ଦୁବେଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଭାରତ ୧୭୦ ରନରେ ଅଟକିଲା

ଥିରୁଅନନ୍ତପୁରମ୍‌: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତ ବଡ଼ ସ୍କୋର କରିବାରେ ବିଫଳ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଶିବମ ଦୁବେଙ୍କ ଅର୍ଦ୍ଧଶତକୀୟ ଇନିଂସ୍ ସତ୍ତ୍ୱେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ମାତ୍ର ୧୭୦ ରନ୍ କରିପାରିଛି। ଫଳରେ ସିରିଜକୁ ବରାବର କରିବା ପାଇଁ ୱେଷ୍ଟଇଣ୍ଡିଜକୁ ନିର୍ଦ୍ଧାରିତ ଓଭରରେ ୧୭୧ ରନ୍ କରିବାକୁ ପଡ଼ିବ। ଭାରତ ଏକ ସମୟରେ ୧୧ ଓଭରରେ ୧୦୦ରୁ ଅଧିକ ରନ୍ […]

dube

dube

Ranjit Kumar Jena
  • Published: Sunday, 08 December 2019
  • Updated: 08 December 2019, 08:52 PM IST

Sports

Latest News

ଥିରୁଅନନ୍ତପୁରମ୍‌: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତ ବଡ଼ ସ୍କୋର କରିବାରେ ବିଫଳ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଶିବମ ଦୁବେଙ୍କ ଅର୍ଦ୍ଧଶତକୀୟ ଇନିଂସ୍ ସତ୍ତ୍ୱେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ମାତ୍ର ୧୭୦ ରନ୍ କରିପାରିଛି। ଫଳରେ ସିରିଜକୁ ବରାବର କରିବା ପାଇଁ ୱେଷ୍ଟଇଣ୍ଡିଜକୁ ନିର୍ଦ୍ଧାରିତ ଓଭରରେ ୧୭୧ ରନ୍ କରିବାକୁ ପଡ଼ିବ।

ଭାରତ ଏକ ସମୟରେ ୧୧ ଓଭରରେ ୧୦୦ରୁ ଅଧିକ ରନ୍ କରି ମଜଭୁତ୍ ସ୍ଥିତିରେ ଥିଲା। କିନ୍ତୁ ଦୁବେ ଓ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଆଉଟ୍ ପରେ ଟିମର ବ୍ୟାଟିଂ କୋଲାପ୍ସ ହୋଇଥିଲା। ଭାରତ ପକ୍ଷରୁ ଦୁବେ ସର୍ବାଧିକ ୫୪ (୩୦ ବଲ୍‌, ୩ ଚୌକା, ୪ ଛକା) ରନ୍ କରିଥିବା ବେଳେ ଋଷଭ ପନ୍ତ ଅପରାଜିତ ୩୩ (୨୨ ବଲ୍‌, ୩ ଚୌକା, ୧ ଛକା) ରନର ମହତ୍ତ୍ୱପୂର୍ଣ୍ଣ ଇନିଂସ୍ ଖେଳିଛନ୍ତି।

ଗ୍ରୀନ୍ ଫିଲ୍ଡ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ କ୍ୟାପଟେନ୍ କାଇରନ୍ ପୋଲାର୍ଡ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭାରତର ଆରମ୍ଭ ଖରାପ ରହିଥିଲା। ପ୍ରଥମ ମ୍ୟାଚରେ ୬୦ ରନର ଇନିଂସ୍ ଖେଳିଥିବା ଲୋକେଶ ରାହୁଲ୍ ମାତ୍ର ୧୧ ରନ୍ କରି ଖାରୀ ପିଏରଙ୍କ ଶିକାର ହୋଇଥିଲେ। ରୋହିତ୍ ଶର୍ମା କ୍ରମାଗତ ଦ୍ୱିତୀୟ ମ୍ୟାଚରେ ନିରାଶ କରିଥିଲେ। ସେ ନିଜ ଦକ୍ଷତାର ଅନୁରୂପ ବ୍ୟାଟିଂ କରି ମାତ୍ର ୧୫ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

ତେବେ ବିରାଟ୍ କୋହଲିଙ୍କ ସ୍ଥାନରେ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଦୁବେ ଚମତ୍କାର ବ୍ୟାଟିଂ କରିଥିଲେ। ସେ ଆରମ୍ଭରୁ ସର୍ତକତାର ସହ ବ୍ୟାଟିଂ କରିଥିଲେ ଏବଂ ସେଟ୍ ହେବା ପରେ ଆକ୍ରମଣାତ୍ମକ ବ୍ୟାଟିଂ କରି ମାତ୍ର ୨୭ ବଲରେ ନିଜର ପ୍ରଥମ ଅନ୍ତର୍ଜାତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ଅର୍ଦ୍ଧଶତକ ମାରିବା ପରେ ସେ ପ୍ୟାଭିଲିୟନ୍ ଫେରିଥିଲେ। ଆଉଟ୍ ହେବା ପୂର୍ବରୁ ସେ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ସହ ମିଶି ତୃତୀୟ ୱିକେଟ୍ ପାଇଁ ୪୧ ରନର ଭାଗୀଦାରୀ କରିଥିଲେ।

ଗତ ମ୍ୟାଚର ହିରୋ କୋହଲି ଆଜି ଫେଲ୍ ମାରିଥିଲେ। କୋହଲି ବ୍ୟକ୍ତିଗତ ୧୯ ରନ୍ କରିଥିବା ବେଳେ କେଶରିକ୍ ୱିଲିୟମ୍ସଙ୍କ ବଲରେ ଆଉଟ୍ ହୋଇଥିଲେ। ୱିଲିୟନ୍ସ ସେହି ବୋଲର, ଯାହାଙ୍କୁ କୋହଲି ହାଇଦ୍ରାବାଦରେ ନିର୍ମମ ପ୍ରହାର କରିଥିଲେ। କିନ୍ତୁ ଆଜି ୱିଲିୟମ୍ସ କୋହଲିଙ୍କୁ ଆଉଟ୍ କରି ନିଜର ପ୍ରତିଶୋଧ ପୂରା କରିଛନ୍ତି। ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ହେଁ, ତାଙ୍କୁ ଅନ୍ୟପଟରୁ ସେଭଳି ସହଯୋଗ ମିଳିପାରିନଥିଲା, ଯେଉଁକାରଣରୁ ଭାରତ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଶ୍ରେୟସ ଆୟର୍ (୧୦), ରବୀନ୍ଦ୍ର ଜାଡେଜା (୯) ଓ ୱାଶିଂଟନ୍ ସୁନ୍ଦର (୦) ନିରାଶ କରିଥିଲେ। ଇଣ୍ଡିଜ୍ ପକ୍ଷରୁ ୱିଲିୟମ୍ସ ଓ ୱାଲ୍ସ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story