙ୍କ ପାଇଁ ସହଜ ହେବନି। ଚେନ୍ନାଇର ଧିମା ପିଚରେ ୨୮୭ ରନ୍ କରିବା ସତ୍ତ୍ୱେ ମ୍ୟାଚ୍ ନ ଜିତିପାରିବା ଟିମ୍ ମ୍ୟାନେଜମେଣ୍ଟକୁ ଚିନ୍ତାରେ ପକାଇ ଦେଇଛି।

ଏସିଏ ଭିଡିସିଏ ଷ୍ଟାଡିୟମରେ ୩୨୦ ରନକୁ ଭଲ ସ୍କୋର ବୋଲି କୁହାଯାଉଛି। ମ୍ୟାଚରେ ଭାରତ ପଞ୍ଚମ ବୋଲରଙ୍କୁ ଖେଳାଇପାରେ। ଗତ ମ୍ୟାଚରେ ଶିମରନ୍ ହେଟମେୟର୍ ଏବଂ ଶାଇ ହୋପଙ୍କ ଶତକ ବଳରେ ୱେଷ୍ଟଇଣ୍ଡିଜ୍ ଲକ୍ଷ୍ୟକୁ ସହଜରେ ହାସଲ କରିନେଇଥିଲା। ସ୍ପିନର ଜାଡେଝା ଓ କୁଲଦୀପ ଯାଦବ ମ୍ୟାଚରେ ବିଫଳ ରହିଥିଲେ। ଦୁହେଁ ୧୦ ଓଭର ଲେଖାଏ ବୋଲିଂ କରି ଯଥାକ୍ରମେ ୫୮ ଓ ୪୫ ରନ୍ ବ୍ୟୟ କରିଥିଲେ ହେଁ କୌଣସି ସଫଳତା ପାଇନଥିଲେ।

ଅଲରାଉଣ୍ଡର ଭାବେ ସୁଯୋଗ ପାଇଥିବା ଶିବମ ଦୁବେ ୭.୫ ଓଭରରେ ୬୮ ରନ୍ ଦେଇଥିଲେ, ଯେଉଁଥିରୁ ସ୍ପଷ୍ଟ ହୋଇଛି ଯେ ତାଙ୍କୁ ବୋଲିଂରେ ଆହୁରି କଠିନ ପରିଶ୍ରମ କରିବାକୁ ପଡ଼ିବ। ଭାରତ ପାଖରେ ରିଜର୍ଭ ଖେଳାଳି ଭାବେ ଓପନିଂ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲ୍ ଅଛନ୍ତି, କିନ୍ତୁ ରୋହିତ୍ ଏବଂ ଲୋକେଶ ରାହୁଲଙ୍କ ଦମଦାର ଫର୍ମକୁ ଦୃଷ୍ଟିରେ ରଖି ତାଙ୍କର ଖେଳିବାର ସମ୍ଭାବନା ବହୁତ କମ୍।

ମନିଷ ପାଣ୍ଡେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌, ଯିଏ ଷଷ୍ଠ ସ୍ଥାନରେ କେଦାର ଯାଦବଙ୍କ ସ୍ଥାନ ନେଇପାରନ୍ତି। କିନ୍ତୁ ଯାଦବ ଚେନ୍ନାଇରେ ୩୩ ବଲରେ ୪୦ ରନର ଦ୍ରୁତ ଇନିଂସ୍ ଖେଳିଥିଲେ। କିନ୍ତୁ ବୋଲିଂରେ ତାଙ୍କୁ ମାତ୍ର ଗୋଟିଏ ଓଭର ଦିଆଯାଇଥିଲା, ଯେଉଁଥିରେ ସେ ୧୧ ରନ୍ ବ୍ୟୟ କରିଥିଲେ। ଚେନ୍ନାଇ ଭଳି ସ୍ଲୋ ଟ୍ରାକରେ ତାଙ୍କୁ ଯଦି ଆଉ କିଛି ଓଭର୍ ଦିଆଯାଇଥାନ୍ତା, ତାହେଲେ କୌଣସି ସମସ୍ୟା ହୋଇନଥାନ୍ତା।

ଭାରତ ପଞ୍ଚମ ସ୍ପେଶାଲିଷ୍ଟ ବୋଲର ଭାବେ ଶାର୍ଦ୍ଦୁଲ ଠାକୁର କିମ୍ବା ୟୁଜବେନ୍ଦ୍ର ଚହଲଙ୍କୁ ସୁଯୋଗ ଦେଇପାରେ। ଦୁହିଁଙ୍କ ମଧ୍ୟରୁ ଯଦି ଜଣେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଆନ୍ତି, ତାହେଲେ ଅଲରାଉଣ୍ଡର ଶିବମ୍ ଦୁବେ ଓ ଜାଡେଜାଙ୍କ ମଧ୍ୟରୁ ଜଣଙ୍କୁ ବାହାରେ ବସିବାକୁ ପଡ଼ିବ। ଦୁବେ ଗତ ମ୍ୟାଚରେ ଅଷ୍ଟମ ସ୍ଥାନରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ ଏବଂ ତାଙ୍କ ସ୍ଥାନରେ ଶାର୍ଦ୍ଦୁଲଙ୍କୁ ସୁଯୋଗ ମିଳିପାରେ, କାରଣ ଅଭିଜ୍ଞତା ଦୃଷ୍ଟିରୁ ଜାଡେଜା ଟିମ୍ ପାଇଁ ଫଳପ୍ରଦ ସାବ୍ୟସ୍ତ ହୋଇପାରନ୍ତି।

ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ଟିମର ସବୁ ଆଶା ଏବେ ଶିମରନ୍ ହେଟମେୟରଙ୍କ ଉପରେ ରହିବ। ତାଙ୍କ ସହ ହୋପଙ୍କ ଉପରେ ଟିମ୍ ନିର୍ଭରଶୀଳ ରହିଛି। ବୋଲିଂରେ ଶେଲଡନ୍ କଟ୍ଟରେଲ୍ ଓ ଅଲଜାରୀ ଜୋସେଫ୍ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଛନ୍ତି ଏବଂ ଦୁହେଁ ଟିମର ପେସ୍ ଆଟାକ୍ ସମ୍ଭାଳିବେ। ତେଣୁ ଇଣ୍ଡିଜ୍ ଦଳ ପୁଣିଥରେ ମଜଭୁତ୍ ବ୍ୟାଟିଂ ବଳରେ ସିରିଜ୍ ହାତେଇବାକୁ ପ୍ରୟାସ କରିବ।

ଭାରତ: ବିରାଟ୍ କୋହଲି (କ୍ୟାପଟେନ୍‌), ରୋହିତ୍ ଶର୍ମା (ଭାଇସ-କ୍ୟାପଟେନ୍‌), ମୟଙ୍କ ଅଗ୍ରୱାଲ୍‌, ଲୋକେଶ ରାହୁଲ୍‌, ଶ୍ରେୟସ୍ ଆୟର୍‌, ମନିଷ ପାଣ୍ଡେ, ଋଷଭ ପନ୍ତ (ୱିକେଟକିପର), ଶିବମ ଦୁବେ, କେଦାର ଯାଦବ, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ୍‌, ଦୀପକ ଚହର୍‌, ମହମ୍ମଦ ଶାମି, ଶାର୍ଦ୍ଦୁଲ ଠାକୁର।

ୱେଷ୍ଟଇଣ୍ଡିଜ୍‌: କାଇରନ୍ ପୋଲାର୍ଡ (କ୍ୟାପଟେନ୍‌), ସୁନୀଲ ଅମ୍ବ୍ରିସ୍‌, ଶାଇ ହୋପ୍‌, ଖାରୀ ପିଏରୀ, ରୋଷ୍ଟନ୍ ଚେଜ୍‌, ଅଲଜାରୀ ଯୋଶେଫ୍‌, କାଇରନ୍ ପୋଲାର୍ଡ (କ୍ୟାପଟେନ୍‌), ଶେଲଡନ୍ କଟ୍ଟରେଲ୍‌, ବ୍ରାଣ୍ଡନ୍ କିଙ୍ଗ୍‌, ନିକୋଲାସ ପୁରନ୍‌, ଶିମରନ୍ ହେଟମେୟର୍‌, ଏଭିନ୍ ଲୁଇସ୍‌, ରୋମାରିଓ ଶେଫର୍ଡ, ଜେସନ୍ ହୋଲ୍ଡର୍‌, କୀମୋ ପଲ୍‌, ହେଡେନ୍ ୱାଲ୍ସ ଜୁନିୟର।

Related story