ଶ୍ରୀଲଙ୍କାକୁ ୧୪୨ ରନରେ ରୋକିଲା ଟିମ୍ ଇଣ୍ଡିଆ

ଇନ୍ଦୋର: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଏଠାରେ ଖେଳାଯାଉଛି। ଉକ୍ତ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଟିମ୍ ଘରୋଇ ଦଳର ବୋଲିଂ ଆକ୍ରମଣର ସାମ୍ନା କରିନପାରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୪୨ ରନ୍ କରିଛି। ଫଳରେ ନୂଆବର୍ଷରେ ଭାରତକୁ ପ୍ରଥମ ବିଜୟ ହାସଲ କରିବା ପାଇଁ ୧୪୩ ରନ୍ କରିବାକୁ ପଡ଼ିବ। ଶ୍ରୀଲଙ୍କାର କୁଶଲ ପରେରା ସର୍ବାଧିକ ୩୪ ରନ୍ କରିଥିବା ବେଳେ […]

saini

saini

Ranjit Kumar Jena
  • Published: Tuesday, 07 January 2020
  • Updated: 07 January 2020, 08:41 PM IST

Sports

Latest News

ଇନ୍ଦୋର: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଏଠାରେ ଖେଳାଯାଉଛି। ଉକ୍ତ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଟିମ୍ ଘରୋଇ ଦଳର ବୋଲିଂ ଆକ୍ରମଣର ସାମ୍ନା କରିନପାରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୪୨ ରନ୍ କରିଛି। ଫଳରେ ନୂଆବର୍ଷରେ ଭାରତକୁ ପ୍ରଥମ ବିଜୟ ହାସଲ କରିବା ପାଇଁ ୧୪୩ ରନ୍ କରିବାକୁ ପଡ଼ିବ। ଶ୍ରୀଲଙ୍କାର କୁଶଲ ପରେରା ସର୍ବାଧିକ ୩୪ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିନାହାନ୍ତି। ଅନ୍ୟପକ୍ଷରେ ଭାରତୀୟ ବୋଲରମାନେ ପ୍ରଭାବୀ ବୋଲିଂ କରି ଶ୍ରୀଲଙ୍କାର ବ୍ୟାଟିଂ ଉପରେ ଅଙ୍କୁଶ ଲଗାବାରେ ସଫଳ ହୋଇଛନ୍ତି।

ହୋଲକର ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଶ୍ରୀଲଙ୍କାର ଦୁଇ ଓପ୍ନର ଦନୁସ୍କା ଗୁଣତିଳକ ଓ ଅଭିସ୍କା ଫର୍ଣ୍ଣାଣ୍ଡୋ ଭଲ ଆରମ୍ଭ କରିଥିଲେ ଏବଂ ପ୍ରଥମ ୱିକେଟ୍ ପାଇଁ ୩୮ ରନ୍ ଯୋଡ଼ିଥିଲେ। ଯୁବ ବ୍ୟାଟ୍ସମ୍ୟାନ୍ ଫର୍ଣ୍ଣାଣ୍ଡୋ ୨୨ ରନ୍ କରି ୱାଶିଂଟନ୍ ସୁନ୍ଦରଙ୍କ ଶିକାର ହୋଇଥିଲେ। ଅନ୍ୟତମ ଓପନିଂ ବ୍ୟାଟ୍ସମ୍ୟାନ୍ ଗୁଣତିଳକ (୨୦)ଙ୍କୁ ଯୁବ ପେସର ନଭଦୀପ ସାଇନି କ୍ଲିନ୍ ବୋଲ୍ଡ କରିଥିଲେ।

ବାମହାତୀ ବ୍ୟାଟ୍ସମ୍ୟାନ୍ କୁଶଲ ପରେରା ଭାରତୀୟ ବୋଲରଙ୍କୁ ଆକ୍ରମଣ କରିଥିଲେ ହେଁ, ତାଙ୍କୁ ଅନ୍ୟ ପଟୁ ସେଭଳି ସହଯୋଗ ମିଳିନଥିଲା। ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଓଶାଡା ଫର୍ଣ୍ଣାଣ୍ଡେ (୧୦)ଙ୍କୁ କୁଲଦୀପ ଯାଦବ ଋଷଭ ପନ୍ତଙ୍କ ଦ୍ୱାରା ଷ୍ଟମ୍ପ ଆଉଟ୍ କରାଇଥିଲେ। ଏହା ପରେ ପରେରାଙ୍କୁ ମଧ୍ୟ କୁଲଦୀପ ନିଜର ଶିକାର ବନାଇ ଶ୍ରୀଲଙ୍କା ରନରେ ଅଙ୍କୁଶ ଲଗାଇଥିଲେ। ପରେରା ୨୮ ବଲରେ ୩ ଛକା ସହ ୩୪ ରନ୍ କରିଥିଲେ। ଭାନୁକା ରାଜପାକସା (୯)ଙ୍କୁ ସାଇନି ଏବଂ ଦାସୁନ୍ ଶନକା (୭)ଙ୍କୁ ପ୍ରତ୍ୟାବର୍ତ୍ତନକାରୀ ଯଶପ୍ରୀତ ବୁମ୍ରା ପ୍ୟାଭିଲିୟନ୍ ପଠାଇଥିଲେ।

ଏହା ପରେ ଶାର୍ଦ୍ଦୁଲ ଠାକୁର ଇନିଂସର ୧୯ତମ ଓଭରରେ ତିନୋଟି ୱିକେଟ୍ ନେଇ ଶ୍ରୀଲଙ୍କାକୁ ବଡ଼ ସ୍କୋରରୁ ରୋକିଥିଲେ। ସେ ଏହି ଓଭରର ଦ୍ୱିତୀୟ ବଲରେ ଧନଞ୍ଜୟ ଡି'ସିଲଭା (୧୭), ପଞ୍ଚମ ବଲରେ ଇସୁରୁ ଉଦାନା (୧) ଏବଂ ଷଷ୍ଠ ବଲରେ (୦) କ୍ୟାପଟେନ୍ ଲସିଥ୍ ମାଲିଙ୍ଗାଙ୍କୁ ଆଉଟ୍ କରିଥିଲେ। ପରବର୍ତ୍ତୀ ମ୍ୟାଚରେ ଶାର୍ଦ୍ଦୁଲଙ୍କ ପାଖରେ ହ୍ୟାଟ୍ରିକ୍ ସଫଳତା ନେବାର ସୁଯୋଗ ରହିବ। ଶେଷଭାଗରେ ୱାନିନ୍ଦୁ ହସରଙ୍ଗା ୧୦ ବଲରେ ଅପରାଜିତ ୧୬ (୩ ଚୌକା) ରନ୍ କରି ଶ୍ରୀଲଙ୍କାର ସମ୍ମାନ ରକ୍ଷା କରିଥିଲେ। ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ୨୩ ରନ୍ ଦେଇ ୩ଟି ୱିକେଟ୍ ନେଇଥିବା ବେଳେ ସାଇନି ଓ କୁଲଦୀପ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ। ବୁମ୍ରା ନିଜର ପ୍ରତ୍ୟାବର୍ତ୍ତନ ମୁକାବିଲାରେ ୩୨ ରନ୍ ଦେଇ ଗୋଟିଏ ସଫଳତା ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story