ଦ୍ୱିତୀୟ ଦିନିକିଆ: ଟସ୍ ଜିତି ଟିମ୍ ଇଣ୍ଡିଆର ବ୍ୟାଟିଂ ନିଷ୍ପତ୍ତି

ପୋର୍ଟ ଅଫ୍ ସ୍ପେନ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଏଠାରେ ଖେଳାଯାଉଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହୋଇନଥିବା ବେଳେ ୱେଷ୍ଟଇଣ୍ଡିଜ୍ ଟିମରେ ଗୋଟିଏ ପରିବର୍ତ୍ତନ ହୋଇଛି। ୱେଷ୍ଟଇଣ୍ଡିଜ୍ ଟିମରୁ ଫାବିଆନ୍ ଆଲେନ୍ ଅସୁସ୍ଥତା କାରଣରୁ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଓଶାନି ଟମାସ ସାମିଲ୍ ହୋଇଛନ୍ତି। […]

india

india

Ranjit Kumar Jena
  • Published: Sunday, 11 August 2019
  • Updated: 11 August 2019, 06:50 PM IST

Sports

Latest News

ପୋର୍ଟ ଅଫ୍ ସ୍ପେନ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଏଠାରେ ଖେଳାଯାଉଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହୋଇନଥିବା ବେଳେ ୱେଷ୍ଟଇଣ୍ଡିଜ୍ ଟିମରେ ଗୋଟିଏ ପରିବର୍ତ୍ତନ ହୋଇଛି। ୱେଷ୍ଟଇଣ୍ଡିଜ୍ ଟିମରୁ ଫାବିଆନ୍ ଆଲେନ୍ ଅସୁସ୍ଥତା କାରଣରୁ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଓଶାନି ଟମାସ ସାମିଲ୍ ହୋଇଛନ୍ତି।

ସୂଚନାଯୋଗ୍ୟ, ଗୁରୁବାର ଗାଏନାରେ ଖେଳାଯାଇଥିବା ପ୍ରଥମ ଦିନିକିଆ ବର୍ଷା ଯୋଗୁ ଧୋଇ ହୋଇଯାଇଥିଲା। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ୧୩.୪ ଓଭରରେ ୧ ୱିକେଟ୍ ହରାଇ ୫୪ ରନ୍ କରିଥିବା ବେଳେ ବର୍ଷା ବାରମ୍ବାର ମ୍ୟାଚରେ ବାଧା ସୃଷ୍ଟି କରିଥିଲା।

ଭାରତ ଏକାଦଶ: ରୋହିତ୍ ଶର୍ମା, ଶିଖର ଧୱନ୍, ବିରାଟ୍ କୋହଲି (କ୍ୟାପଟେନ୍), ଶ୍ରେୟସ ଆୟର୍, କେଦାର ଯାଦବ, ରିଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, ଖଲୀଲ ଅହମ୍ମଦ, କୁଲଦୀପ ଯାଦବ।

ୱେଷ୍ଟଇଣ୍ଡିଜ୍ ଏକାଦଶ: କ୍ରିସ୍ ଗେଲ୍, ଏଭିନ୍ ଲୁଇସ୍, ଶାଇ ହୋପ୍ (ୱିକେଟକିପର), ଶିମରନ୍ ହେଟମେୟର୍, ନିକୋଲାସ ପୁରନ୍, ରୋଷ୍ଟନ୍ ଚେଜ୍, ଜେସନ୍ ହୋଲ୍ଡର୍ (କ୍ୟାପଟେନ୍), ଓଶାନି ଟମାସ୍, କାର୍ଲସ୍ ବ୍ରାଥୱେଟ୍, କେମାର ରୋଚ୍, ଶେଲଡନ୍ କଟ୍ଟରେଲ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos